ପ୍ରମୂଖ ଖବର
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା

ଚଣ୍ଡିଗଡ଼, ୫/୧୦: ହରିଆଣା ବିଧାନସଭା ନିର୍ବାଚନ । ଶନିବାର ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ସଂଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଏଥିପାଇଁ ୨୦, ୬୩୨ ବୁଟ୍ ହୋଇଛି । ୯୦ ବିଧାନସଭା ଆସନରେ ପ୍ରାୟ ୨ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମଦଦାନ ବେଳେ ଯେଭଳି କୌଣସି ପ୍ରକାର ବିଶୃଙ୍ଖଳା ସୃଷ୍ଟି ନହୁଏ,ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଦାୟିତ୍ବରେ ରହିଛନ୍ତି, ୩୦ହଜାର ପୋଲିସ ଫୋର୍ସ। ସେହିପରି ୨୨୫ ପାରାମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି । 

ମତଦାନ ପରେ ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ  ଆସିବ । ହରିଆଣାରେ ମୁଖ୍ୟତଃ ବିଜେପି ଏବଂ  କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ଏବେ  କ୍ଷମତାରେ ଥିବା ବିଜେପି ଲଗାତର ତୃତୀୟ ଥର ପାଇଁ ସରକାର ଗଢ଼ିବା ଆଶାରେ ରହିଛି ।  କଂଗ୍ରେସ ସରକାର ବିରୋଧୀ ଭାବନାକୁ ପୁଞ୍ଜି  କରିବାକୁ ଚେଷ୍ଟା କରିଛି । ରାଜ୍ୟରେ ଆମ୍‌  ଆଦମୀ ପାର୍ଟି (ଆପ୍‌), ଜନନାୟକ ଜନତା  ପାର୍ଟି(ଜେଜେପି), ଇଣ୍ଡିଆନ୍‌ ନ୍ୟାସନାଲ ଲୋକ  ଦଳ (ଆଇଏନ୍‌ଏଲ୍‌ଡି)ର ପ୍ରାର୍ଥୀ ମଧ୍ୟ ନିର୍ବାଚନ  ଲଢ଼ୁଛନ୍ତି । 

ଏଥର ମୋଟ ୧,୦୩୧ ପ୍ରାର୍ଥୀ  ମଇଦାନରେ ଅଛନ୍ତି । ଲଡ୍‌ୱା, ଜୁଲାନା, ଗର୍‌ହି  ସାମ୍ପଲା-କିଲୋଇ, ଉଚାନା, ଗୁରଗାଓଁ, ଏଲିନାବାଦ, ରେୱାରି ଆଦି ଆସନରେ ପ୍ରମୁଖ ବ୍ୟକ୍ତିବିଶେଷ  ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସୈନି  ଲଡ୍‌ୱା ଆସନରୁ ଲଢ଼ୁଛନ୍ତି । ଅକ୍ଟୋବର ୮ରେ  ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.