ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଜଳବାୟୁ ପରିବର୍ତ୍ତନର ବଡ଼ ଚେତାବନୀ ! ଉଚ୍ଚ ପର୍ବତରେ ବାସସ୍ଥଳୀ ଖୋଜୁଛି ମୟୂର, ଚିନ୍ତାରେ ବନ୍ୟଜୀବ ବିଶେଷଜ୍ଞ

ନୂଆଦିଲ୍ଲୀ ୦୬/୧୦: ଏକ ସଦ୍ୟ ଆଶ୍ଚର୍ଯ୍ୟଜନକ ଘଟଣା ବୈଜ୍ଞାନିକଙ୍କୁ  ଚକିତ କରିଛି । କୁମାଉଁ ହିମାଳୟରେ ବାଗେଶ୍ୱର  ସ୍ଥିତ ପାର୍ବତ୍ୟାଞ୍ଚଳରେ ଏକ ମୟୂର ଦେଖିବାକୁ ମିଳିଛି । ଏହା ଏକ ବିରଳ ଘଟଣା । କାରଣ ମୟୂର ସାଧାରଣତଃ ସମତଳ ଜଙ୍ଗଲ ଓ ଉଷ୍ଣ ପଡ଼ିଆରେ ବିଚରଣ କରନ୍ତି । ଅତ୍ୟଧିକ ଉଚ୍ଚ ସ୍ଥାନରେ ଏମାନଙ୍କ ଉପସ୍ଥିତି ସ୍ୱାଭାବିକ ଘଟଣା ନୁହେଁ । ତେଣୁ ଏହା ବନ୍ୟଜୀବ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । 

ବିଶେଷଜ୍ଞଙ୍କ ଅନୁସାରେ, ମୟୂର ସାଧାରଣତଃ ସମୁଦ୍ର ପତ୍ତନଠୁ ୧,୬୦୦ ଫୁଟ ଉପରେ ବାସ  କରନ୍ତି । ତେବେ, ଏହି ପକ୍ଷୀ ବାଗେଶ୍ୱର ନିକଟସ୍ଥ  ଏକ ଜଙ୍ଗଲରେ ଚିହ୍ନଟ ହୋଇଛି, ଯାହା ସମୁଦ୍ର ପତ୍ତନଠୁ ପ୍ରାୟ ୬,୫୦୦ ଫୁଟ ଉଚ୍ଚରେ ଅବସ୍ଥିତ । ଏଭଳି ଉଚ୍ଚତାରେ ମୟୂର କାହିଁକି ପ୍ରବେଶ  କଲା, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ  ପରବର୍ତ୍ତୀ ଯାଞ୍ଚ୍‌ ଓ ଅଧ୍ୟୟନକୁ ଆହ୍ୱାନ ଦେଇଛି ।  ସ୍ଥାନୀୟ ବାସିନ୍ଦାମାନେ ପ୍ରଥମେ ମୟୂରକୁ  କାଫ୍ଲିଗେରଠାରେ ଦେଖିବାକୁ ପାଇଥିଲେ, ଯାହା  ସମୁଦ୍ର ପତ୍ତନଠୁ ୫,୨୦୦ ଫୁଟ ଉଚ୍ଚ ବାଗେଶ୍ୱରଠୁ ୩୦ କିମି ଦୂରରେ ଅବସ୍ଥିତ । ଜଙ୍ଗଲ ବିଭାଗ  ମୟୂରର ଉପସ୍ଥିତି ଉପରେ ଅଧିକ ତଥ୍ୟ ସଂଗ୍ରହ  କରିବା ପାଇଁ ତା’ ଉପରେ ନଜର ରଖିବାକୁ ଉକ୍ତ  କ୍ଷେତ୍ରରେ କ୍ୟାମେରା ଲଗାଇଛି । 

ମୟୂରଟି ନିଜ ସମୂହରୁ ଅଲଗା ହୋଇଯାଇଛି  ଅଥବା ଏକ ବ୍ୟାପକ ପରିବେଶ ସମ୍ପର୍କିତ ଘଟଣାର  ଶିକାର ହୋଇଛି, ଯାହା ଜଳବାୟୁ ପରିବର୍ତ୍ତନ ସହ  ସଂଶ୍ଳିଷ୍ଟ ହୋଇପାରେ । ତାକୁ ନେଇ ବନ୍ୟଜୀବ  ବିଶେଷଜ୍ଞମାନେ ଯାଞ୍ଚ୍‌ ଚଳାଇଛନ୍ତି । ପ୍ରାଣୀଙ୍କ  ପ୍ରବାସ ଓ ବାସସ୍ଥଳୀ ପ୍ୟାଟର୍ନକୁ ସର୍ବଦା ଏକ  ବୃହତ ପାରିପାର୍ଶ୍ବିକ ପରିବର୍ତ୍ତନର ସଙ୍କେତ ରୂପେ  ଦେଖାଯାଏ । ଏଭଳି ଉଚ୍ଚତାରେ ମୟୂର ଦେଖାଯିବା  ଏକ ଚେତାବନୀର ସଙ୍କେତ ହୋଇପାରେ ବୋଲି  ସେମାନେ ଆଶଙ୍କା କରୁଛନ୍ତି । 

ଦେହରାଦୁନ ସ୍ଥିତ ଭାରତୀୟ ବନ୍ୟଜୀବ  ପ୍ରତିଷ୍ଠାନର ବୈଜ୍ଞାନିକ ବି ଏସ୍‌ ଅଧିକାରୀ ଏହି  ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ  କହିଛନ୍ତି ‘ଏହା ନିଃସନ୍ଦେହ ଏକ ଅସ୍ୱାଭାବିକ  ଘଟଣା । ମୟୂରମାନେ ତଳିଆ କ୍ଷେତ୍ରରେ  ପଡ଼ିଆ ଓ ଜଙ୍ଗଲମାନଙ୍କରେ ବିଚରଣ କରନ୍ତି। ପାର୍ବତ୍ୟାଞ୍ଚଳରେ ସେମାନଙ୍କ ଉପସ୍ଥିତି ଜଳବାୟୁ  କିମ୍ବା ପରିବେଶଗତ ପରିବର୍ତ୍ତନକୁ ଇଙ୍ଗିତ  କରୁଥାଇପାରେ । ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ ଆବଶ୍ୟକ ।’ 

ବାଗେଶ୍ୱର ଜଙ୍ଗଲ ବିଭାଗର ରେଞ୍ଜର ଶ୍ୟାମ ସିଂହ  କରାୟତ କହିଛନ୍ତି, ପରିବର୍ତ୍ତିତ ଜଳବାୟୁ ପ୍ୟାଟର୍ନ  ଓ ବାସସ୍ଥଳୀ ପରିବର୍ତ୍ତନ ଜୀବଜନ୍ତୁଙ୍କୁ ନୂଆ ସ୍ଥାନ  ଅନ୍ୱେଷଣ ଲାଗି ବାଧ୍ୟ କରୁଥାଇପାରେ । ଏହି  କାରଣରୁ ସେମାନେ ବୋଧହୁଏ ଅନ୍ୟତ୍ର ବାସସ୍ଥଳୀ  ଖୋଜିବା ଆରମ୍ଭ କରୁଛନ୍ତି । ବୋଧହୁଏ ସେଥିପାଇଁ  ମୟୂରଟି ଖାଦ୍ୟ କିମ୍ବା ପାଣି ଅନ୍ୱେଷଣରେ ଉଚ୍ଚ  ସ୍ଥାନକୁ ଚାଲିଆସିଛି ।’ ପାର୍ବତ୍ୟାଞ୍ଚଳରେ ମୟୂରର  ଉପସ୍ଥିତି ପରିବେଶଗତ କାରକଗୁଡ଼ିକ ଯୋଗୁ  ବନ୍ୟଜୀବଙ୍କ ବ୍ୟବହାରରେ ପରିବର୍ତ୍ତନ ଉପରେ  ଆଲୋକପାତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.