ପ୍ରମୂଖ ଖବର
  • ଭୋଗରାଇ : ସ୍କୁଲରେ ଭିଜିଲାନ୍ସ ଚଢ଼ାଉ, ମୋ ସ୍କୁଲ ଯୋଜନାରେ ୬୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ରେଡ୍‌
  • ||
  • ଅକ୍ଷୟ ତୃତୀୟ ସିଏମ୍ କିଷାନ ଟଙ୍କା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ
  • ||
  • ଅକ୍ଟୋବରରେ ୨ ଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଟକ ରାବଣ ପୋଡ଼ିରେ ହେବ ନାହିଁ ବାଣ ପ୍ରତିଯୋଗିତା, କେବଳ ପରିବେଶ ଅନୁକୂଳ ବାଣ ପାଇଁ ପ୍ରସ୍ତାବ
  • ||
  • ରାଜଧାନୀରେ ପୁଣି ଅମାନିଆଙ୍କ ଉତ୍ପାତ, ରସୁଲଗଡ ଓଭର ବ୍ରିଜ ଉପରେ ପାୱାର ଶୋ' କରି ରାସ୍ତା ଅବରୋଧ
  • ||
  • ଡିସେମ୍ୱର ୨୬ରୁ ଯୁକ୍ତ ଦୁଇ ପରୀକ୍ଷା, ଫେବୃୟାରୀ ୧୫ରୁ ମେନ୍‌ ଏକ୍ସଜାମ୍: ୪୫ ଦିନ ଭିତରେ ବାହାରିବ ରେଜଲ୍ଟ
  • ||
  • କଟକ : ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ୨ ଛାତ୍ର, ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର
  • ||
  • ରାଇରଙ୍ଗପୁର : ନକଲି ବିଦେଶୀ ମଦ କାରଖାନାରେ ଚଢାଉ; ନକଲି ବିଦେଶୀ ମଦ, ଠିପି ,ଲେବୁଲ ସହିତ ବୋଲେରୋ ଜବତ, ଜଣେ ଗିରଫ
  • ||
  • ଭୋଗରାଇ : ଛାତ୍ରୀଙ୍କୁ କମେଣ୍ଟ କରି ଫୋଟ ଉଠାଇବା ପଡିଲା ମାହାଙ୍ଗା, ୩ ଅଟକ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ଓଡ଼ିଶାର କିଛି ସ୍ଥାନରେ କାଁ ଭାଁ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ଆଲର୍ଟ
  • ||
  • କଟକ : ବିରୂପା ନଦୀ ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଟ୍ରାନ୍ସପୋର୍ଟ ଟ୍ରକ୍ ଡ୍ରାଇଭରଙ୍କୁ ଆକ୍ରମଣ କରିଲେ ୩ ଦୁର୍ବୃତ୍ତ, ଖଣ୍ଡା ଚୋଟରେ ଟ୍ରକ୍ ଚାଳକଙ୍କ କଟିଲା ହାତ
  • ||
  • ଶନିବାର ପିଏମ୍‌ କିଷାନ ଟଙ୍କା ବଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଷୀଙ୍କୁ ଖାତାକୁ ଯିବ ୧୮ ତମ କିସ୍ତି
  • ||
  • ସୋଆରେ ପ୍ରତିରକ୍ଷା ସରଞ୍ଜାମ ଉତ୍ପାଦନ ସମ୍ମିଳନୀ: ଯୋଗ ଦେଉଛନ୍ତି ନିବେଶକ, ପ୍ରତିରକ୍ଷା ବିଶେଷଜ୍ଞ
  • ||
  • ବାଲିପାଟଣା : ମନ୍ଦିରରୁ ଚୋରି କରିବା ବେଳ ଧରାପଡିଲା ଚୋର, ଜଣେ ଅଟକ
  • ||
  • ଭୁବନେଶ୍ୱର : ମାଟି ବୋଝେଇ ହାଇୱା ସହ କାର୍ ମୁହାଁମୁହିଁ ଧକ୍କା; କାର୍ ଡ୍ରାଇଭର ଗୁରୁତର, ହାଇୱା ଡ୍ରାଇଭର ଆହତ
  • ||
  • ହରିଆଣା ବିଧାନସଭା ନିର୍ବାଚନ: ୯୦ ଆସନରେ ଭୋଟିଂ ଆରମ୍ଭ, ୧,୦୩୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା
  • ||

ରିୟା ଚକ୍ରବର୍ତ୍ତୀଙ୍କୁ ଦିଲ୍ଲୀ ପୁଲିସର ନୋଟିସ୍‌ , ୫୦୦କୋଟି ଟଙ୍କାର HIBOX ଘୋଟାଲା ସହ ଜଡ଼ିତ ମାମଲା

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସମନ। ଦିଲ୍ଲୀ ପୁଲିସର ସାଇବର ସେଲ୍‌ ଏହି ଅଭିନେତ୍ରୀଙ୍କୁ ଏକ ଆପ୍‌-ଆଧାରିତ ଘୋଟାଲାର ଯାଞ୍ଚରେ ସାମିଲ ହେବାକୁ ୯ ଅକ୍ଟୋବରରେ ସମନ ଦେଇଛି। ଏହି ମାମଲା ‘HIBOX’ ମୋବାଇଲ ଆପ୍‌ ସହ ଜଡ଼ିତ, ଯାହାକି ନିବେଶକଙ୍କୁ ପାଖାପାଖି ୫୦୦ କୋଟି ଟଙ୍କାର ଠକେଇର ଶିକାର ବନାଇଛି। ପୁଲିସ ରିୟାଙ୍କୁ ଦ୍ୱାରକା ସ୍ଥିତ ସାଇବର ସେଲ୍‌ କାର୍ଯ୍ୟାଳୟରେ ପଚରାପଚରି ପାଇଁ ଡକାଇଛି। ଏହି ଆପ୍‌ ୟୁଜରଙ୍କୁ ତାଙ୍କର ନିବେଶ ଉପରେ ନିଶ୍ଚିତ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଉଥିଲା, କିନ୍ତୁ ବାସ୍ତବରେ ଏହା ଅବୈଧ କାର୍ଯ୍ୟକଳାପର ମାଧ୍ୟମ ପାଲଟି ଗଲା। 

ଏହି ମାସର ଆରମ୍ଭରେ , ପୁଲିସ କହିଛି କି, ଏହି ଆପ୍‌ ବିରୋଧରେ ୫୦୦ରୁ ଅଧିକ ଅଭିଯୋଗ ରୁଜୁ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ କି, ତାଙ୍କୁ ଏହି ଆପ୍‌ରେ ନିବେଶ କରିବା ପାଇଁ ସୋସିଆଲ ମିଡ଼ିଆରେ ପ୍ରସିଦ୍ଧ ଲୋକପ୍ରିୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରମୋଟ କରାଯାଇ ଥିଲା। ଏହି ଘୋଟାଲାର ଶିକାର ପାଖାପାଖି ୩୦,୦୦୦ ଲୋକ ହୋଇଛନ୍ତି , ଯାହାକି ମିଷ୍ଟ୍ରି ବକ୍ସ ସପିଂ ଓ ନିବେଶ ଯୋଜନା ଗୁଡ଼ିକରୁ ତ୍ୱରିତ ଲାଭ କରିବାକୁ ପ୍ରତିଶ୍ରୁତି ଦିଆ ଯାଇଥିଲା। ଆଇଏଫଏସଓ ୟୁନିଟ୍‌ ଏହି ଆପ୍‌ ମାଧ୍ୟମରେ ଚାଲୁଥିବା ଏକ ବଡ଼ ସଙ୍ଗଠନ ସମୂହର ପର୍ଦ୍ଦାଫାସ କରିଛି , ଯିଏକି ଲୋକଙ୍କୁ ଗାରେଣ୍ଟି ସହ ରିଟର୍ଣ୍ଣର ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲା। ଏହି ଠକେଇକୁ ଅନେକ ବଡ଼ ବଡ଼ ସୋସିଆଲ ମିଡ଼ିଆ ଇନଫ୍ଲୁଏନ୍ସର୍ସ ଓ ୟୁଟ୍ୟୁବର୍ସ ପ୍ରମୋଟ କରିଥିଲେ। 

ଦିଲ୍ଲୀ ପୁଲିସ ଅନୁସାରେ, ଅନେକ ଲୋକଙ୍କୁ ଏହି ଆପ୍‌ ସହ ପରିଚିତ କରାଯାଇ ଥିଲା, ଯେବେ ବଡ଼ ବଡ଼ ୟୁଟ୍ୟୁବର୍ସ ଓ ଇନଫ୍ଲୁଏନ୍ସର୍ସ ଏହାକୁ ନିଜର ଲକ୍ଷ ଲକ୍ଷ ଫଲୋୟର୍ସ ସାମନାରେ ପ୍ରମୋଟ କରି ଥିଲେ। ଏହି ଘୋଟାଲାରେ ଯାଞ୍ଚ ଘେରକୁ ଆସିଥିବା ଅନ୍ୟ ଇନଫ୍ଲୁଏନ୍ସରଙ୍କ ମଧ୍ୟରେ ୟୁଟ୍ୟୁବର୍ସ ଅଭିଷେକ ମଲହାନ , ଏଲଭିଶ୍‌ ଯାଦବ , ଲକ୍ଷ୍ୟ ଚୌଧୁରୀ , ପୁରଭ ଝା ଓ କମେଡିଆନ ଭାରତୀ ସିଂ ସଂପୃକ୍ତ ଅଛନ୍ତି। ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେସନ୍ସ (ଆଇଏଫଏସଓ)ୟୁନିଟ୍‌ ( ସ୍ୱତନ୍ତ୍ର ପ୍ରକୋଷ୍ଠ) ଯାଞ୍ଚରେ ସାମିଲ ହେବାକୁ ଅଭିଷେକ ମଲହାନ, ଏଲଭିଶ ଯାଦବ, ଲକ୍ଷ୍ୟ ଚୋଧୁରୀ ଓ ପୁରବ ଝାଙ୍କୁ ନୋଟିସ୍ ମଧ୍ୟ ଜାରି କରି ଥିଲା। ମୋଟ ୯ ଜଣ ଇନଫ୍ଲୁଏନ୍ସର ଏହି ଆପ୍‌କୁ ପ୍ରମୋଟ କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.