ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ପୀଡିତଙ୍କୁ ନ୍ୟାୟ ନ ଦେବା ପଡ଼ିଲା ମହଙ୍ଗା,୧୩୪ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

Published By : Anindita | December 21, 2024 11:21 AM

ନୂଆଦିଲ୍ଲୀ,୨୧/୧୨: ୧୩୪ ପୋଲିସ୍‌ ଅଧିକାରୀଙ୍କ ବିରୋଧରେ ମାମଲା  ରୁଜୁ । ପୀଡିତାଙ୍କୁ ନ୍ୟାୟ ପ୍ରଦାନରେ ବାଧା ସୃଷ୍ଟି କରୁଥିଲେ । ଅପରାଧୀଙ୍କୁ ଧରିବାରେ ସାଜୁଥିଲେ ପ୍ରତିବନ୍ଧକ । ଫଳରେ ମାମଲାଗୁଡ଼ିକ ବର୍ଷ ବର୍ଷ ଧରି ପଡ଼ି ରହୁଥଲା । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ବିହାରର ମୁଜାଫରପୁରରୁ । 

ତେବେ ଅପରାଧୀଙ୍କୁ ଧରି ପୀଡ଼ିତଙ୍କୁ ନ୍ୟାୟ ଦେବା ପୋଲିସ୍‌ର ପ୍ରକାମ ହୋଇଥିବା ବେଳେ ମୁଜଫରପୁରର ୧୩୪ ପୋଲିସ୍‌ ଅଧିକାରୀ ଏଥିରେ ବାଧା ସୃଷ୍ଟି କରୁଥିଲେ ।  ଏପରିକି ନିଜ ଟ୍ରାନ୍ସଫର ହେବା ପରେ ପରବର୍ତ୍ତୀ ଅଫିସରଙ୍କୁ ପୁରୁଣା କେସ୍‌ର ଫାଇଲ୍‌ ପ୍ରଦାନ କରୁ ନ ଥିଲେ। ଫଳରେ ୯୪୩ଟି ଫାଇଲ୍‌ ସମାଧାନ ନ ହୋଇ ପ୍ରାୟ ୧୦ ବର୍ଷ ପଡ଼ି ରହିଛି। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସମ୍ପୃକ୍ତ ଅଧିକାରୀମାନେ ପୁରୁଣା କେସ୍‌ର ଫାଇଲ୍‌ ପ୍ରଦାନ କରୁ ନ ଥିଲେ। କିଛି ଦିନ ପୂର୍ବେ ସମାଧାନ ହୋଇ ନ ଥିବା ପୁରୁଣା ମାମଲାଗୁଡ଼ିକର ସମୀକ୍ଷା କରାଯାଉଥିବା ବେଳେ ଏହି ସମସ୍ତ ଅଧିକାରୀଙ୍କ ନାମ ସାମ୍ନାକୁ ଆସିଛି। 

ଏବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ୮ଟି ଥାନାରେ ମାମଲା ରୁଜୁ ହୋଇଛି। କାଜିମୋହମ୍ମଦପୁର ପୋଲିସ ଷ୍ଟେସନରେ ୧୧, ସଦରରେ ୨୧, ବ୍ରହ୍ମପୁରାରେ୨୭, ଅହିୟାପୁରରେ ୬, ନଗରରେ୫୪ ଏବଂ ଅନ୍ୟାନ୍ୟ ପୋଲିସ ଷ୍ଟେସନ ସମେତ ମୋଟ ୧୩୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।  କାଜିମୋହମ୍ମଦପୁର ପୋଲିସ ଷ୍ଟେସନ ଇନଚାର୍ଜ ରବି କୁମାର ଗୁପ୍ତାଙ୍କ ଦ୍ୱାରା ଦିଆଯାଇଥିବା ଏଫଆଇଆରରେ କୁହାଯାଇଥିଲା ଯେ, ଦୈନିକ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଏହା ଜଣାପଡିଥିଲା ଯେ ପୂର୍ବରୁ କାଜିମୋହମ୍ମଦପୁର ପୋଲିସ ଷ୍ଟେସନରେ ପୋଷ୍ଟ କରାଯାଇଥିବା ଅଧିକାରୀମାନଙ୍କୁ ଅନ୍ୟ ପୋଲିସ ଷ୍ଟେସନ ଏବଂ ଜିଲ୍ଲାକୁ ସ୍ଥାନାନ୍ତର କରାଯାଇଛି।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.