ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ସ୍ମାର୍ଟ ୱାଚ୍ ପିନ୍ଧୁଥିଲେ ସାବଧାନ ! ୱାଚ୍‌ର ବ୍ୟାଣ୍ଡର ଷ୍ଟ୍ରାପ୍‌ରେ ଥାଏ ଏହି କ୍ଷତିକାରକ ଏସିଡ୍

Published By : Prameya | December 21, 2024 4:15 PM

ନୂଆଦିଲ୍ଲୀ, ୨୧।୧୨: ଏବେ ହାତରେ ଘଣ୍ଟା ପିନ୍ଧିଲେ ବି ଯାଇପାରେ ଜୀବନ । ସ୍ମାର୍ଟ ୱାଚ୍‌କୁ ନେଇ ଆସିଛି ସାଙ୍ଘାତିକ ରିପୋର୍ଟ । ୧୨ ଘଣ୍ଟାରୁ ଅଧିକ ସମୟ ଚର୍ମ ସହ ଯୋଗାଯୋଗରେ ରହିଲେ ବିପଜ୍ଜନକ । ୱାଚ୍ ସହିତ ଆସୁଥିବା ଷ୍ଟ୍ରାପ୍‌ରେ ରହିଛି କ୍ଷତିକାରକ ଏସିଡ୍ । ହୋଇପାରେ କ୍ୟାନସର ଭଳି ମାରାତ୍ମକ ରୋଗ । ତାଲିକାରେ ସାମିଲ ବଡ଼ ବଡ଼ ନାମୀଦାମୀ କମ୍ପାନୀ । 

ସ୍ମାର୍ଟ ୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡର ଷ୍ଟ୍ରାପ୍ ବିଭିନ୍ନ କ୍ଷତିକାରକ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ । ବର୍ତ୍ତମାନ ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ସ୍ମାର୍ଟ ୱାଚ୍ ସହିତ ଆସୁଥିବା ଷ୍ଟ୍ରାପ୍ ଗୁଡ଼ିକରେ କ୍ଷତିକାରକ PFHxA ଏସିଡ୍ ଥାଏ, ଯାହା କର୍କଟ ରୋଗର କାରଣ ହୋଇପାରେ । ଏହି ଅନୁସନ୍ଧାନରେ ଗୁଗୁଲ, ସାମସଙ୍ଗ, ଆପଲ୍ ଏବଂ ଫିଟବିଟ୍ ପରି ଅନେକ ବଡ କମ୍ପାନୀର ସ୍ମାର୍ଟ ୱାଚ୍ ପରୀକ୍ଷା କରାଯାଇଥିଲା । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଏନଭାଇରନମେଣ୍ଟାଲ ସାଇନ୍ସ ଓ ଟେକ୍ନୋଲୋଜି । 

ଅନେକ କମ୍ପାନୀ ସେମାନଙ୍କର PFHxA ଷ୍ଟ୍ରାପ୍‌ରେ ଫ୍ଲୋରୋଏଲାଷ୍ଟୋମର୍ସ, ଏକ ପ୍ରକାର ସିନ୍ଥେଟିକ୍ ରବର ବ୍ୟବହାର କରନ୍ତି । ଗବେଷକମାନେ ଏହି ରବରରେ ଚୠଐଙ୍ଘଇର ଉଚ୍ଚ ସ୍ତର ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି । ବର୍ତ୍ତମାନ ଲୋକମନେ ସ୍ଲିପ୍-କ୍ୱାଲିଟୀ ମନିଟର ଏବଂ ସ୍ଲିପ୍ ଆପ୍ନିଆ ଇତ୍ୟାଦି ଉପରେ ନଜର ରଖିବା ପାଇଁ ରାତିରେ ସ୍ମାର୍ଟ ୱାଚ୍ ପିନ୍ଧି ଶୋଇଥା’ନ୍ତି । ଏହି ବିଷୟରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଯଦି ଏହି PFHxA ପ୍ରତିଦିନ ୧୨ ଘଣ୍ଟାରୁ ଅଧିକ ସମୟ ପର‌୍ୟ୍ୟନ୍ତ ମାନବ ଚର୍ମ ସହିତ ଯୋଗାଯୋଗରେ ରହେ, ତେବେ ଏହା ବିପଜ୍ଜନକ ହୋଇପାରେ । ବଡ଼ କମ୍ପାନୀର ସ୍ମାର୍ଟୱାଚ୍ ଷ୍ଟ୍ରାପ୍ସରେ ଅଧିକ ପରିମାଣର PFHxA ମିଳିଲା । ଅନୁସନ୍ଧାନରେ ଅନ୍ତର୍ଭୁକ୍ତ ହୋଇଥିବା ଷ୍ଟ୍ରାପ୍ସରେ ଏହାର ହାରାହାରି ପରିମାଣ ବିଲିୟନ ପ୍ରତି ୮୦୦ ଭାଗ ବୋଲି ଜଣାପଡ଼ିଛି । ଯାହା ପ୍ରସାଧନ ସାମଗ୍ରୀରେ ମିଳୁଥିବା ହାରାହାରି ପରିମାଣଠାରୁ ୪ ଗୁଣ ଅଧିକ । ଗୋଟିଏ କ୍ଷେତ୍ରରେ ଏହା ୧୬ ହଜାର ପିପିବି ବୋଲି ଜଣାପଡ଼ିଛି ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ଏହି ରବର କ୍ରୀଡା ଏବଂ ଫିଟନେସ୍ ବ୍ୟାଣ୍ଡରେ ମଧ୍ୟ ବ୍ୟବହୃତ ହୁଏ । ଯେତେବେଳେ ରବରରେ ଥିବା ଏସିଡ୍ ଝାଳର ସଂସ୍ପର୍ଶରେ ଆସେ, ଏହା ଚର୍ମର ଖାଲ ଖୋଲିଥାଏ । ଏହି କାରଣରୁ, PFHxA ୫୦ ପ୍ରତିଶତ ଚର୍ମ ଭିତରକୁ ଯାଏ ଏବଂ ଏହାର ଏକ ତୃତୀୟାଂଶ ରକ୍ତରେ ତରଳିଯାଏ । PFHxA  ଗୁଡ଼ିକ ବିପଜ୍ଜନକ ରାସାୟନିକ ଶ୍ରେଣୀରେ ଅନ୍ତର୍ଭୁକ୍ତ ଏବଂ ଏହାକୁ ସବୁଦିନ ପାଇଁ ରାସାୟନିକ ପଦାର୍ଥ ମଧ୍ୟ କୁହାଯାଏ । ଏହାର ଅର୍ଥ ସେମାନେ ସ୍ଥିର ରୁହନ୍ତି ଏବଂ ପାଣିପାଗ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ । ଯଦି ଏହି ରାସାୟନିକ ଶରୀରରେ ଦୀର୍ଘ ସମୟ ରହିଥାଏ, ତେବେ ଏହା କର୍କଟ ଭଳି ବିପଜ୍ଜନକ ରୋଗ ସୃଷ୍ଟି କରିପାରେ । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.