ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

୪ଶହ ଟଙ୍କା ପାଇଁ କ୍ୟାବ ଡ୍ରାଇଭରଙ୍କୁ ଛୁରୀ ଭୁସିଦେଲେ ନାବାଳକ, ତଦନ୍ତ କରୁଛି ପୋଲିସ

Published By : Anindita | December 21, 2024 3:21 PM

ନୂଆଦିଲ୍ଲୀ,୨୧/୧୨:  କ୍ୟାବ୍ ଭଡ଼ା ପାଇଁ ଛୁରୀ ଭୁସିଦେଲେ ନାବାଳକ । ୪ଶହ ଟଙ୍କା  କ୍ୟାବ ଭଡ଼ା ଡ୍ରାଇଭର ଦେବାକୁ କହିଲାରୁ ନାବାଳକ ଜଣକ ଛୁରୀ ଭୁସିଥିବା ସୂଚନା । ତେବେ ଦିଲ୍ଲୀ ସୋନିଆ ବିହାର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା।  ମାତ୍ର ୪୦୦ ଟଙ୍କା ପାଇଁ କ୍ୟାବ ଡ୍ରାଇଭରଙ୍କୁ ଭଡା ଦେବାକୁ ରାଜି ହେଲେନି ନାବାଳକ। ଏହାପରେ ଝଗଡା ଏତେ ବଢିଗଲା ଯେ ୨୬ ବର୍ଷୀୟ ଡ୍ରାଇଭରଙ୍କୁ ଛୁରୀ ଭୁସି ଦେଲା ନାବାଳକ । ତେବେ ଡିସେମ୍ବର ୧୮ ତାରିଖ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି।  ମୃତ କ୍ୟାବ ଡ୍ରାଇଭରଙ୍କ ନାଁ ସନ୍ଦୀପ ହୋଇଥିବା ବେଳେ ସେ ରାପିଡୋ ଟାକ୍ସି ଚଳାଉଥିବା ଜଣାପଡ଼ିଛି ।

ସୂଚନା ଅନୁୟାୟୀ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ସନ୍ଦୀପ ସୋନିଆ ବିହାର ପୁସ୍ତା ନିକଟରେ ରାସ୍ତା କଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ତାଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ପୂର୍ବରୁ ସନ୍ଦୀପ ପୋଲିସକୁ କହିଥିଲେ ଯେ ନୋଏଡାରୁ ୩ ଜଣ ଯାତ୍ରୀ ଦୀପାଂଶୁ ରାହୁଲ ଓ ମୟଙ୍କଙ୍କୁ କାର୍‌ରେ ଭଡାରେ ଆଣିଥିଲେ । ସେମାନେ ସୋନିଆ ବିହାରରେ ଓହ୍ଲେଇବାର ଥିଲା । ଭଡା ବାବଦକୁ ୪ଶହ ଟଙ୍କା ହୋଇଥିଲା । ଆଉ ସେ ୩ ଜଣଙ୍କୁ ଭଡା ଟଙ୍କା ବାବଦକୁ ୪ଶହ ଟଙ୍କା ମାଗିଥିଲେ । ହେଲେ ସେମାନେ ଦେବାକୁ ରାଜି ହୋଇନଥିଲେ । ଟଙ୍କା ଦେବା ବଦଳରେ ମାଡ ମାରିବା ଆରମ୍ଭ କରିଥିଲେ । ଏତିକିବେଳେ ୩ ଯାତ୍ରୀଙ୍କ ସହ ଅନ୍ୟ ଜଣେ ସାଙ୍ଗ ନିଖିଲ ଓ ଜଣେ ନାବାଳକ ଆସି କ୍ୟାବ ଡ୍ରାଇଭର ସନ୍ଦୀପଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଆଉ ରକ୍ତାକ୍ତ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ତେବେ ଘଟଣାର ତଦନ୍ତ କରି ପୋଲିସ  ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡଛି । ସେହିପରି  ଏବେବି ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । 

 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.