ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

‘ନାଟକ କରୁଛନ୍ତି, ପୁରସ୍କାର ମିଳିବା ଦରକାର’ : ଆହତ ବିଜେପି ସାଂସଦଙ୍କୁ ଜୟାଙ୍କ କଟାକ୍ଷ

Published By : Prameya | December 21, 2024 4:29 PM

ନୂଆଦିଲ୍ଲୀ,୨୧।୧୨: ସଂସଦରେ ଦୁଇ ଦିନ ପୂର୍ବରୁ ଇଣ୍ଡିଆ ବ୍ଲକ ଓ ବିଜେପି ସାଂସଦଙ୍କ ମଧ୍ୟରେ ଧକ୍କା ମରାମରି ଘଟଣାକୁ ନେଇ ସରଗରମ ହୋଇଥିଲା ରାଜନୀତି। ଏହି ଘଟଣା ଦୁଇ ବିଜେପି ସାଂସଦ ଆହତ ହୋଇଥିଲେ। ଏବେ ଏହି ସାଂସଦଙ୍କ ଉପରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ କରିଛନ୍ତି କଟାକ୍ଷ। ସେ କହିଛନ୍ତି, ବିଜେପିର ଯେଉଁ ସାଂସଦ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେ କେବଳ ଡ୍ରାମା କରୁଛନ୍ତି।

ସଂସଦ ପରିସରରେ ଗଣମାଧ୍ୟମ ସହ କଥା ହୋଇ ଜୟା କହିଛନ୍ତି, ଏମାନେ ଭଲ ଡ୍ରାମା କରୁଛନ୍ତି। ତାଙ୍କୁ ଏଥିପାଇଁ ପୁରଷ୍କାର ଦେବା କଥା। ପ୍ରତାପ ଷଡଙ୍ଗୀ ଓ ମୁକେଶ ରାଜପୁତଙ୍କ ଭଳି ଭଲ ଆକ୍ଟିଂ ସେ ଆଉ କେଉଁଠି ଦେଖି ନାହାନ୍ତି ବୋଲି କହିଛନ୍ତି ଜୟା। ଏହାଛଡା ସେ ନାଗାଲାଣ୍ଡର ମହିଳା ସାଂସଦଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଭଲ ଅଭିନୟ ପାଇଁ ତାଙ୍କୁ ସମ୍ମାନିତ କରିବା ଦରକାର। 

ଜୟା କହିଛନ୍ତି, ରାଜପୁତ ଆଇସିୟୁରେ ଭର୍ତ୍ତି ଅଛନ୍ତି। ପ୍ରତାଷ ଷଡଙ୍ଗୀଙ୍କ ମୁଣ୍ଡରେ କେବଳ ହାଲକା ବ୍ୟାଣ୍ଡେଜ୍ ପଡିଥିଲା। ତା ପରେ ବଡ ପଟି ପଡିଲା। ଆଉ ଏବେ ପୁରା ମୁଣ୍ଡରେ ପଟି ବାନ୍ଧି ଦିଆଗଲା। ଏବେ ଦୁହେଁ ନିଜ ଲିଡର ସହ ଆଇସିୟରୁ କଥା ହେଉଛନ୍ତି। ଏହା ବେଷ୍ଟ ପରଫରମାନ୍ସ ନୁହେଁ ତ ଆଉ କ’ଣ ? ମୁଁ ଏଭଳି ଅଭିନୟ ଦେଖିନି। ସେପେଟ ଜୟାଙ୍କ ମନ୍ତବ୍ୟକୁ ନେଇ ବିଜେପି ପ୍ରତିକ୍ରିୟା ଦେଇଛି। ବିଜେପି କହିଛି ଏହା ସମାଜବାଦୀ ପାର୍ଟି ଓ ଇଣ୍ଡିଆ ବ୍ଲକ୍‌ର ମାନସିକତାକୁ ଦର୍ଶାଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.