ପ୍ରମୂଖ ଖବର
  • ଜାନୁଆରୀରେ ଆସିବ ସୁଭଦ୍ରା ଟଙ୍କା, ବଣ୍ଡା ଘାଟିରେ ସମସ୍ତ ମହିଳାଙ୍କ ଆକାଉଣ୍ଟକୁ ଯିବ କିସ୍ତି
  • ||
  • ସୁବର୍ଣ୍ଣପୁର : ଶିବ ମନ୍ଦିରରୁ ଚୋରି, ତାଲା କାଟି ଏକାଧିକ ମୂର୍ତ୍ତି ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସୁବର୍ଣ୍ଣପୁର : ଟ୍ରେନ୍‌ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
  • ||
  • ପଦ୍ମପୁର : ସ୍ତ୍ରୀର ତଣ୍ଟି କାଟିଦେଲା ନୃସଂଶ ସ୍ୱାମୀ, ଅଭିଯୁକ୍ତ ଫେରାର
  • ||
  • ପଟ୍ଟାମୁଣ୍ଡାଇ : ରାଜନଗରରୁ ପ୍ରାୟ ୧୮ ଫୁଟ ଲମ୍ୱର ଅଜଗର ଉଦ୍ଧାର, ଚିକିତ୍ସା ପରେ ଯିବ ଭିତରକନିକା
  • ||
  • ଭୁବନେଶ୍ୱର : ସୁନା ଦୋକାନରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • ଚାନ୍ଦବାଲି : ନବ ବିବାହିତା ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ବାପଘର ଲୋକେ
  • ||
  • ଖଲ୍ଲିକୋଟ : ଚାଷୀଙ୍କ ଚିନ୍ତା ବଢାଇଲା ଅଦିନିଆ ବର୍ଷା, ନଷ୍ଟ ହୋଇଗଲା ଫସଲ
  • ||
  • ଶନିବାର ଜିଏସ୍‌ଟି ପରିଷଦ ବୈଠକ: ଶସ୍ତା ହୋଇପାରେ ଅନ୍‌ଲାଇନ୍‌ ଖାଦ୍ୟ ଅର୍ଡର, କମିପାରେ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌
  • ||
  • ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ,କ୍ଷୟକ୍ଷତି ନେଇ ନାହିଁ ସୂଚନା
  • ||
  • ଜର୍ମାନୀରେ ଖ୍ରୀଷ୍ଟମାସ ମାର୍କେଟରେ ଲୋକଙ୍କ ଉପରେ ମାଡ଼ିଗଲା କାର୍‌, ୨ ମୃତ, ୬୫ ଆହତ,ଚାଳକ ଅଟକ
  • ||
  • ଆସିକା : ଲଗାଣ ବର୍ଷାରେ ନଷ୍ଟ ହୋଇଗଲା ଅମଳ ଧାନ, ଚିନ୍ତାରେ ପଡିଛନ୍ତି ଚାଷୀ
  • ||
  • ଜଗତସିଂହପୁର : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ନଷ୍ଟ ୫୦ ହଜାର ହେକ୍ଟର ଜମିର ଫସଲ
  • ||
  • ଶୀତରେ ବର୍ଷା ଦାଉ: ଆଜି ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା
  • ||

ବିଧାନସଭା ନିର୍ବାଚନ ପୂର୍ବରୁ କେଜ୍ରିୱାଲ୍‌ଙ୍କୁ ଝଟ୍‌କା, ମଦ ଦୁର୍ନୀତି ମାମଲାରେ ମକୋଦ୍ଦମା ଚଳାଇବାକୁ ଇଡିକୁ ଦାୟିତ୍ଵ ଦେଲେ ଏଲଜି

Published By : Prameya | December 21, 2024 12:45 PM

ନୂଆଦିଲ୍ଲୀ, ୨୧/୧୨ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଝଟ୍‌କା। ମଦ ଦୁର୍ନୀତି ମାମଲାରେ ଆପ୍ ପ୍ରମୁଖ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ମକୋଦ୍ଦମା ଚଳାଇବାକୁ ଇଡିକୁ ଦାୟିତ୍ଵ ଦେଲେ ଉପରାଜ୍ୟପାଳ ବିକେ ସକସେନା। ଡିସେମ୍ଵର ୫ରେ ମକୋଦ୍ଦମା ଚଳାଇବା ପାଇଁ ଏଲଜିଙ୍କ ଠାରୁ ଅନୁମତି ମାଗିଥିଲା ଇଡି। 

ଇଡିର ଅଭିଯୋଗ ଅନୁଯାୟୀ, ସାଉଥ୍ ଗ୍ରୁପ୍‌ର ସଦସ୍ୟଙ୍କ ସହ ମିଶି ଅରବିନ୍ଦ କେଜ୍ରିୱାଲ ୧୦୦ କୋଟି ଟଙ୍କାର ଲାଞ୍ଚ ନେଇଥିଲେ। ଏହାପରେ ଟେଲର-ମେଡ୍ ନୀତି ଲାଗୁ କରି ଘରୋଇ ସଂସ୍ଥା ଗୁଡ଼ିକୁ ଉନୁଚିତ୍ ଉପାୟରେ ଲାଭ ଦେଇଥିଲେ। ଅବକାରୀ ନୀତି ୨୦୨୧-୨୨ ବରୋଧରେ ସାଉଥ୍ ଗ୍ରୁପ୍ କମ୍ପାନୀକୁ ବହୁ ରିଟେଲ୍ ଜୋନ୍ ରଖିବାକୁ ଅନୁମତି ଦେଇଥିଲେ। ଏହି ଲାଞ୍ଚ ଟଙ୍କାର ପାଖାପାଖି ୪୫ କୋଟି ଟଙ୍କା ଗୋଆ ନିର୍ବାଚନ ବେଳେ ଦଳର ପ୍ରଚାର ପାଇଁ କେଜ୍ରିୱାଲ ଖର୍ଚ୍ଚ କରିଥିଲେ। ତେବେ ଆସନ୍ତା ୨୦୨୫ ଜାନୁଆରୀ ୩୦ରେ ଇଡିର ଚାର୍ଜସିଟ୍ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିବେ। 

ସେପଟେ ଆପ୍‌ର କହିବା ଅନୁଯାୟୀ, ୨୫୦ରୁ ଉର୍ଦ୍ଧ୍ଵ ଚଢାଉ କରାଯାଇଛି, ହେଲେ ଟଙ୍କାଟିଏ ବି ମିଳିନାହିଁ। ତଥାକଥିତ ମଦ ଦୁର୍ନିତୀ ମାମଲାର ତଦନ୍ତ ୨ ବର୍ଷ ଯାଏଁ ଚାଲିଲା, ୫୦୦ରୁ ଉର୍ଦ୍ଧ୍ଵ ଲୋକଙ୍କୁ ହଇରାଣ କରାଗଲା, ୫୦ ହଜାର ଫର୍ଦ୍ଦ ବିଶିଷ୍ଟ ଦସ୍ତାବିଜ ଦାଖଲ ହେଲା, ୨୫୦ରୁ ଉର୍ଦ୍ଧ୍ଵ ରେଡ୍ ହେଲା, ହେଲେ ଟଙ୍କାଟିଏ ବି ମିଳିଲା ନାହିଁ। ବିଜେପିର ଅସଲ ଉଦ୍ଦେଶ୍ୟ ହେଉଛି କେଜ୍ରିୱାଲଙ୍କୁ ହଇରାଣ କରିବା। 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.