ପ୍ରମୂଖ ଖବର
  • ଖୋର୍ଦ୍ଧା : ପାଣିରେ ଭାସୁଛି ଅଜଣା ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

କଂଗ୍ରେସକୁ ମୋଦିଙ୍କ କଡ଼ା ହମଲା ; କହିଲେ ଯଦି ଆମେ ଭାଗ ଭାଗ ହୋଇଗଲେ ତ , ସେମାନେ …

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କଂଗ୍ରେସକୁ ଜୋରଦାର ହମଲା କରିଛନ୍ତି । କହିଛନ୍ତି ଏହା ଦେଶର ସବୁଠୁ ବେଇମାନ ଓ ଦୁର୍ନୀତିଗ୍ରସ୍ତ ଦଳ। ସେ ଆହୁରି କହିଛନ୍ତି ଯେ, ସେମାନେ ଜମି ଲୁଟନ୍ତି, ମହିଳାଙ୍କ ସହ ଦୁର୍ବ୍ୟବହାର କରନ୍ତି ଏବଂ ସହରୀ ନକ୍ସଲଙ୍କୁ ସମର୍ଥନ କରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେ ଭାଗ ଭାଗ ହୋଇଯିବା, ଆମକୁ ଭାଗ ଭାଗ କରୁଥିବା ବ୍ୟକ୍ତି ଉତ୍ସବ ପାଳିବେ। 

ଉଲ୍ଲେଖନୀୟ ଯେ, ମହାରାଷ୍ଟ୍ରର ଠାଣେରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ସମ୍ୱୋଧିତ କରି ପିଏମ୍ ମୋଦି କହିଛନ୍ତି, 'କଂଗ୍ରେସ ଦେଶର ସବୁଠୁ ଦୁର୍ନୀତିଗ୍ରସ୍ତ ଦଳ। ହରିୟାଣା କଂଗ୍ରେସର ଜଣେ ନେତା ଡ୍ରଗ୍ସ ସହ ଧରା ପଡ଼ିଛି। ଏମାନେ ଶୋଷଣ କରିବା ପାଇଁ ନୂଆ ନୂଆ ଉପାୟ ଖୋଜନ୍ତି। ହିମାଚଳ ପ୍ରଦେଶରେ ତ’ ସେମାନେ ସବୁ ସୀମା ପାର୍ କରିଛନ୍ତି । ଶୌଚାଳୟ ଟ୍ୟାକ୍ସ ନାମକ ଏକ ନୂଆ ଟ୍ୟାକ୍ସ ପ୍ରସ୍ତାବ ଦେଇଛନ୍ତି, ଯାହା ଆମ କଳ୍ପନା ବାହାରେ। ଗୋଟିଏ ପଟେ ମୁଁ ଶୌଚାଳୟ ଉପଲବ୍ଧ କରାଉଛି ଏବଂ ଅନ୍ୟପଟେ ସେମାନେ ଶୌଚାଳୟ ଉପରେ ଟ୍ୟାକ୍ସ ଲଗାଉଛନ୍ତି। ସେମାନେ ଜମି ଲୁଟନ୍ତି ଏବଂ ମହିଳାଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି। କଂଗ୍ରେସର ଆଜି ପର୍ଦ୍ଦାଫାସ ହୋଇଛି। ସେମାନେ ସହରୀ ନକ୍ସଲର ସଂଗଠନ ଚଲାଉଛନ୍ତି। କଂଗ୍ରେସ ଖୋଲା ଖୋଲି ଭାବେ ସେମାନଙ୍କ ସମର୍ଥନରେ ରହିଛି, ଯେଉଁମାନେ ଭାରତର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ।' 

ପ୍ରଧାନମନ୍ତ୍ରୀ କହିଛନ୍ତି, 'ସେମାନେ ସମାଜକୁ ଭାଗ ଭାଗ କରି କ୍ଷମତାକୁ ଆସିବା ମିଶନରେ ଅଛନ୍ତି। ଇତିହାସରୁ ଆମକୁ ଶିକ୍ଷା ନେବାର ଅଛି। ଆମକୁ ଏକଜୁଟ୍ ରହିବାର ଅଛି । ଯଦି ଆମେ ଭାଗ ଭାଗ ହୋଇଯିବା, ତେବେ ସେମାନେ ଉତ୍ସବ ପାଳନ କରିବେ। ସେମାନେ ଯେଉଁଠାକୁ ଯାଉଛନ୍ତି, ସେଠାରେ ବିନାଶ ହେଉଛି। ସେମାନେ ହିଁ ଦେଶକୁ ଗରିବୀ ଭିତରକୁ ଠେଲି ଦେଇଥିଲେ। ତାଙ୍କ ସହ ମେଣ୍ଟ କରୁଥିବା ଦଳ ବି ତୁଷ୍ଟିକରଣ କଥା କହିବା ଆରମ୍ଭ କରନ୍ତି। କଂଗ୍ରେସ ସାବରକରଙ୍କୁ ଅପମାନିତ କରିଥାଏ ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.