ଜଲାଲାବାଦ,୬/୧୦ : ପଞ୍ଜାବର ଜଲାଲାବାଦରେ ରବିବାର ଅକାଳୀ ଦଳର ବରିଷ୍ଠ ନେତା ଏବଂ ଆପ୍ ନେତା ମନଦୀପ ସିଂହ ବରାଡ଼ଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ଏହି ସମୟରେ ଅକାଳୀ ନେତା ଗୁଳି ଚଳାଇ ଦେଇଥିଲେ ଯାହା ଆପ ନେତାଙ୍କ ମୁଣ୍ଡରେ ବାଜିଥିଲା । ଆହତ ଅବସ୍ଥାରେ ମନଦୀପ ସିଂହଙ୍କୁ ଜଲାଲାବାଦର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଗମ୍ଭୀର ଅବସ୍ଥା ଦେଖି ଚିକିତ୍ସା ଲାଗି ଡିଏମସି ଲୁଧିୟାନା ରେଫର କରାଯାଇଛି ।
ଜଲାଲାବାଦର ବିଧାୟକ ଜଗଦୀପ କବୋଜ ଗୋଲ୍ଡୀ ଅଭିଯୋଗ ଲଗାଇଛନ୍ତି କି ଏହି ଗୁଳି ଶିରୋମଣୀ ଅକାଳୀ ଦଳର ନେତା ବରଦେବ ସିଂହ ମାନ ଚଳାଇଛନ୍ତି । ଜଲାଲାବାଦରେ ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ ନେବାକୁ ପହଞ୍ଚିଥିବା ଜିଲ୍ଲା ଫାଜିଲ୍କାର ଏସଏସପି ବରିନ୍ଦର ସିଂହ ବରାଡ଼ କହିଛନ୍ତି କି ବରଦେବ ସିଂହ ନୋନୀ ମାନ, ପୂର୍ବତନ ସାଂସଦ ଜୋରା ସିଂହ ମାନଙ୍କ ପୁଅ ଅକାଳୀ ଦଳ ଫିରୋଜପୁର ବିଡିପିଓ କାର୍ଯ୍ୟାଳୟରେ ଆସିଥିବା ଏବଂ ଭିଡ଼ିଓରେ କହିବାକୁ ଲାଗିଥିଲେ କି ସ୍କୁଲର ନିଷ୍ପତ୍ତି ପଞ୍ଚାୟତ ପକ୍ଷରେ ହୋଇସାରିଛି । ଯଦି ଆମ ଫାଇଲକୁ ରିଭ୍ୟୁ କରି ନିଆଯିବ ତ ଆମ ଫାଇଲ ରଦ୍ଦ କରିଦିଆଯିବ ।
ଏହା ଉପରେ ବିଡିଓ କହିଛନ୍ତି କି କାହାକୁ କାହାକୁ ଦେଖିବି । ଯାହାପରେ ବରଦେବ ସିଂହ ନୋନୀ ମାନ ଆଦି କାର୍ଯ୍ୟାଳୟ ବାହାରେ ପହଞ୍ଚିଥିଲେ ଏବଂ ସେଠାରେ ତାଙ୍କର ଆପ୍ ନେତା ମନଦୀପ ବରାଡ଼ଙ୍କ ସହ ବଚସା ହୋଇଥିଲା ଏବଂ ଏହି ସମୟରେ ଗୁଳି ଲାଗିବାରୁ ଆପ୍ ନେତା ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ଲାଗି ଜଲାଲାବାଦର ସରକାରୀ ହସ୍ପିଟାଲକୁ ନିଆଯାଇଛି । ଯେଉଁଠାରେ ଡାକ୍ତର ତାଙ୍କୁ ପ୍ରାଥମିକ ଚକିତ୍ସା କରିଥିଲେ ଏବଂ ପରେ ଲୁଧିୟାନା ରେଫର କରି ଦେଇଥିଲେ। ଚିକିତ୍ସା ଲାଗି ତାଙ୍କୁ ଡିଏମସୀ ଲୁଧିୟାନା ନିଆଯାଇଛି ଏବଂ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ।