ନୂଆଦିଲ୍ଲୀ, ୬/୧୦ : ସାଉଥରୁ ନେଇ ବଲିଉଡ଼ ପର୍ଯ୍ୟନ୍ତ ଅଭିନେତାଙ୍କୁ ନିଜର କୋରିୟୋଗ୍ରାଫିରେ ଡ୍ୟାନ୍ସ କରାଉଥିବା ପ୍ରସିଦ୍ଧ କୋରିୟୋଗ୍ରାଫର ଜାନୀ ମାଷ୍ଟର ୧୯ସେପ୍ଟେମ୍ବରରୁ ଦୁଷ୍କର୍ମ ଅଭିଯୋଗରେ ଜେଲରେ ଅଛନ୍ତି । ସେ କେତେକ ଫିଲ୍ମରେ ନିଜର ଡ୍ୟାନ୍ସର ଯାଦୁ ଦେଖାଇଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ହସ ଏବଂ ଭଲ କଳା ଲାଗି ତାଙ୍କୁ ଫିଲ୍ମ ‘ଥିରୁଚିତ୍ରାମ୍ବଲମ’ର ଗୀତ ‘ମେଘକରୁକ୍କଥା’ ଲାଗି ବେଷ୍ଟ କୋରିୟୋଗ୍ରାଫିର ନେଶନାଲ ଆଓ୍ବାର୍ଡ଼ ମିଳିବାକୁ ଥିଲା । କିନ୍ତୁ ଏବେ ଏଭଳି ହେବ ନାହଁ । କାରଣ ଭାରତ ସରକାର ନିଜର ଆଓ୍ବାର୍ଡ଼ ଫେରାଇ ନେଇଛନ୍ତି ।
ଏହା ପଛର କାରଣ ଏହି କି ଯେ , ତାଙ୍କ ଉପରେ ଲାଗିଥିବା ପୋକ୍ସୋ ଚାର୍ଜ । ପ୍ରକାଶ ଯେ, ତାଙ୍କୁ ୮ଅକ୍ଟୋବରରେ ହେବାକୁ ଥିବା ନେଶନାଲ ଆଓ୍ବାର୍ଡରେ ସାମିଲ ହେବା ଲାଗି ଅନ୍ତରୀଣ ଜାମିନ ମିଳିଥିଲା । କିନ୍ତୁ ଏବେ ଭାରତ ସରକାର ତାଙ୍କଠାରୁ ଆଓ୍ବାର୍ଡ଼ ଏବଂ ଇଭେଣ୍ଟର ନିମନ୍ତ୍ରଣ ଫେରାଇ ନେଇଛନ୍ତି । ସରକାର ଏହି ମାମଲାକୁ ଗମ୍ଭୀରତାର ସହ ଦେଖି ଏହି ପଦକ୍ଷେପ ଉଠାଇଛନ୍ତି । ଏହାସହ ଜାନୀ ମାଷ୍ଟରଙ୍କୁ ସେହି କାର୍ଯ୍ୟକ୍ରମରେ ସାମିଲ ହେବାର ଅନୁମତି ମିଳିନାହିଁ ।