ନୂଆଦିଲ୍ଲୀ: ଅଶ୍ଳୀଳ କଣ୍ଟେଣ୍ଟ ଦେଖାଇବା ପଡ଼ିଲା ମହଙ୍ଗା। ବନ୍ଦ ହେବ ୧୮ଟି ଓଟିଟି ପ୍ଲାଟଫର୍ମ। ବୁଧବାର(ଡିସେମ୍ବର ୧୮)କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ. ମୁରୁଗନ ଏହି ସୂଚନା ଦେଇଛନ୍ତି। ଏହି ଓଟିଟି ପ୍ଲାଟଫର୍ମଗୁଡ଼ିକ ଅଶ୍ଲିଳ କଣ୍ଟେଣ୍ଟ ପରିବେଷଣ କରୁଥିବାରୁ ୨୦୨୫ ଏଗୁଡ଼ିକୁ ସବୁ ବନ୍ଦ କରି ଦିଆଯିବ ବୋଲି ମନ୍ତ୍ରୀ ଲୋକସଭାରେ କହିଛନ୍ତି।
ଡିସେମ୍ବର ୧୮ ତାରିଖ ଲୋକସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ୨୦୨୧ ସମ୍ପର୍କରେ ଆଲୋଚନା ହୋଇଥିଲା। ଯେଉଁଥିରେ ଅଶ୍ଲିଳ କଣ୍ଟେଣ୍ଟ ପ୍ରଚାର ପ୍ରସାର ଉପରେ ରୋକ ଲଗାଇବା ନେଇ କଡା ନିୟମ ରହିଛି ବୋଲି ମନ୍ତ୍ରୀ କହିଥିଲେ।
ନୂଆ ଆଇଟି ନିୟମରେ ଡିଜିଟାଲ ମିଡିଆ ପବ୍ଲିସର ସହ ଓଟିଟି ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ମୁରୁଗନ ସ୍ପଷ୍ଟ କରିଛନ୍ତି। ତେବେ ଭାରତରେ ଏମିତି ଅନେକ ଓଟିଟି ପ୍ଲାଟଫର୍ମ ଅଛି ଯେଉଁଠି ଅଶ୍ଲୀଳ କଣ୍ଟେଣ୍ଟ ପରିବେଷଣ କରାଯାଉଛି। ଏହାକୁ ରୋକିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ ଉଦ୍ୟମ ଆରମ୍ଭ କରିଛି। ଏଥିପାଇଁ ୨୦୨୫ ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିବାକୁ ଯୋଜନା କରାଯାଉଛି।
ଅଧିକ ପଢ଼ୁନ୍ତୁ: ଓଟିଟି ପ୍ଲାଟଫର୍ମକୁ ଝଟ୍କା, ବୈଧାନିକ ସତର୍କତା ବିନା ଡ୍ରଗ୍ସ ସେବନକୁ ପ୍ରୋତ୍ସାହିତ କଲେ ହେବ କାର୍ଯ୍ୟାନୁଷ୍ଠାନ
ଅଶ୍ଲୀଳ କଣ୍ଟେଣ୍ଟ ରୋକିବାକୁ ସରକାର ଯୋଜନା କରୁଥିବା ବେଳେ ଡିଜିଟାଲ ଖବର ପ୍ରସାରଣ ସଂସ୍ଥାଗୁଡ଼ିକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା। ଜବାବରେ ମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ନ୍ୟୁଜ ୱେବସାଇଟଗୁଡ଼ିକ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସାମ୍ବାଦିକତା ଆଚରଣ ମାନଦଣ୍ଡ ମାନୁଥିବା ଦରକାର।
ଖବର ପରିବେଷଣ କିମ୍ବା କୌଣସି କଣ୍ଟେଣ୍ଟ ଦେଖାଇଲେ କେବୁଲ ଟିଭି ଅପରେଟରମାନେ ନେଟୱର୍କ ରେଗୁଲେସନ ଆକ୍ଟ ୧୯୯୫ର ପାଳନ କରିବା ଦରକାର ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏଲ. ମୁରୁଗନ କହିଛନ୍ତି। ବୋଲତା ହିନ୍ଦୁସ୍ଥାନ ଓ ନ୍ୟାସନାଲ ଦସ୍ତକ ଭଳି ଖବର ପ୍ରସାରଣକାରୀ ସଂସ୍ଥାମାନେ ମଧ୍ୟ ଆଇଟି ନିୟମ, ୨୦୨୧ ଅଧିନରେ ଆସୁଛନ୍ତି ବୋଲି ସେ କହିଛନ୍ତି।
ଭାରତର ଅଖଣ୍ଡତା, ସୁରକ୍ଷା, ସାର୍ବଜନିକ ବ୍ୟବସ୍ଥା ତଥା ବୈଦେଶିକ ରାଷ୍ଟ୍ରମାନଙ୍କ ସହ ସମ୍ବନ୍ଧକୁ ନେଇ ଭୁଲ୍ ତଥ୍ୟ ପରିବେଷଣ କଲେ ଆଇଟି ନିୟମର ତୃତୀୟ ଅଧ୍ୟାୟର ସେକ୍ସନ 69କ ଆଧାରରେ ସମସ୍ତ କଣ୍ଟେଣ୍ଟକୁ ହଟାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଣୁ ଏବେ କେନ୍ଦ୍ରୀୟ ସଂସ୍ଥା ପାଖରେ ଏହି ଭଳି କଣ୍ଟେଣ୍ଟକୁ ହଟେଇବା କିମ୍ବା ବ୍ଲକ କରିବାର ଅଧିକାର ରହିବ ବୋଲି ସେ ସୂଚନା ଦେଇଛନ୍ତି।