ପ୍ରମୂଖ ଖବର
  • ଭୁବନେଶ୍ୱରରେ ନୂଆ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି, ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍‌
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢିଲା ସ୍ୱାଧୀନତା ସଂଗ୍ରାମୀଙ୍କ ଭତ୍ତା
  • ||
  • ରାଜଧାନୀରେ ନକଲି ସିମେଣ୍ଟ୍ ଫ୍ୟାକ୍ଟ୍ରି ଠାବ, ପାଉଁଶ ମିଶାଇ ଲୋକଙ୍କୁ କରୁଥିଲେ ବିକ୍ରି
  • ||
  • କରଞ୍ଜିଆ : ସ୍କୁଟିକୁ ଧକ୍କା ଦେଲା ଲୁହା ପଥର ବୋଝେଇ ଟ୍ରକ୍, ମାଆ ଆଗରେ ଚାଲିଗଲା ପୁଅର ଜୀବନ
  • ||
  • ଆନନ୍ଦପୁର : ଜଙ୍ଗଲରୁ ୨ ଶିକାରୀ ଗିରଫ, ମାରଣାସ୍ତ୍ର ସହ ଫାସ ଜବତ
  • ||
  • ବୋରିଗୁୁମ୍ମା : ନୂଆବର୍ଷରେ ଭୋଜି କରି ଯୁବକଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ବୌଦ୍ଧ : ୨୧୬ ଲିଟର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଅପରାହ୍ନରେ ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ‘ଦୁଲ୍‌ଦୁଲି' କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • କଳାହାଣ୍ଡି : ଟ୍ୟାଙ୍କର ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ
  • ||
  • ଜଗା ଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ଼, ବଡ଼ଦାଣ୍ଡରେ ଲାଗିଛି ଲମ୍ବା ଲାଇନ୍
  • ||
  • ସମ୍ୱଲପୁରରେ ଜବରଦଖଲ ଉଚ୍ଛେଦ, ୧୬୩ ଧାରା ଲାଗୁ
  • ||
  • ଘଟଗାଁରେ ଉଦ୍‌ଘାଟନ ହେବ ଅଟେଇ ଜଙ୍ଗଲ ସଫାରୀ, ବନ୍ୟଜନ୍ତୁ ଦେଖିବାର ମଜା ନେବେ ପର୍ଯ୍ୟଟକ
  • ||
  • ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ, ପୁରୀ ଯାଇ ଶ୍ରୀଜିଉଙ୍କୁ କରିବେ ଦର୍ଶନ
  • ||
  • ସାଲେପୁର : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍: ଜଣେ ସଙ୍କଟାପନ୍ନ, ଦୁଇ ଗୁରୁତର
  • ||
  • ସୋର : ଇଶାନ ଗାଁରେ ଅଗ୍ନିକାଣ୍ଡ: ଜଳିଗଲା ୪ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ଜାନୁଆରୀରେ ଶୀତ କମ୍‌, ମାର୍ଚ୍ଚ ଯାଏଁ ଅଧିକ ବର୍ଷା, ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ
  • ||

ସନ୍ଦେଶଖାଲୀ ଗସ୍ତରେ ମମତା ବାନାର୍ଜୀ; ଯୌନ ଉତ୍ପୀଡ଼ନ ଅଭିଯୋଗ ଆସିବା ପରେ ହେବ ପ୍ରଥମ ଗସ୍ତ…!

Published By : Bijay Swain | December 30, 2024 11:27 AM

Image courtesy: indiatoday

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ସନ୍ଦେଶଖାଲୀ ଗସ୍ତ କରିବାକୁ ଯାଉଛନ୍ତି। ସ୍ଥାନୀୟ ତ୍ରୃଣମୁଳ କଂଗ୍ରେସ(ଟିଏମସି)ର ନେତାଙ୍କ ଉପରେ ଯୌନ ଉତ୍ପୀଡ଼ନ ଏବଂ ଜମି କୋଲେଙ୍କାରି ଅଭିଯୋଗ ଆସିବା ପରେ ସନ୍ଦେଶଖାଲୀକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ। 

ଗତ ସପ୍ତାହରେ ରାଜ୍ୟ ସଚିବାଳୟରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟିଏମସି ସୁପ୍ରିମୋ କହିଛନ୍ତି ଯେ, ନିର୍ବାଚନ ପରେ ଅଞ୍ଚଳକୁ ଏହା ତାଙ୍କର ପ୍ରଥମ ଗସ୍ତ ରହିବ। ରାଜ୍ୟ ସରକାରଙ୍କ ଯୋଜନା ଅଧୀନରେ ଲାଭ ବଣ୍ଟନ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ଜାଣିବା ପାଇଁ ଏହି ଗସ୍ତ କରାଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।

ଏହା ଏକ ସରକାରି କାର୍ଯ୍ୟକ୍ରମ। ଆମେ ଲକ୍ଷ୍ମୀର ଭଣ୍ଡାର ଓ ବାଙ୍ଗଲାର ବାରି ଯୋଜନା ଅଧିନରେ ଏହି ଅଞ୍ଚଳରେ ଅନେକ କାମ କରିଛୁ। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏହି ଯୋଜନା ଅଧିନରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଉପକୃତ ହୋଇପାରିଛନ୍ତି। ବିଭିନ୍ନ ଯୋଜନା ଅଧିନରେ ଉପକୃତ ହୋଇଥିବା ୧୦୦ରୁ ଅଧିକ ହିତାଧିକାରୀଙ୍କୁ ମୁଁ ପ୍ରମାଣପତ୍ର ଦବାପାଇଁ ଏହି ଅଞ୍ଚଳକୁ ଯାଉଛି ବୋଲି ମମତା ବାନାର୍ଜୀ ସୁଚନା ଦେଇଛନ୍ତି।  

ଲୋକସଭା ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତିର ଅଂଶ ଭାବେ ଏହି ଗସ୍ତ ହେବାକୁ ଯାଉଛି ବୋଲି ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକମାନେ ମତେ ସନ୍ଦେଶଖାଲୀ ଯିବାନେଇ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଁ ପରେ ଯିବା ବୋଲି ସେମାନଙ୍କୁ ଉତ୍ତର ଦେଇଥିଲି। ବାସ ମୁଁ ଦେଇଥିବା କଥା ରଖୁଛି ବୋଲି ସେ କହିଛନ୍ତି। 

ଅନ୍ୟପଟେ, ପଶ୍ଚିମବଙ୍ଗର ବିରୋଧି ଦଳର ବିଜେପି ନେତା ଶୁଭେନ୍ଦୁ ଅଧିକାରି ସମାନ ଅଞ୍ଚଳରେ ଆଉ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି। ତେବେ ସନ୍ଦେଶଖାଲୀ ଅଞ୍ଚଳରେ ହୋଇଥିବା ଯୌନ ଉତ୍ପୀଡ଼ନ ଏବଂ ଜମି କୋଲେଙ୍କାରିକୁ ନେଇ ଉଭୟ ବିଜେପି ଓ ଶାସକ ଦଳ ଟିଏମସି ମଧ୍ୟରେ ଛକାପଞ୍ଝା ଲାଗିରହିଛି। 

ମମତା ବାନାର୍ଜୀଙ୍କ ଗସ୍ତର ପରଦିନ ଶୁଭେନ୍ଦୁ ନିଜ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି। ସୁଚନା ମୁତାବକ ବିଜେପିର ଆଭିମୁଖ୍ୟକୁ ନେଇ ସ୍ଥାନିୟ ଲୋକମାନଙ୍କ ସହ ଜନ ସଂଯୋଗ ଯାତ୍ରାର ଆୟୋଜନ କରିବାକୁ ଯାଉଛନ୍ତି ଶୁଭେନ୍ଦୁ ଅଧିକାରି।

ଖବର ମୁତାବକ, ଚଳିତ ବର୍ଷ ଜାନୁଆରି ମାସରେ କୋଟିକୋଟି ଟଙ୍କାର ରାସନ ହଡ଼ପ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ସନ୍ଦେଶଖାଲୀ ଅଞ୍ଚଳର ଟିଏମସି ନେତା ଶେଖ ସାହାଜାହାନ ଉପରେ ଚଢାଉ କରିଥିଲା। ଏହି ଚଢଉ ବେଳେ ନେତାଙ୍କ ଲୋକମାନେ ଇଡ଼ି ଅଧିକାରିମାନଙ୍କୁ ମାଡ ମାରିବା ସହ ସେମାନଙ୍କ ଯାନବାହାନ ଗୁଡିକୁ ନଷ୍ଟ କରିଦେଇଥିଲେ। 

ଏହି ଘଟଣା ପରେ ଉକ୍ତ ଅଞ୍ଚଳର ଅନେକ ମହିଳା ଶାହାଜାହାନ ଓ ତାଙ୍କ ସହଯୋଗୀ ମାନଙ୍କ ଉପରେ ଯୈନଉତ୍ପୀଡ଼ନ ସହ ଜମି ହଡ଼ପର ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗ ଆସିବା ପରେ ବିଜେପି, ସିପିଆଇ ଓ କଂଗ୍ରେସ ଭଳି ବିରୋଧି ଦଳ ଶାହାଜାହାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ। 

ଏହି ଘଟଣାରେ ବିଜେପି, ଇଡି ଏବଂ ଗଣମାଧ୍ୟମର ଷଡଯନ୍ତ୍ର ରହିଛି ବୋଲି ମମତା ପ୍ରଥମେ ଦାବି କରିଥିଲେ। ମାମଲା ରୁଜୁ ହେବାର ଦୀର୍ଘ 55 ଦିନ ପରେ ଶାହାଜାହାନଙ୍କୁ ଗିରଫ କରାଯିବା ସହ ଟିଏମସିରୁ ନିଲମ୍ବିତ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.