ପ୍ରମୂଖ ଖବର
  • ମୁନିଗୁଡ଼ା : ରେଳ ଧାରଣାରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ୱର : ଅଳିଆ ଗଦାରେ ଲାଗିଲା ନିଆଁ, ୫୦ ଫୁଟ ଉଚ୍ଚରେ ଉଠିଲା ଧୂଆଁ
  • ||
  • କେନ୍ଦୁଝର : ବସ୍ ଧକ୍କାରେ ଓଲଟିଲା ନାଇଟ୍ ପାଟ୍ରୋଲିଂ ପୋଲିସ୍ ଗାଡ଼ି, ଅଳ୍ପକେ ବର୍ତ୍ତିଲେ ୫ଜଣ ପୋଲିସ୍ କର୍ମଚାରୀ
  • ||
  • ସାଲେପୁର : ଗୋରୁ ଚମଡା ସହ ବାଇକ୍‌ ଜବତ, ଜଣେ ଗିରଫ
  • ||
  • ଜାନୁଆରୀ ୧୫ରେ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
  • ||
  • ମୟୂରଭଞ୍ଜ : ଶୌଚ ପାଇଁ ଯାଇଥିବା ବେଳେ ଦଳିଦେଲେ ହାତୀପଲ, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ସୁନ୍ଦରଗଡ଼ : ହୁଣ୍ଡାଇ ସୋରୁମ୍‌ରେ ବନ୍ଧୁକ ଦେଖାଇ ଲୁଟ୍‌, ଲକ୍ଷାଧିକ ଟଙ୍କା ସହ କାଗଜ ପତ୍ର ଲୁଟିନେଲେ ୪ ଦୁର୍ବୃତ୍ତ
  • ||
  • ମାଲକାନଗିରି: ପାଇଖାନା ଟାଙ୍କିରୁ ସାମ୍ବାଦିକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଦୁର୍ଘଟଣା ହ୍ରାସ ପାଇଁ ବସ୍‌ରେ ଲାଗିବ ସ୍ମାର୍ଟ ଡିଭାଇସ୍‌
  • ||
  • ସିଡନୀ ଟେଷ୍ଟ: ଘାଇଲା କଲେ ଭାରତୀୟ ବୋଲର, ୧୮୧ରନରେ ଅଲଆଉଟ ଅଷ୍ଟ୍ରେଲିଆ
  • ||
  • ସୋର : ଶୋଇଥିବା ବେଳେ ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ଆଉ ୪ ଦିନ କଳବଲ କରିବ ଶୀତର ପ୍ରକୋପ, ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୧୨ରୁ ୧୩ ଡିଗ୍ରୀ ତଳକୁ ଖସିବ
  • ||
  • ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ଜାରି, ରାତିରେ ୧୦ ଡିଗ୍ରୀ ତଳକୁ ଖସୁଛି ପାରଦ
  • ||
  • କୋରାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ପାରଦ, ଶୀତ ଲହରୀ ସାଙ୍ଗକୁ ତୁଷାରପାତ
  • ||

ଚର୍ଚ୍ଚାରେ ୨୦ ବର୍ଷୀୟ ଏହି ଭାରତୀୟ ଯୁବକ , ଗୋରିଚେନ୍ ପର୍ବତ ଚଢି କରିଲେ ନୂଆ ରେକର୍ଡ଼

Published By : Anindita | January 2, 2025 11:59 AM

ନୂଆଦିଲ୍ଲୀ,୦୨/୦୧: ପୁଣି ଚର୍ଚ୍ଚାରେ ତେଲେଙ୍ଗାନାର ୨୦ ବର୍ଷିୟ ପର୍ବତାରୋହୀ ଭୁକି ଯଶଓ୍ବନ୍ତ ନାୟକ । ସବୁଠୁ କମ୍ ବୟସରେ ଗୋରିଚେନ୍ ପର୍ବତ ଚଢି କରିଛନ୍ତି ରେକର୍ଡ଼ । ଯଶଓ୍ବନ୍ତ  ୬ ହଜାର ୪୮୮ ମିଟର ଉଚ୍ଚତାର ପର୍ବତ ଚଢି ଏହି ଇତିହାସ ସୃଷ୍ଟି କରିଛନ୍ତି ।  ତେବେ ଯଶଓ୍ବନ୍ତ ତେଲେଙ୍ଗାନାର ଏକ ଆଦିବାସୀ ଅଞ୍ଚଳର ହୋଇଥିବା ବେଳେ ସେ  କିଛି ଲୋକଙ୍କ ସାହାଯ୍ୟ ନେଇ ଏହି ଯାତ୍ରା ଆରମ୍ଭ କରିଥିଲେ ।  ଯଶୱନ୍ତ ମାତ୍ର ୧୬ ବର୍ଷ ବୟସରେ ଭୁବନଗିରିର ରକ୍ କ୍ଲାଇମ୍ବିଂ ସ୍କୁଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ତାଙ୍କର  ଯାତ୍ରା ଆରମ୍ଭ କରିଥିଲେ। 

ଯଶଓ୍ବନ୍ତଙ୍କୁ ଭାରତୀୟ ହିମାଳୟ ସେଣ୍ଟର ଫର ଆଡଭେଞ୍ଚର ଆଣ୍ଡ ଇକୋଟୋରିଜିମ୍ରୁ ତାଲିମ ନେବାକୁ ମଧ୍ୟ ସୁଯୋଗ ମିଳିଛି। ଯଶୱନ୍ତ  ଏହି ଆରୋହଣ ପାଇଁ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ।ପ୍ରତିଦିନ ସକାଳେ ଦୌଡ଼ିବା ସହ ପ୍ରାୟ ୨ ଘଣ୍ଟା  ବାୟାମ କରୁଥିଲେ ।ଯଶୱନ୍ତଙ୍କ ସ୍ୱପ୍ନ ଏଭରେଷ୍ଟ ପର୍ବତ ଏବଂ ୭ ମହାଦେଶର ୭ ଟି ସର୍ବୋଚ୍ଚ ଶିଖର ଉପରକୁ  ଚଢିବା । ଗୋରିଚେନ୍ ପର୍ବତର ଆରୋହଣ ୧୯ ସେପ୍ଟେମ୍ବର ୨୦୨୪ ରେ ହୋଇଥିଲା। ୟଶୱନ୍ତ ନାୟକ, ପ୍ରସିଦ୍ଧ ଟ୍ରାନ୍ସକେଣ୍ଡ ଆଡଭେଞ୍ଚର କମ୍ପାନୀ ସହିତ ଏହି ଚ୍ୟାଲେଞ୍ଜ କରି ଶିଖରରେ ସଫଳତାର ସହ ପହଞ୍ଚିବାରେ ପ୍ରଥମ ନାଗରିକ ଦଳର ଅଂଶ । ସେ ଅନେକ ବାଧାବିଘ୍ନକୁ ସାମ୍ନା କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି।ପ୍ରକାଶ ଥାଉକି,  ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଜିଲ୍ଲାରେ ଅବସ୍ଥିତ ଗୋରିଚେନ୍ ଶିଖର ।  ଯାହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୨୧,୨୮୩ ଫୁଟ । ଏହା ତିବ୍ଦତର ସୀମା ନିକଟରେ । ଏହି ଶିଖରଟି ତୁଷାର ଆଚ୍ଛାଦିତ ଏବଂ ଏହାର କଠିନ ଅଞ୍ଚଳ ପାଇଁ ଜଣାଶୁଣା । 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.