ପ୍ରମୂଖ ଖବର
  • କଟକ : ଏକତରଫା ପ୍ରେମକୁ ନେଇ ନାବାଳିକାଙ୍କୁ ଛୁରାମାଡ଼
  • ||
  • ଆନନ୍ଦପୁର : ଅସମ୍ପୂର୍ଣ୍ଣ ଜାତୀୟ ରାଜପଥକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଦାବିରେ ଧାରଣା
  • ||
  • କେନ୍ଦୁଝର : ମୋବାଇଲ୍‌ରେ ଲାଇଭ୍‌ ଭିଡ଼ିଓ କରି ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ଗୁଣି ଗାରେଡି ସନ୍ଦେହରେ ଗାଁରେ ବୁଲିଲା ଖଟ, ୬ ପୂଜକ ଗିରଫ
  • ||
  • ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦାୟୀ କଲେ ଯୋଗାଣ ମନ୍ତ୍ରୀ
  • ||
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ବମ୍ବଲ ଓ ସ୍ନାପଚାଟ୍‌ରେ ଆମେରିକୀୟ ମଡେଲ ହୋଇ ଫ୍ରେଣ୍ଡସିପ୍, ୭୦୦ ମହିଳାଙ୍କୁ ବ୍ଲାକମେଲ୍ କରି ଟଙ୍କା ନେଉଥିଲା ଅଭିଯୁକ୍ତ

Published By : Prameya | January 4, 2025 6:36 PM

ନୂଆଦିଲ୍ଲୀ,୪।୧: ଆଜିକାଲି ସାଇବର ଫ୍ରଡ୍‌ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅପରାଧିଙ୍କ ବିରୋଧରେ ଳଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ଭିତରେ ଓ୍ବେଷ୍ଟ ଦିଲ୍ଲୀ ପୋଲିସର ପିଏସ୍ ସାଇବର ଟିମ୍ ଜଣେ ବ୍ୟକ୍ତିକୁ ଗିରଫ କରିଛି, ଯିଏକି ନିଜକୁ ଆମେରିକା ସ୍ଥିତ କମ୍ପାନୀର ଫ୍ରିଲାନ୍ସର ମଡେଲ କହିଥିଲା। ସେ ବମ୍ବଲ, ସ୍ନାପଚାଟ୍‌ ଓ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରୋଫାଇଲ କରିବା ପାଇଁ ଏକ ଭର୍ଚୁଆଲ ଅନ୍ତର୍ଜାତୀୟ ମୋବାଇଲ ନମ୍ବର ଓ ନକଲି ଆଇଡିର ବ୍ୟବହାର କରୁଥିଲା। ଓ୍ବେଷ୍ଟ ଦିଲ୍ଲୀ ଡିସିପି କହିଛନ୍ତି, ଅଭିଯୁକ୍ତ ସୋସିଆଲ ମିଡିଆରେ ନକଲି ପ୍ରୋଫାଇଲ ତିଆରି କରି ୧୮-୩୦ ବର୍ଷର ମହିଳାଙ୍କୁ ଟାର୍ଗେଟ କରୁଥିଲା। ସୋସିଆଲ ମିଡିଆ ପ୍ଲାଟଫର୍ମରେ ଥରେ କନେକ୍ଟ ହେବାପରେ ଅଭିଯୁକ୍ତ ଟଙ୍କା ନେବା ପାଇଁ ଆପତ୍ତିଜନକ ଫଟୋ ଓ ଭିଡିଓ ପଠାଇ ମହିଳାଙ୍କୁ ବ୍ଳାକମେଲ୍ କରୁଥିଲା। ପୋଲିସ ଅଭିଯୁକ୍ତ ନିକଟରୁ ଏକ ମୋବାଇଲ, ଆପ୍-ଆଧାରିତ ଭର୍ଚୁଆଲ ଅନ୍ତର୍ଜାତୀୟ ମୋବାଇଲ ନମ୍ବର ଓ ୧୩ କ୍ରେଡିଟ୍ କାର୍ଡ ଜବତ କରିଛି।

ଅଭିଯୁକ୍ତର ନାଁ ତୁଷାର ସିଂହ ବିଷ୍ଟ(୩୨ ବର୍ଷ), ଯାହାକୁ ଶୁକ୍ରବାର ଶକରପୁର ଅଞ୍ଚଳରୁ ଗିରଫ କରିଛି।  ଡେଟିଂ ପ୍ଳାଟଫର୍ମରେ ମଡେଲ ହୋଇ ୭୦୦ ରୁ ଅଧିକ ମହିଳାଙ୍କୁ ଠକିବା ଅଭିଯୋଗରେ ତାକୁ ଗିରଫ କରାଯାଇଛି। ତୁଷାର ଡେଟିଂ ଆପ୍‌ରେ ନିଜକୁ ଭାରତ ଆସିଥିବା ୟୁଏସ୍‌ ଫ୍ରିଲାନ୍ସ ମଡେଲ ରୂପରେ ପରିଚୟ ଦେଇଥିଲା। ଥରେ ଯେତେବେଳେ ଅଭିଯୁକ୍ତ ମହିଳାଙ୍କ ଭରସା ଜିତି ନେଇଥିଲା ପରେ ବନ୍ଧୁତାର ଆଳ ଦେଖାଇ ଫୋନ୍ ନମ୍ବର, ଆପତ୍ତିଜନକ ଫଟୋ ଓ ଭିଡିଓ ମାଗୁଥିଲା। ଏହାପରେ ତାକୁ ସେଭ କରିନେଉଥିଲା। 

ପୋଲିସର କହିବା ଅନୁସାରେ, ପ୍ରଥମେ ଅଭିଯୁକ୍ତ କିଛି କରୁନଥିଲା, କିନ୍ତୁ ଧିରେ ଧିରେ ବ୍ଲାକମେଲ୍ କରିବା ବଳପୂର୍ବକ ଟଙ୍କା ଆଦାୟ କରୁଥିଲା। ଯଦି କୌଣସି ପୀଡିତା ଟଙ୍କା ଦେବାକୁ ମନା କରୁଥିଲେ ଅଭିଯୁକ୍ତ ତାଙ୍କ ଫଟୋ ଭିଡିଓକୁ ଅନଲଇନ୍‌ରେ ଅପଲୋଡ୍ କରିବା କିମ୍ବା ଡାର୍କଓ୍ବେବ୍‌ରେ ବିକ୍ରି କରିବାର ଧମକ ଦେଉଥିଲା। ପୋଲିସର କହିବା ଅନୁସାରେ, ତୁଷାର ବମ୍ବଲରେ ୫୦୦ ରୁ ଅଧିକ ମହିଳାଙ୍କ ସହ ଯୋଗାଯୋଗ କରିଥିଲା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତର ସେତେବେଳେ ପର୍ଦାଫାଶ ହୋଇଥିଲା ଯେତେବେଳେ ଦିଲ୍ଲୀ ୟୁନିଭର୍ସିଟିର ଛାତ୍ରୀ ୩ ଡିସେମ୍ବର ୨୦୨୪ ରେ ସାଇବର ପୋଲିସ ଷ୍ଟେସନ୍‌ରେ ମାମଲା ରୁଜୁ କରିଥିଲେ। ସେ ଜାନୁଆରୀ ୨୦୨୪ ରେ ବମ୍ବଲରେ ତୁଷାର ସହ କଥା ହୋଇଥିଲେ। ଦୁହେଁ ହ୍ବାଟସଆପ୍ ଓ ସ୍ନାପଚାଟ୍‌ରେ ଚାଟ୍‌ କରିବା ଆରମ୍ଭ କରିଥିଲେ। ପୀଡିତା ତାଙ୍କ ସହ ବ୍ୟକ୍ତିଗତ ଫଟୋ ଓ ଭିଡିଓ ସେୟାର କରିଥି ଲେ। ଏହି ଫଟୋ  ଓ ଭିଡିଓକୁ ଦେଖାଇ ସେ  ଯୁବତୀଙ୍କୁ ବ୍ଲାକମେଲ କରୁଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.