ନୂଆଦିଲ୍ଲୀ,୦୬/୦୧: ବିବାଦୀୟ ବୟାନ ପାଇଁ ଏବେ ଚର୍ଚ୍ଚାରେ ବିଜେପି ନେତା ରମେଶ ବିଧୁଡୀ । ପ୍ରଥମେ କଂଗ୍ରେସ ନେତ୍ରୀ ତଥା ସାଂସଦ ପ୍ରିୟାଙ୍କ ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭୁଲ ମାଗିଲେ । ଏବେ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଆତିଶୀ ତାଙ୍କ ବାପା ବଦଳାଇଥିବା କହିଛନ୍ତି ବିଜେପି ପ୍ରାର୍ଥୀ ରମେଶ ବିଧୁଡୀ । ଯାହାକୁ ନେଇ ବିବାଦ ଦେଖା ଦେଇଛି ।
ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଦେଇଥିବା ବୟାନର ବିବାଦ ଥମିଛି କି ନାହିଁ ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ରମେଶ । ସେ କହିଛନ୍ତି, ଆତିଶୀ ତାଙ୍କ ବାପାଙ୍କୁ ମଧ୍ୟ ବଦଳାଇ ଦେଇଛନ୍ତି । ଆତିଶୀ ମାର୍ଲେନା ହଠାତ୍ ଆତିଶୀ ସିଂହ ପାଲଟିବା ବିସ୍ମୟକର । ରମେଶଙ୍କର ଏହି ବାୟନ ପରେ ତାଙ୍କୁ ଆପ୍ ଭତ୍ସନା କରିଛି ।
#WATCH | Delhi: On BJP leader Ramesh Bidhuri's reported objectionable statement regarding her, Delhi CM Atishi says, " I want to tell Ramesh Bidhuri, my father was a teacher throughout his life, he has taught thousands of children coming from poor and lower-middle-class families,… pic.twitter.com/ojQr3w0gVW
— ANI (@ANI) January 6, 2025
ଜବାବ ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ- ରମେଶଙ୍କ ବୟାନ ପରେ କଡା ଜବାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ । ସେ କହିଛନ୍ତି, ମୁଁ ରମେଶ ବିଧୁଡୀଙ୍କୁ କହିବାକୁ ଚାହୁଁଛି କି ମୋ ବାପା ଜଣେ ଶିକ୍ଷକ । ଜୀବନବ୍ୟାପୀ ଶିକ୍ଷକତା କରିଛନ୍ତି । ଦିଲ୍ଲୀର ହଜାର ହଜାର ଗରିବ ମଧ୍ୟବିତଙ୍କୁ ଶିକ୍ଷା ଦେଇଛନ୍ତି । ଆଜି ତାଙ୍କୁ ୮୦ ବର୍ଷ । ତାଙ୍କ ଦେହ ମଧ୍ୟ ଅସୁସ୍ଥ । ନିର୍ବାଚନ ପାଇଁ ଏତେ ତଳକୁ ଖସି ଯାଉଛନ୍ତି । ବୟସ୍କ ବ୍ୟକ୍ତିଙକୁ ଗାଳି ଦେବାକୁ ପଛାଉନାହାଁନ୍ତି । ଏହା କହିବା ସମୟରେ କାନ୍ଦି ପକାଇଥିଲେ ମୁଖ୍ୟମନ୍ତ୍ରୀ ଆତିଶୀ ।
ଏହା ପୂର୍ବରୁ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବିଜେପି ନେତା ରମେଶ ବିଧୁ଼ଡୀ । ବିବାଦୀୟ ବୟାନକୁ ନେଇ ବିବାଦ ଉପୁଜିବା ପରେ ସେ କ୍ଷମା ମାରିଥିଲେ । ଦିଲ୍ଲୀ କାଲକାଜୀ ବିଜେପି ବିଧାୟକ ପ୍ରାର୍ଥୀ ରମେଶ ବିଧୁରୀ କହିଥିଲେ ଯେ, ସେ ନିର୍ବାଚନ ଜିତିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ତିଆରି କରିବେ। ରମେଶଙ୍କ ଏଭଳି ବୟାନକୁ ନେଇ ବିବାଦ ତୀବ୍ର ହୋଇଥିଲା ।