ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି

Published By : Ankita S | January 8, 2025 7:36 AM

ନୂଆଦିଲ୍ଲୀ, ୮/୧୦: ଦେଶକୁ ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ଦେଇଥିବା ଇସ୍ରା ମୁଖ୍ୟ ଏସ୍ ସୋମନାଥଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି । ଜାନୁଆରୀ ୧୪ ତାଙ୍କ କାର୍ଯ୍ୟକାଳର ଶେଷ ଦିନ । ତାଙ୍କ ସ୍ଥାନରେ ଡକ୍ଟର ଭି.ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନର ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି  ଡକ୍ଟର ଭି.ନାରାୟଣନ । ଆସନ୍ତା ୧୪ ତାରିଖରେ ସେ ଦାୟିତ୍ବ ଗ୍ରହଣ କରିବେ । ଇସ୍ରୋର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ନାରାୟଣନ ବର୍ତ୍ତମାନ ଏଲପିଏସସି (ଲିକ୍ୟୁଡି ପ୍ରପୁଲସନ ସିଷ୍ଟମ ସେଣ୍ଟର)ର ଅଧ୍ୟକ୍ଷ ଅଛନ୍ତି । ପ୍ରାୟ ୪୦ ବର୍ଷ ଧରି ସେ ଭାରତୀୟ ମହାକାଶ ଗବେଷଣା ସହ ଜଡିତ । ସେ ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ ଇସ୍ରୋ ଅଧ୍ୟକ୍ଷ ଦାୟିତ୍ବରେ ରହିବେ ।

ରକେଟ ଓ ମହାକାଶଯାନ ପ୍ରପୁଲସନ କ୍ଷେତ୍ରରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି । ଜିଏସଏଲଭି ଏମକେ-୩ ଯାନର ସି-୨୫ କ୍ରାୟୋଜେନିକ ପ୍ରୋଜେକ୍ଟର ସେ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ । ତାଙ୍କ ନେତୃତ୍ବରେ ଇସ୍ରୋର ଏକ ଟିମ ସି-୨୫ ଷ୍ଟେଜର ସଫଳ ବିକଶିତ କରିଥିଲା । ଏହା ସହିତ ଆଦିତ୍ୟ ମହାକାଶଯାନ, ଜିଏସଏଳଭି ଏମକେ-୩ ମିଶନ, ଚନ୍ଦ୍ରଯାନ-୩, ଚନ୍ଦ୍ରଯାନ -୨ ପ୍ରପୁଲେସନ ସିଷ୍ଟମରେ ଭି ନାରାୟଣନଙ୍କ ଯଥେଷ୍ଟ ଅବଦାନ ରହିଛି ।

ଭି. ନାରାୟଣନଙ୍କ ବିଷୟରେ- ବିଜ୍ଞାନ କ୍ଷେତ୍ରରେ ଡକ୍ଟର ଭି.ନାରାୟଣନ ନାମ ରହିଛି । ଏରୋସ୍ପେସ ଇଞ୍ଜିନିୟରିଂରେ ପିଏଚଡି ହାସିଲ କରିଛନ୍ତି । ବର୍ତ୍ତମାନ ସେ ଏଲପିଏସସି ନିର୍ଦ୍ଦେଶକ ଅଛନ୍ତି । ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ସହ ୪୦ ବର୍ଷର ଅଭିଜ୍ଞତା ସହ ଅନେକ ବଡ ପଦରେ ଦାୟିତ୍ବ ତୁଲାଇଛନ୍ତି । ସେ ରକେଟ ଓ ସ୍ପେସକ୍ରାପ୍ଟ ପ୍ରପୁଲେସନର ବିଦ୍ବାନ । ୧୯୮୪ରେ ସେ ଇସ୍ରୋରେ ଯୋଗ ଦେଇଥିଲେ । କ୍ୟାରିଅର ଆରମ୍ଭର ୪ ବର୍ଷ ସେ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ସାଉଣ୍ଡିଙ୍ଗ ରାକେଟସ୍, ସାଲିଡ ପ୍ରରୁଲେସନ କ୍ଷେତ୍ରରେ କାମ କରିଥିଲେ । ୧୯୮୯ରେ ଆଇଆଇଟି ଖଡଗପୁରରୁ କ୍ରାୟୋଜେନିକ ଇଞ୍ଜିନିୟରିଂରେ ଏକ ଟିମ୍ ଗଠନ କରିଥିଲେ ।

ଇସ୍ରୋର ବର୍ତ୍ତମାନ ଥିବା ମୁଖ୍ୟ ଏସ୍ . ସୋମନାଥ ୨୦୨୨ରୁ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ନେତୃତ୍ବରେ  ଆମେରିକା, ସୋଭିଏସ ୟୁନିୟନ ଏବଂ ଚୀନ ପରେ ଭାରତ ଜହ୍ନ ପାଖରେ ପହଞ୍ଚି  ଥିଲା। ୨୦୨୩ ଅଗଷ୍ଟ ୨୩ରେ ଚନ୍ଦ୍ରଯାନ ମିଶନରେ ଜହ୍ନର ଦକ୍ଷିଣ ଧ୍ରୁବରେ ସଫ୍ଟ ଲାଣ୍ଡିଂ କରିଥିଲା । ବର୍ତ୍ତମାନ ମାନବ ମିଶନର ପ୍ରସ୍ତୁତି କରୁଛି ଭାରତ ।



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.