ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ରମେଶ ବିଧୁରୀଙ୍କ ମନ୍ତବ୍ୟ ନିନ୍ଦନୀୟ, ଜରୁରି ପ୍ରସଙ୍ଗରେ ଆଲୋଚନା ହେବା ଦରକାର: ପ୍ରିୟଙ୍କା ଗାନ୍ଧୀ

Published By : Tapas Panda | January 8, 2025 6:09 PM

Image Courtesy: hindustantimes

ନୂଆଦିଲ୍ଲୀ: ରମେଶ ବିଧୁରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି ଚିକ୍କଣ ରାସ୍ତା ତିଆରି କରିବେ ବୋଲି କହିଥିଲେ ଦିଲ୍ଲୀର କାଲକାଜୀ ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପି ନେତା ରମେଶ ବିଧୁରୀ । ରମେଶ ବିଧୁରୀଙ୍କ ଏହି ମନ୍ତବ୍ୟକୁ ନିନ୍ଦନୀୟ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି । ଭିତ୍ତିହୀନ ପ୍ରସଙ୍ଗରେ ଆଲୋଚନା କରିବାକୁ ପସନ୍ଦ କରନ୍ତି ନାହିଁ ବୋଲି ସେ କହିଛନ୍ତି । ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ଦରକାର ବୋଲି କହିଛନ୍ତି ଓ୍ବାୟନାଡ ସାଂସଦ । 

କାଲକାଜୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେଇଥିଲେ ରମେଶ ବିଧୁରୀ । ଏହାର ଏକ ଭିଡିଓ ଭାଇରାଲ ହେବା ପରେ ରାଜନୀତି ଜୋର ଧରିଥିଲା । କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି ନେତାମାନେ ବିଜେପିକୁ ଟାର୍ଗେଟ କରିଥିଲେ । ବିଜେପି ମହିଳା ବିରୋଧୀ ପାର୍ଟି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ଏବଂ ଆପ୍‌ । 

କଂଗ୍ରେସ କହିଥିଲା ଯେ, ପ୍ରିୟଙ୍କା ଗାନ୍ଧୀଙ୍କ ସଂପର୍କରେ ଦିଆଯାଇଥିବା ମନ୍ତବ୍ୟ ଅତ୍ୟନ୍ତ ଅଶୋଭନୀୟ । ଏହା ସହ ବିଜେପି ମହିଳାଙ୍କ ସଂପର୍କରେ କଣ ଚିନ୍ତା କରୁଛି ତାକୁ ଏହା ଦର୍ଶାଉଛି ।’ ରମେଶ ବିଧୁରୀଙ୍କ ମନ୍ତବ୍ୟକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ କହିଥିଲେ, ବିଜେପି ମହିଳା ବିରୋଧୀ ଦଳ । ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଜେପି ସରକାର ହାତରେ ରହିଛି, ଭାବିଲେ ଭୟ ଲାଗୁଛି । ଯଦି ବିଜେପି ନେତା ରମେଶ ବିଧୁରୀ ଏମିତି ଅଭଦ୍ର ଟିପ୍ପଣୀ ଦେଉଛନ୍ତି ତେବେ ଦଳରେ ସେମାନେ ମହିଳାଙ୍କୁ କିଭଳି ସୁରକ୍ଷା ଦେଉଥିବେ ତାହ ଜଣାପଡ଼ୁଛି । ଦିଲ୍ଲୀବାସୀ ରମେଶ ବିଧୁରୀଙ୍କୁ କଡ଼ା ଜବାବ ଦେବେ ବୋଲି ଆତିଶୀ କହିଥିଲେ । ସେପଟେ ଚାରିଆଡୁ ସମାଲୋଚିତ ହେବା ପରେ ରମେଶ ବିଧୁରି କ୍ଷମା ମାଗିଥିଲେ । 

  • Congress
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.