ପ୍ରମୂଖ ଖବର
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଜାନୁଆରୀ ୧୭ରେ ପ୍ରେକ୍ଷାଳୟକୁ ଆସିବ ‘ଏମର୍ଜେନ୍ସି’: ପ୍ରିୟଙ୍କା ଗାନ୍ଧୀଙ୍କୁ ଫିଲ୍ମି ଦେଖିବାକୁ କହିଲେ କଙ୍ଗନା ରଣାଓ୍ବତ

Published By : Tapas Panda | January 8, 2025 10:29 PM

Image Courtesy: indiatvnews

ନୂଆଦିଲ୍ଲୀ: କଙ୍ଗନା ରଣାଓ୍ବତ ଅଭିନୀତ ଏବଂ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ସିବିଏଫସି ପାଖରୁ ସବୁଜ ସଂକେତ ପାଇବା ପରେ ରିଲିଜ୍‌ ହେବାକୁ ଯାଉଛି । ଏହାରି ମଧ୍ୟରେ ଖୋଦ କଙ୍ଗନା ରଣାଓ୍ବତ ଏମର୍ଜେନ୍ସି ଦେଖିବାକୁ ଓ୍ବାୟନାଡର କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ନିମନ୍ତ୍ରଣ କରିଛନ୍ତି । ଏମର୍ଜେନ୍ସିରେ କଙ୍ଗନା ରଣାଓ୍ବତ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଜେଜେ ମା’ ଇନ୍ଦିରା ଗାନ୍ଧୀଙ୍କ ଭୂମିକା ନିଭାଇଛନ୍ତି । 

ଏକ ସାକ୍ଷାତକାରରେ ଅଭିନେତ୍ରୀ ଏବଂ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ସାଂସଦ କଙ୍ଗନା ରଣାଓ୍ବତ ସଂସଦରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ ସମୟକୁ ମନେ ପକାଇଛନ୍ତି । ସେ କହିଛନ୍ତି, ‘ପ୍ରକୃତରେ ପ୍ରିୟଙ୍କା ଗାନ୍ଧୀଙ୍କୁ ସଂସଦରେ ଭେଟିଥିଲି । ତାଙ୍କୁ ଏମର୍ଜେନ୍ସି ଫିଲ୍ମ ଦେଖିବାକୁ କହିଥିଲି । ସେ ଉତ୍ସାହିତ ଥିଲେ । ଦେଖାଯାଉ ସେ ଫିଲ୍ମ ଦେଖିବାକୁ ଯାଉଛନ୍ତି କି ନାହିଁ । 

ଇନ୍ଦିରା ଗାନ୍ଧୀଙ୍କ  ଭୂମିକାରେ ନଜର ଆସିବା ବେଳେ ମୁଁ ବହୁତ ସାବଧାନ ଥିଲି ବୋଲି କଙ୍ଗନା କହିଛନ୍ତି । ସେପଟେ କଂଗ୍ରେସକୁ ସବୁ ବେଳେ ଟାର୍ଗେଟ କରିଆସିଥିବା କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି । ଏମର୍ଜେନ୍ସି ସମୟର କିଛି ସମ୍ବେଦନ ଘଟଣାକୁ ବାଦ୍‌ ଦେଲେ ଇନ୍ଦିରା ଗାନ୍ଧୀଙ୍କ ଖୁବ ପ୍ରଶଂସକ ଥିଲେ ବୋଲି ସେ କହିଛନ୍ତି । ଜଣେ ମହିଳା ୩ ଥର ଦେଶର ପ୍ରଧାନମନ୍ତ୍ରୀ ହେବା ସହଜ କଥା ନୁହେଁ । ତାଙ୍କୁ ଲୋକେ ଖୁବ ଭଲ ପାଉଥିଲେ ବୋଲି କଙ୍ଗନା ରଣାଓ୍ବତ ହୋଇଛନ୍ତି । ତେବେ ଏମର୍ଜେନ୍ସି ଚଳଚ୍ଚିତ୍ର ୧୭ ଜାନୁଆରୀ ୨୦୨୫ରେ ବଡ଼ ପରଦାରେ ରିଲିଜ୍‌ ହେବାକୁ ଯାଉଛି । 

  • Congress
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.