ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଶିବସେନା ନେତା ସଂଜୟ ରାଉତଙ୍କ ଦାବି, ଏନସିପି (ଏସ୍‌ପି)କୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି ଅଜିତ ପାଓ୍ବାର

Published By : Tapas Panda | January 8, 2025 4:25 PM

Image Courtesy: abplive

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି କଲା ଭଳି ମନ୍ତବ୍ୟ ଦେଇଛନ୍ତି ଶିବସେନା (ୟୁବିଟି) ନେତା ସଂଜୟ ରାଉତ । ଶରଦ ପାଓ୍ବାରଙ୍କ ଏନସିପି ଭାଙ୍ଗିବାକୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଚେଷ୍ଟା କରୁଥିବା ଦାବି କରିଛନ୍ତି ସଂଜୟ । ଏନସିପି (ଏସପି)ର ସାଂସଦଙ୍କୁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବାକୁ କହି ସେମାନଙ୍କୁ ଶରଦ ପାଓ୍ବାରଙ୍କ ବିରୋଧୀ କରାଇବାକୁ ଅଜିତ ପାଓ୍ବାରଙ୍କ ଏନସିପି ଚେଷ୍ଟା ଚଳାଇଛି ବୋଲି ସେ କହିଛନ୍ତି ।  ଏହା ପୂର୍ବରୁ ଅଜିତ ପାଓ୍ବାରଙ୍କ ଏନସିପି ନେତା ଅମୋଲ ମିଟକରୀ କହିଥିଲେ, ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିର କେତେ ଜଣ ସାଂସଦ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ସଂପର୍କରେ ରହିଛନ୍ତି ।  

ଏନସିପି(ଏସପି) ବିଧାୟକ ଏବଂ ପୂର୍ବତନ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଦ ଅଭିଯୋଗ ଆଣିଛନ୍ତି ଯେ, ଅଜିତ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିର ରାଜ୍ୟ ମୁଖ୍ୟ ସୁନୀଲ ତଟକରେ ଏନସିପି (ଏସପି)ର ସାଂସଦଙ୍କୁ ଦଳ ଛାଡ଼ିବାକୁ କହିଥିଲେ । ତେବେ ଏନେଇ ତଟକରେଙ୍କ ପ୍ରତିକ୍ରିୟା ମଳିପାରି ନାହିଁ । ସେପଟେ ସଂଜୟ ରାଉତ ଆହୁରି କହିଛନ୍ତି, ‘ବରିଷ୍ଠ ଏନସିପି ନେତା ପ୍ରଫୁଲ ପଟେଲ ଏବଂ ତଟକରେଙ୍କୁ ଶରଦ ପାଓ୍ବାରଙ୍କ ନେତୃତ୍ବାଧୀନ ଏନସିପିକୁ ଭାଙ୍ଗିବାକୁ ଦାୟିତ୍ବ ଦିଆଯାଇଛି । ଏପରିକି ଏଥିରେ ସଫଳ ହେଲେ ସେମାନଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି କୁହାଯାଇଛି ।’

ଅନ୍ୟପଟେ ଏନସିପିର ଦୁଇ ଗୋଷ୍ଠୀ ପୁଣି ତରେ ମିଶିଯିବେ କି ବୋଲି ପ୍ରଶ୍ନରେ ଜିତେନ୍ଦ୍ର ଆହ୍ବାଦ କହିଛନ୍ତି, ଯଦି ଏନସିପିର ଦୁଇ ଗୋଷ୍ଠୀ ଏକାଠି ହେବାର ଅଛି ତେବେ ସୁନୀଲ ତଟକରେ କାହିଁକି ଆମ ଲୋକସଭା ସଦସ୍ୟଙ୍କୁ ଦଳ ପରିବର୍ତ୍ତନ ପାଇଁ କହିଥିଲେ ? ସେ ପ୍ରସ୍ତାବ ଦେଇଥିଲେ ବାପ-ଝିଅଙ୍କୁ ଛାଡ଼ ଏବଂ ଆମ ପାଖକୁ ଆସ । ଜିତେନ୍ଦ୍ର ଆହ୍ବାଦ କହିଛନ୍ତି, ମୋତେ ଲାଗୁଛି ଦୁଇ ପାଓ୍ବାର ପୁଣି ଥରେ ଏକ ହୋଇଯାଆନ୍ତୁ ବୋଲି ଖୋଦ ତଟକରେ ହିଁ ଚାହୁଁନାହାନ୍ତି । 

  • Maharastra
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.