ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଭାରତରେ HMPVର ୯ଟି ମାମଲା, ମୁମ୍ବାଇରେ ୬ ମାସର ଶିଶୁ ସଂକ୍ରମିତ : ଜାଣନ୍ତୁ କେଉଁ ରାଜ୍ୟରେ କିଭଳି ରହିଛି ପ୍ରସ୍ତୁତି?

Published By : Prameya | January 8, 2025 6:40 PM

ନୂଆଦିଲ୍ଲୀ,୮।୧:  ଚୀନ୍‌ର କରୋନ ଭାଇରସ୍‌ ପରେ HMPV ମାମଲା ବଢିବାରେ ଲାଗିଛି। ଏବେ ଭାରତରେ ୯ ଟି ମାମଲା ସାମନାକୁ ଆସିଛି। ନବମ କେସ୍‌ ବୁଧବାର ମୁମ୍ବାଇରେ ଦେଖିବାକୁ ମିଳିଛି। ଏଠାରେ ୬ ମାସର ଶିଶୁ ଏଚ୍‌ଏମ୍‌ପିଭି ଭାଇରସ୍ ସଂକ୍ରମିତ ହୋଇଛି। ଶିଶୁଟି ୧ ଜାନୁଆରୀରୁ ଅସୁସ୍ଥ ଥିଲା। କାଶ, ଛାତିରେ ଯନ୍ତ୍ରଣା, ଅକ୍ସଜେନ୍ ଲେବର ୮୪% ପର୍ଯ୍ୟନ୍ତ ଖସିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଶିଶୁଟି ଭଲ ଅଛି। ଚିକିତ୍ସା ପରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏଚ୍‌ଏମ୍‌ପିଭିର ୩, କର୍ଣ୍ଣାଟକ ଓ ତାମିଲନାଡୁରେ ୨ଟି ଲେଖାଏଁ, ପଶ୍ଚିମବଙ୍ଗ ଓ ଗୁଜରାଟରେ ଗୋଟିଏ ଲେଖାଏଁ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି।

କେନ୍ଦ୍ର ସରକାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ ହିଁ କହିଦେଇଛି ଯେ, ସମୟ ସମୟରେ ଏଚ୍‌ଏମପିଭି ଭାଇରସ୍ ସମ୍ପର୍କିତ ଅପଡେଟ୍ ଦେବା ଦରକାର। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି, ଭାରତ ସରକାର ଏହା ଉପରେ ନଜର ରଖିଛନ୍ତି। ଦେଶରେ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟାକୁ ଚ୍ୟାଲେଞ୍ଜ ଦେବାକୁ ପ୍ରସ୍ତୁତ ଅଛୁ।

ଝାଡଖଣ୍ଡରେ ସ୍ବାସ୍ଥ୍ୟ ବିଭାଗର ନିର୍ଦେଶରେ ଏଚ୍‌ଏମ୍‌ପିଭିର ସନ୍ଦିଗ୍ଧଙ୍କ ସ୍କ୍ରିନି ପକ୍ରିୟା ବୁଧବାର ଆରମ୍ଭ ହୋଇଯାଇଛି। ରାଞ୍ଚି ସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ରିମ୍ସ) ଓ ଜମସେଦପୁର ସ୍ଥିତ ମହାତ୍ମା ଗାନ୍ଧୀ ମେମୋରିଆଲ ମେଡିକାଲକୁ କଲେଜ୍‌ର ନୋଡାଲ ସେଣ୍ଟର ତିଆରି କରି ସାମ୍ପଲର ଯାଞ୍ଚ ବ୍ୟବସ୍ଥା କରାଯାଇଛି। ସେପଟେ ବିହାରର ରାଜଧାନୀ ପାଟନାରେ ଜିଲ୍ଲା ପ୍ରଶାସନ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଜାରି ଗାଇଡ୍ ଲାଇନ୍ ପାଳନ କରିବାକୁ କହିଛି। ସେଭଳି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏଚ୍‌ଏମ୍‌ପିଭି କେସ୍ ମିଳିବା କାରଣରୁ ସତର୍କ ରହିବାକୁ କୁହାଯାଇଛି। ଏୟାରପୋର୍ଟ, ରେଲଓ୍ବେ ଷ୍ଟେସନ୍ ଓ ବସ୍‌ଷ୍ଟାଣ୍ଡରେ ମଧ୍ୟ ସ୍କ୍ରିନିଂ ଆରମ୍ଭ କରିବାକୁ ନିର୍ଦେଶ ଦିଆଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସବୁ ପ୍ରମୁଖ ହସ୍ପିଟାଲରେ ଆଇସୋଲେସନ୍ ଓ୍ବାର୍ଡ ତିଆରି କରାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.