ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ବୁଲଢାଣାରେ ଅଜଣା କେଶଝଡ଼ା ରୋଗକୁ ନେଇ ଆତଙ୍କ: ଚନ୍ଦା ହୋଇଗଲେ ୩ ଗାଁର ୬୦ ଲୋକ, ମହିଳା ସବୁଠୁ ଅଧିକ ପ୍ରଭାବିତ

Published By : Prameya | January 9, 2025 11:11 AM

ନୂଆଦିଲ୍ଲୀ ୦୯/୦୧: ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଆତଙ୍କ ଖେଳାଇଛି ଅଜଣା କେଶଝଡ଼ା ରୋଗ । ଏହା ବ୍ୟାପିବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ ସେଠାକାର ଶେଗାଓଁ ତହସିଲ ଅନ୍ତର୍ଭୁକ୍ତ  ୩ଟି ଗାଁ (ବୋରଗାଓଁ, କଲୱାଡ୍‌ ଓ ହିଙ୍ଗନା)ର ୬୦ ଜଣ  ଲୋକ ଅଚାନକ ଚନ୍ଦା ହୋଇଯାଇଛନ୍ତି । ପିଲାଙ୍କଠାରୁ  ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପୁଳା ପୁଳା କେଶ ଝଡୁଛି । ମହିଳାମାନେ ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସେଥିଯୋଗୁ ୩ଟିଯାକ ଗାଁର ଲୋକେ ଏବେ ଭୟଭୀତ  ଅବସ୍ଥାରେ ଅଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପୁଥିବା ଏହି  ରୋଗ ସଂପର୍କରେ ଅଦ୍ୟାବଧି କିଛି ସୂଚନା ମିଳିନାହିଁ । 

ଏହି  ରୋଗ କାଳେ ବଂଶଗତ ହୋଇଥିବ, ସେ ସଂପର୍କରେ ଜାଣିବା  ଲାଗି ସ୍ୱାସ୍ଥ୍ୟ ବିଭାଗର ଟିମ୍‌ ସେଠାକୁ ଯାଇ ସର୍ଭେ କରିଛି ।  ଗ୍ରାମବାସୀଙ୍କର କେଶ ଓ ଚର୍ମ ନମୁନାକୁ ପରୀକ୍ଷଣ ଲାଗି  ସଂଗ୍ରହ କରାଯାଇଛି । ପାଣିର ନମୁନା ବି ସଂଗୃହୀତ ହୋଇଛି । ଏହି ରୋଗ ହେଲେ ପ୍ରଥମ ଦିନ ବ୍ୟକ୍ତିଙ୍କର ମୁଣ୍ଡ କୁଣ୍ଡାଇ  ହୋଇଥାଏ । ଦ୍ୱିତୀୟ ଦିନ ପୁଳା ପୁଳା କେଶ ଉପୁଡି଼ଥାଏ ।  ତୃତୀୟ ଦିନ ବ୍ୟକ୍ତିଙ୍କ ମୁଣ୍ଡର ଏକ ବଡ଼ ଅଂଶରୁ କେଶ  ପଳାଇଥାଏ । ଏହାପରେ ଅନେକ ବ୍ୟକ୍ତି ସଂପୂର୍ଣ୍ଣ ଚନ୍ଦା ବି  ହୋଇଯାନ୍ତି । ପୀଡି଼ତମାନେ ଏ ସଂପର୍କିତ କିଛି ଭିଡିଓ ମଧ୍ୟ  ଶେୟାର କରିଛନ୍ତି । ସେଥିରେ ସେମାନଙ୍କ କେଶକୁ ସାମାନ୍ୟ  ଛୁଇଁବା ମାତ୍ରେ ପୁଳା ପୁଳା କେଶ ଝଡୁଥିବା ଦେଖିବାକୁ  ମିଳୁଛି । ସେଥିଯୋଗୁ ଲୋକେ ଭୟଭୀତ ଅବସ୍ଥାରେ  ଅଛନ୍ତି । ବୁଲଢାଣାରେ ଏହି ଅଜଣା ରୋଗ ଦ୍ୱାରା ପ୍ରଭାବିତ  ଅଧିକାଂଶ ରୋଗୀ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସା  ଆରମ୍ଭ କରିଦେଇଛନ୍ତି । 

ଅଚାନକ ବ୍ୟାପୁଥିବା ଏହି ରୋଗ ଯୋଗୁ ସ୍ୱାସ୍ଥ୍ୟ ବିଭାଗ  ବି ଚିନ୍ତାରେ ପଡ଼ିଛି । ଗାଁଗୁଡିକୁ ଗସ୍ତ କରିଥିବା ସ୍ୱାସ୍ଥ୍ୟ  ବିଭାଗର ଟିମ୍‌ କହିଛି, ପ୍ରାୟ ୬୦ ଜଣ ଲୋକ ଏହି ସମସ୍ୟା  ଦ୍ୱାରା ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ଏହି ସଂଖ୍ୟା  ବଢ଼ିପାରେ । ପ୍ରଦୂଷିତ ପାଣି (ପାଣିରେ ସାରର ମାତ୍ରା ଥିବା)  ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଏଭଳି କେଶଝଡ଼ା ରୋଗ  ହୋଇଥାଇପାରେ ବୋଲି ଡାକ୍ତରମାନଙ୍କର ମତ । ପରୀକ୍ଷଣର  ଫଳାଫଳ ଆସିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିବ ।  ସେ ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଜଗିରଖି ଚଳିବାକୁ କୁହାଯାଇଛି ।  ସେପଟେ ଶେଗାଓଁ ତହସିଲର ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର  ଦୀପାଳୀ ରାହତକରଙ୍କ ଅନୁସାରେ, ଶାମ୍ପୁ ବ୍ୟବହାର  ଯୋଗୁ ଏହା ହୋଇଥାଇପାରେ । ଅବଶ୍ୟ କିଛି ପୀଡି଼ତ  କେବେହେଲେ ରସାୟନଯୁକ୍ତ ଶାମ୍ପୁ ତ ଦୂରର କଥା, ସାବୁନ  ବି କେଶରେ ଲଗାଇନଥିବା କହିଛନ୍ତି । ତଥାପି ସେମାନଙ୍କର  କେଶ ଝଡୁଛି ।  

ଆମେରିକାନ୍‌ ଏକାଡେମୀ ଅଫ୍‌ ଡର୍ମାଟୋଲୋଜି ଅନୁସାରେ,  ଗୋଟିଏ ଦିନରେ ଜଣେ ବ୍ୟକ୍ତିଙ୍କର ୫୦-୧୦୦ଟି କେଶ  ଝଡି଼ବା ସାଧାରଣ କଥା । ଯଦି ଜଣଙ୍କର ମୁଣ୍ଡରେ ପ୍ରାୟ ୧  ଲକ୍ଷ କେଶ ରହିଛି ତେବେ ବେଶୀ କିଛି ଚିନ୍ତା କରିବା କଥା  ନୁହେଁ । କିଛି କେଶ ଝଡି଼ବା ଓ ସେହି ସ୍ଥାନରେ ନୂଆ କେଶ  ଉଠିବା ଏକ ସ୍ୱାଭାବିକ ପ୍ରକ୍ରିୟା ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.