ପ୍ରମୂଖ ଖବର
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଦିଲ୍ଲୀ-ଏନସିଆରରେ ପୁଣି ବିଗିଡ଼ିଲା ବାୟୁର ମାନ, ଲାଗୁ ହେଲା ଗ୍ରାପ୍‌-୩ କଟକଣା

Published By : Tapas Panda | January 9, 2025 8:16 PM

Image Courtesy: newsx

ନୂଆଦିଲ୍ଲୀ: ଗୁରୁବାର ଦିଲ୍ଲୀ ଏନସିଆରରେ ବାୟୁର ମାନ ଖରାପ ହେବା ପରେ ପୁଣି ଜିଆରଏପିର ତୃତୀୟ ପର୍ଯ୍ୟାୟ କଟକଣା ଲାଗୁ କରାଯାଇଛି । ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଏନେଇ ବିଜ୍ଞପ୍ତି ଜାରି କରିଛି । ନୋଟିଫିକେସନ୍‌ ଜାରି ହେବା ସହ ଗ୍ରାପ୍‌-୩ ଏବଂ ଗ୍ରାପ୍‌-୪ ଅଧୀନରେ ଥିବା ନିୟମକୁ ପୁଣି ଥରେ ଲୋକଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରାଯାଇଛି ।

ଆୟୋଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଯଦି ଦିଲ୍ଲୀ-ଏନସିଆରରେ ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)  ୩୫୦ରୁ ଅଧିକ ହୁଏ ତେବେ ଗ୍ରାପ୍‌-୩ ଲାଗୁ କରାଯିବ । ଯଦି ବାୟୁର ଗୁଣବତ୍ତା ସୂଚକାଙ୍କ ୪୦୦ ଟପିଯାଏ ତେବେ ଗ୍ରାପ୍‌-୪ ଲାଗୁ କରାଯିବ । 

ଗ୍ରାପ୍‌-୩ ଲାଗିଲେ କଣ ହେବ ?

-ଦିଲ୍ଲୀରେ ବିଏସ୍‌-୪ ଡିଜେଲ୍‌ ଇଞ୍ଜିନ ବିଶିଷ୍ଟ ମାଲବାହୀ ଗାଡ଼ି ଉପରେ ପ୍ରତିବନ୍ଧକ ଲାଗିବ । କିନ୍ତୁ ଜରୁରୀ ସେବା ଯୋଗାଉଥିବା ଗାଡ଼ିଗୁଡ଼ିକ ଉପରେ କଟକଣା ରହିବ ନାହିଁ ।

- ଦିଲ୍ଲୀ ବାହାରେ ପଞ୍ଜିକୃତ ବିଏସ-୪ ଗାଡ଼ିଗୁଡ଼ିକୁ ରାଜଧାନୀ ଭିତରକୁ ଏଣ୍ଟ୍ରି ମିଳିବ ନାହିଁ । ଏହି ନିୟମ ପୂର୍ବରୁ ଗ୍ରାଫ-୪ରେ ଲାଗୁ ହେଉଥିଲା । ଏହାକୁ ଏବେ ଗ୍ରାପ୍‌-୩ରେ ଲାଗୁ କରାଯାଇଛି । 

-ଦିଲ୍ଲୀ-ଏନସିଆରରେ ଥିବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ହାଇବ୍ରିଡ୍‌ ମଡେଲ୍‌ରେ ପଢ଼ିବେ । ଅଭିଭାବକ ନିଜର ପିଲାମନାଙ୍କ ପାଇଁ ଅନଲାଇନ୍‌ କିମ୍ବା ଅଫଲାଇନ୍‌ କ୍ଲାସର ବିକଳ୍ପ ବାଛିପାରିବେ । 

-ଏନସିଆର ସହ ସଂଯୁକ୍ତ ରାଜ୍ୟଗୁଡ଼ିକ ନିଜର ସରକାରୀ କାର୍ଯ୍ୟାଳୟ ଖୋଲିବାର ସମୟ ପରିବର୍ତ୍ତନ କରିପାରିବେ ।

  • delhi
  • new delhi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.