ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ନିର୍ବାଚନ ଲିଢ଼ିବାକୁ ପରେବଶ ବର୍ମାଙ୍କୁ ବାରଣ କରିବା ଦରକାର, ନିର୍ବାଚନ କମିଶନରଙ୍କୁ କହିଲେ କେଜ୍ରିଓ୍ବାଲ

Published By : Tapas Panda | January 9, 2025 6:14 PM

Image Courtesy: indiatvnews

ନୂଆଦିଲ୍ଲୀ: ନୂଆଦିଲ୍ଲୀ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପରବେଶ ବର୍ମାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ହେଲେ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ । ସେ ପରବେଶଙ୍କ ବିରୋଧରେ ଥିବା ଏକଧିକ ମାମଲାର ତାଲିକା ନେଇ ନିର୍ବାଚନ କମିଶନରଙ୍କୁ ଦେଇଛନ୍ତି । ଏହା ସହ ପରବେଶ ବର୍ମାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରିବା ଲାଗି କେଜ୍ରିଓ୍ବାଲ ଦାବି ମଧ୍ୟ କରିଛନ୍ତି । ନିର୍ବାଚନ କମିଶନରଙ୍କୁ ଭେଟିବା ପରେ କେଜ୍ରିଓ୍ବାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ପରବେଶ ବର୍ମା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରୁଥିବା ବେଳେ ନିର୍ବାଚନ ଅଧିକାରୀମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଗେରୁଆ (ବିଜେପି) ଦଳର ଚାପରେ ନିର୍ବାଚନ ଅଧିକାରୀମାନେ ତାଙ୍କ ବିରୋଧରେ ଆକ୍ସନ ନେଉନାହାନ୍ତି ବୋଲି କେଜ୍ରିଓ୍ବାଲ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି, ପରବେଶ ଖୋଲାଖୋଲି ଭାବରେ ଟଙ୍କା ବାଣ୍ଟୁଛନ୍ତି । ଚାକିରି କ୍ୟାମ୍ପ କରାଇ ଯୁବକମାନଙ୍କ ନାମ ପଞ୍ଜିକୃତ କରାଉଛନ୍ତି । ସେ ଚଷମା ବଣ୍ଟନ କରି ଏହାକୁ ଏକ୍ସରେ ପୋଷ୍ଟ କରୁଛନ୍ତି । ଏସବୁ ବେଆଇନ୍‌ କାର୍ଯ୍ୟ ହୋଇଥିବାରୁ ତାଙ୍କୁ ନିର୍ବାଚନ ଲଢ଼ିବାକୁ ବାରଣ କରିବା ଦରକାର । ପୋଲିସ ତାଙ୍କ ଘରେ ଚଢ଼ାଉ କରି କେତେ ଟଙ୍କା ରଖିଛନ୍ତି ଯାଞ୍ଚ କରିବା ଦରକାର ବୋଲି କେଜ୍ରିଓ୍ବାଲ ଦାବି କରିଛନ୍ତି । 

ଅନ୍ୟପଟେ ଭୟରେ କେଜ୍ରିଓ୍ବାଲ ନୂଆଦିଲ୍ଲୀ ଆସନ ସମେତ ଅନ୍ୟ କୌଣସି ଆସନରୁ ନାମାଙ୍କନ ଭରିପାରନ୍ତି ବୋଲି ବିଜେପିର ଦାବିକୁ ସେ ଖଣ୍ଡନ କରିଛନ୍ତି । କେବଳ ନୂଆଦିଲ୍ଲୀ ଆସନରୁ ନିର୍ବାଚନ ଲଢ଼ିବେ ବୋଲି କେଜ୍ରିଓ୍ବାଲ ଦୃଢ଼ୋକ୍ତି ବାଢ଼ିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଗାମୀ ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇର ସାମ୍ନା କରିବାକୁ ଯାଉଛନ୍ତି । ତାଙ୍କ ବିରୋଧରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଟିକେଟ୍‌ ପାଇଛନ୍ତି । ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ସାହିବ ସିଂହ ବର୍ମାଙ୍କ ପୁଅ ପରବେଶ ବର୍ମାଙ୍କୁ ନୂଆଦିଲ୍ଲୀ ଆସନରୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଶୀଲା ଦିକ୍ଷିତଙ୍କ ପୁଅ ସନ୍ଦୀପ ଦିକ୍ଷିତଙ୍କୁ ପ୍ରାର୍ଥୀ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.