ମୁମ୍ବାଇ,୯/୧ : ଭାରତର ସବୁଠାରୁ ଶାନଦାର ଟ୍ରେନରେ ଗଣାଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଏବେ ଖୁବଶୀଘ୍ର ଫିଲ୍ମରେ ଦେଖାଯିବ । ଏହା ପ୍ରଥମ ସୁଯୋଗ ଅଟେ ଯେତେବେଳେ ଏହି ଟ୍ରେନରେ କୌଣସି ଫିଲ୍ମ ସୁଟିଂ ହେବ । ବୁଧବାର ବଲିଉଡ଼ ନିର୍ଦେଶକ ସୁଜିତ ସରକାର ନିଜ ଅପକମିଂ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ କରି ଦେଇଛନ୍ତି । ଫିଲ୍ମରେ ପ୍ରଥମ ଥର ବନ୍ଦେ ଭାରତ ଟ୍ରେନର ଦୃଶ୍ୟ ଦେଖାଯିବ । ପିଟିଆଇ ପକ୍ଷରୁ ଏହି ଖବର ସାମ୍ନାକୁ ଆସିଛି । ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସୁଜିତ ସରକାର ମୁମ୍ବାଇ ସେଣ୍ଟ୍ରାଲ ଷ୍ଟେଶନର ପ୍ଲାଟଫର୍ମ ନମ୍ବର ୫ରେ ଆୟୋଜିତ ସୁଟିଂ ଲାଗି ବନ୍ଦେ ଭାରତ ଟ୍ରେନର ବ୍ୟବହାର କରିଥିବା ପ୍ରଥମ ନିର୍ଦେଶକ ହୋଇଯାଇଛନ୍ତି ।
ପଶ୍ଚିମ ରେଲଓ୍ବେ ଅଧିକାରୀ କହିଛନ୍ତି କି ମୁମ୍ବାଇ- ଅହମଦାବାଦ ମାର୍ଗରେ ଯାଉଥିବା ଦୁଇ ବନ୍ଦେ ଭାରତ ଟ୍ରେନରୁ ଗୋଟିଏ ବୁଧବାର ଚାଲେନାହିଁ । ଫଳରେ ଏହା ସେଠାରେ ଛିଡ଼ା ହୋଇ ରହିଥାଏ । ଜନୈକ ଅଧିକାରୀ କହିଛନ୍ତି କି, ଆମେ କିଛି ନିର୍ଦେଶାବଳୀ ସହ ଫିଲ୍ମ ସୁଟିଂ ପାଇଁ ଏହି ଚାଲୁନଥିବା ଟ୍ରେନଟିରେ ଅନୁମତି ଦେଇଛୁ । ସେ ଆହୁରି ମଧ୍ୟ କହିଛନ୍ତି କି ରେଲଓ୍ବେ ଫିଲ୍ମ ସୁଟିଂରୁ ପ୍ରାୟ ୨୩ଲକ୍ଷ ଟଙ୍କା କଲେକ୍ସନ କରିଛି । ଯାହା ଗୋଟିଏ ଦିନ ପୂର୍ବରୁ ମୁମ୍ବାଇ ଏବଂ ଅହମଦାବାଦ ମଧ୍ୟରେ ନିଜ ଯାତ୍ର ସମୟରେ ସେମି-ହାଇ-ସ୍ପିଡ ଦ୍ବାରା ଆୟ ୨୦ଲକ୍ଷରୁ ଟିକେ ଅଧିକ ଥିଲା ।