ମୁମ୍ବାଇ,୦୯/୦୧: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ରକୁ ନେଇ ଚାଲିଛି ବେଶ୍ ଚର୍ଚ୍ଚା । ଉଭୟ ଇନଷ୍ଟାଗ୍ରାମରେ ମଧ୍ୟ ପରସ୍ପରକୁ ଅନଫଲୋ କରିଛନ୍ତି । ଏହାରି ମଧ୍ୟରେ ନିଜର ମୁହଁ ଖୋଲିଛନ୍ତି ଧନଶ୍ରୀ । ଭିତ୍ତିହୀନ ଲେଖା ମାଧ୍ୟମରେ ମୋତେ ବଦନାମ କରାଯାଉଥିବା କଥା ସେ କହିଛନ୍ତି ।
ତେବେ ଧନଶ୍ରୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମର ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ଗତ କିଛି ଦିନ ହେବ ମୋ ପାଇଁ ଆଉ ମୋ ପରିବାର ପାଇଁ କଷ୍ଟଦାୟକ ରହିଥିଲା । ମୋତେ ଟ୍ରୋଲ କରାଯାଉଛି । ମୋ ବିରୋଧରେ ଭିତ୍ତିହୀନ ଲେଖା ପ୍ରସାର କରାଯାଉଛି । ମୁଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ମୋର ନାମ ଏବଂ ସଚ୍ଚୋଟତା ସୃଷ୍ଟି କରିଥିଲି । ଏପରିକି ଚହଲ ଓ ଧନଶ୍ରୀଙ୍କ ଛାଡ଼ପତ୍ର ହେବାକୁ ଯାଉଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି। ପ୍ରକାଶ ଥାଉକି, ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଛାଡ଼ପତ୍ରକୁ ନେଇ ଏପର୍ୟ୍ୟନ୍ତ କିଛି କୁହାଯାଇନାହିଁ। ଏହି ଖବର ଏବେ ନୁହେଁ ବରଂ ୨୦୨୨ରୁ ଆରମ୍ଭ ହେଲାଣି। ଧନଶ୍ରୀ ଯେତେବେଳେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ। ସେହି ସମୟରେ ଚହଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ଏକ ନୂତନ ଜୀବନ ଆରମ୍ଭ ହେଉଛି, ଯାହା ତାଙ୍କ ସମ୍ପର୍କରେ ଭଲ ନଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା। ପରେ ଚହଲ ଏହି ଗୁଜବକୁ ମିଛ କହିଥିଲେ । ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର ୨୦୨୦ ରେ ବିବାହ କରିଥିଲେ।