ମୁମ୍ବାଇ,୦୮/୦୧: ବଲିଉଡ଼ କୁଇନ କଙ୍ଗନା ରାଣାୱତ । ସେ 'ଏମରଜେନ୍ସି' ଫିଲ୍ମ ସହ ପରଦାରେ କରିବାକୁ ଯାଉଛନ୍ତି ଧମାକା । ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମର ଜୋରଦାର ପ୍ରମୋସନରେ ଲାଗି ପଡିଛନ୍ତି କଙ୍ଗନା । ଏହାରି ମଧ୍ୟରେ କଙ୍ଗନା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଫିଲ୍ମ ଦେଖିବାକୁ କରିଛନ୍ତି ଆମନ୍ତ୍ରଣ ।
ତେବେ ଚଳଚ୍ଚିତ୍ରରେ, ୧୯୭୫-୭୭ ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ ୨୫ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ତେବେ ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏପରି ସମୟରେ ବର୍ତ୍ତମାନ କଙ୍ଗନା ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ଫିଲ୍ମ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି କଙ୍ଗନା । ତେବେ ଏକ ସାକ୍ଷାତକାରରେ କଙ୍ଗନା ପ୍ରିୟଙ୍କା ଗାନ୍ଧୀଙ୍କୁ ଫିଲ୍ମ ଦେଖିବାକୁ ଆମନ୍ତ୍ରଣ କରିଥିବା କହିଛନ୍ତି । ସେ କହିଛନ୍ତି, '' ମୁଁ ବାସ୍ତବରେ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସଂସଦରେ ଦେଖା ହୋଇଥିଲି । ଆଉ ଏହି ସମୟରେ ତାଙ୍କୁ ଏମରଜେନ୍ସି ଦେଖିବାକୁ ଆମନ୍ତ୍ରଣ କରିଥିଲି । ଯାହାର ଉତ୍ତରରେ ହଁ, ବୋଧେ ବୋଲି କହିଥିଲେ । କଙ୍ଗନା ରାନାୱତ ତାଙ୍କ ଚଳଚ୍ଚିତ୍ର 'ଏମରଜେନ୍ସି' ବିଷୟରେ ଅଧିକ ଆଲୋଚନା କରି କହିଛନ୍ତି, "ମୁଁ ଏହି ଫିଲ୍ମରେ ଶୀମତୀ ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିବାବେଳେ ମୁଁ ତାଙ୍କୁ ସମ୍ମାନ କରିଥିଲି ।' ପ୍ରକାଶ ଥାଉକି, ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତଙ୍କ ସମେତ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରଟିରେ ଆସନ୍ତା ୧୭ ରେ ରିଲିଜ ହେବାକୁ ଯାଉଛି ।