ପ୍ରମୂଖ ଖବର
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ଥାନାରେ ହାଜିରା ଦେଲେ ଅଲ୍ଲୁ ଅର୍ଜୁନ, ବିନା ଅନୁମତିରେ ଯାଇପାରିବେନି ବିଦେଶ

Published By : Prameya | January 6, 2025 9:40 AM

ହାଇଦ୍ରାବାଦ ୦୬/୦୧: ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲ୍ଲୁ ଅର୍ଜୁନ ଗତକାଲି ପୁଲିସ ନିକଟରେ ହାଜିରା ଦେଇଛନ୍ତି । କୋର୍ଟରୁ ମିଳିଥିବା ଜାମିନ ସର୍ତ୍ତ ଅନୁସାରେ ସେ ଚିକଡାପାଲି ଥାନାର ଏସ୍‌ଏଚ୍‌ଓ (ଷ୍ଟେସନ ହାଉସ ଅଫିସର)ଙ୍କ ପାଖରେ ହାଜର ହୋଇଥିଲେ । ସମସ୍ତ ଔପଚାରିକତା ପୂରଣ କରିବା ପରେ ସେ ଥାନାରୁ ପଳାଇଥିଲେ । ଗତ ୩ ତାରିଖରେ ତାଙ୍କୁ ନାମପଲ୍ଲୀ କୋର୍ଟରୁ ନିୟମିତ ଜାମିନ ମିଳିଥିଲା । ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କ ନାମ ଅଭିଯୁକ୍ତ ତାଲିକାରେ ଏକାଦଶ ସ୍ଥାନରେ ରହିଛି । 

କୋର୍ଟ ରଖିଥିବା ଜାମିନ ସର୍ତ୍ତ ଅନୁସାରେ ପ୍ରତି ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଭିତରେ ସେ ଥାନାରେ ହାଜିରା ଦେବେ । ଦୁଇମାସ ପର୍ଯ୍ୟନ୍ତ କିମ୍ବା ଚାର୍ଜସିଟ ଦାଖଲ ହେବା ଯାଏ ତାଙ୍କୁ ଥାନାରେ ହାଜର ହେବାକୁ ପଡିବ । ସେହିଭଳି ବିନା ଅନୁମତିରେ ସେ ତାଙ୍କ ଘର ଠିକଣା ବଦଳାଇବେ ନାହିଁ କିମ୍ବା ବିଦେଶ ଯାଇପାରିବେ ନାହିଁ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଗତ ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ଫିଲ୍ମ ପ୍ରଦର୍ଶନ ବେଳେ ହଠାତ୍‌ ଅଲ୍ଲୁ ଅର୍ଜୁନ ସେଠାକୁ ଚାଲିଆସିବାରୁ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.