ପ୍ରମୂଖ ଖବର

ଅର୍ଜୁନଙ୍କ ସହ ବ୍ରେକଅପ୍‌କୁ ନେଇ ମୁହଁ ଖୋଲିଲେ ମଲାଇକା, କହିଲେ-‘ସମୟ ଆସିଲେ ସତ କହିବି’

Published By : Prameya | January 5, 2025 12:46 PM

ମୁମ୍ବାଇ ୦୫/୦୧:  ଗତ ବର୍ଷ ବେଶ୍‌ ମାନସିକ ବେଦନା ଭୋଗିଥିଲେ  ମଲାଇକା ଅରୋରା । ତାଙ୍କ ଜୀବନରେ ଗୋଟିଏ ପରେ  ଗୋଟିଏ ଉଠାଣି ଗଡ଼ାଣି ଲାଗି ରହିଥିଲା । ବଡ଼କଥା  ହେଲା ପାଞ୍ଚ ବର୍ଷର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଛି  ସେହି ୨୦୨୪ରେ । ପୁଣି ସାବତ ପିତାଙ୍କୁ ହରାଇଛନ୍ତି ।  ଏସବୁ ସତ୍ତେ୍ୱ ତାଙ୍କୁ ଆଗକୁ ବଢ଼ିବାକୁ ହେବ ବୋଲି  ଅନୁଗାମୀମାନଙ୍କୁ ଜଣାଇଛନ୍ତି । ବର୍ଷଶେଷରେ ସେ  ନିଜର ନାନା ଉପଲବ୍ଧି ବିଷୟରେ କହିଥିଲେ । ଯଦିଓ  ଅର୍ଜୁନ କପୁରଙ୍କ ସହ ବିଚ୍ଛେଦ ପ୍ରସଙ୍ଗରେ ପାଟି  ଫିଟାଇ  ନାହାନ୍ତି ମଲାଇକା । ଅର୍ଜୁନ ଯଦିଓ ଜଣାଇ ସାରିଛନ୍ତି  ବର୍ତ୍ତମାନ ସମୟରେ ସେ ‘ସିଙ୍ଗଲ୍‌’ । 

ତେବେ  ମଲାଇକାଙ୍କୁ ଏ ପ୍ରସଙ୍ଗରେ ପ୍ରଶ୍ନ ହେବାରୁ ତାଙ୍କର ସ୍ପଷ୍ଟ  ଉତ୍ତର, ସେ ନିଜ ବ୍ୟକ୍ତିଗତ ଜୀବନ କଥା ବାହାର  ଦୁନିଆ ଆଗରେ ଏବେ ଜଣାଇବେ ନାହିଁ । କିନ୍ତୁ ତାଙ୍କ   ଇନଷ୍ଟାଗ୍ରାମ ପୃଷ୍ଠା ଭିନ୍ନ କଥା କହୁଛି । ଗୋଟିଏ ପରେ  ଗୋଟିଏ ଇଙ୍ଗିତପୂର୍ଣ୍ଣ ପୋଷ୍ଟ ସେଥିରେ ଦେଖିବାକୁ ମିଳୁଛି । ବର୍ଷ ପୂର୍ତ୍ତିର ଦିନକ ପୂର୍ବରୁ ତାଙ୍କ ଇନଷ୍ଟା  ଷ୍ଟୋରୀରେ ଏମିତି କିଛି ଲେଖାଥିଲା ଯାହା ଅର୍ଜୁନଙ୍କ  ସହିତ ତାଙ୍କ ସଂପର୍କ ଭାଙ୍ଗିବାର କଥା ପରୋକ୍ଷରେ  ସୂଚାଉଥିଲା । ମଲାଇକା ଲେଖିଥିଲେ  ‘୨୦୨୪, ମୁଁ ତୁମକୁ ଘୃଣା  କରେ ନାହିଁ । କିନ୍ତୁ ତୁମେ  ମୋ ପାଇଁ ଖୁବ୍‌ କଠିନ ସମୟ ହୋଇ ଯାଇଥିଲ ।  ବହୁ ଉଠାଣି ଗଡ଼ାଣି  ଆସିଛି ତୁମ ସମୟରେ । କେତେ ପରିବର୍ତ୍ତନ  ଆସିଛି ଜୀବନରେ । ଅନେକ କିଛି ଶିଖାଇଛ ମତେ । ତୁମେ ଦେଖାଇ ଦେଇଛ, ଆଖି ପଲକରେ ଜୀବନ  ବଦଳି ଯାଇପାରେ । ୨୦୨୪, ତୁମେ ହିଁ ଶିଖାଇଛ,  ନିଜ ଉପରେ ବିଶ୍ୱାସ ରଖିବା କେତେ ଜରୁରି ।’  

ସବୁଠୁ ବଡ଼ ଶିକ୍ଷା ମଲାଇକା ୨୦୨୪ରେ ହିଁ  ପାଇଥିଲେ । ତାଙ୍କ କଥାରେ ସେହି ବର୍ଷ ହିଁ  ତାଙ୍କୁ ଶିଖାଇଥିଲା ସବୁଠୁ ଊଦ୍ଧ୍ୱର୍ରେ  ସ୍ୱାସ୍ଥ୍ୟ । ତେଣିକି ତାହା ମାନସିକ  ହେଉ ଅବା ଶାରୀରିକ । ଦୁଇଟି  ଯାକ ଅତି ଗୁରୁତ୍ୱପୂର୍ଣ୍ଣ ।  ମଲାଇକା ଏକଥା ବି ପୋଷ୍ଟ  କରିଛନ୍ତି ଯେ ତାଙ୍କ ସହିତ କାହିଁକି ସେସବୁ ଘଟଣା  ଘଟିଗଲା ଯାହା ବିଷୟରେ  ସେ କଳ୍ପନା ବି କରିନଥିଲେ ।  ସମୟ ଆସିଲେ ହୁଏତ  ଏସବୁର କାରଣ   ଖୋଜିପାଇବେ । ତେବେ  ଏକଥା ବି ସେ କହିଛନ୍ତି  ସମୟ ଆସିଲେ ସେ  ସବୁ ସତ କଥା   ଜଣାଇଦେବେ ।  ସେତେବେଳେ  ପର୍ଯ୍ୟନ୍ତ ଅପେକ୍ଷା  କରିବାକୁ   ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.