ପ୍ରମୂଖ ଖବର
  • ଗୁଜୁରାଟରେ କୋଷ୍ଟଗାର୍ଡର ଆଡ୍‌ଭାନ୍ସ ହେଲିକପ୍ଟର ଦୁର୍ଘଟଣାଗସ୍ତ, ୩ ମୃତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

ସାଉଥ ସୁପରଷ୍ଟାର ରାମଚରଣଙ୍କ ଫିଲ୍ମ 'ଗେମ ଚେଞ୍ଜର' ଟ୍ରେଲର ଆଉଟ୍, ଏହି ଦିନ ହେବ ରିଲିଜ୍

Published By : Anindita | January 3, 2025 11:50 AM

ମୁମ୍ବାଇ,୦୩/୦୧: ପୁଣି  ବଡ଼ ପରଦାରେ ଧମାକା କରିବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ରାମଚରଣ । ବହୁ ଚର୍ଚ୍ଚିତ ଫିଲ୍ମ 'ଗେମ ଚେଞ୍ଜର' ଆସିବେ ନଜର । ଏହି ଫିଲ୍ମ ଖୁବ୍ ଶୀଘ୍ର ରିଲିଜ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି ଫିଲ୍ମ ନିର୍ମାତା । ସେହିପରି ଆକ୍ସନ୍ ଡ୍ରାମା ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ ମଧ୍ୟ ପାସ୍ ହୋଇଛି ।  ବୋର୍ଡ ଏହି ଚଳଚ୍ଚିତ୍ରକୁ ଅନୁମୋଦନ କରିଛି, କିନ୍ତୁ ଏଥିରେ କିଛି ପରିବର୍ତ୍ତନ କରିବାକୁ ବିଚାର କରିବାକୁ କହିଛି। 

'ଗେମ ଚେଞ୍ଜର' ଏକ ତେଲୁଗୁ ଚଳଚ୍ଚିତ୍ର ହୋଇଥିବାରୁ ସେନ୍ସର ବୋର୍ଡ କହିଛି ଯେ ଟାଇଟଲ୍ ଅରିଜିନାଲ ଭାଷା ଅର୍ଥାତ୍ ତେଲୁଗୁ ଭାଷାରେ ମଧ୍ୟ ରହିବା ଉଚିତ୍। ଏହା ବ୍ୟତୀତ ବ୍ରାହ୍ମଣାନନ୍ଦଙ୍କୁ ଟାଇଟଲ କାର୍ଡରେ ପଦ୍ମଶ୍ରୀ ଭାବରେ ଶ୍ରେୟ ଦିଆଯାଇଛି। ଏହି ଶବ୍ଦକୁ ହଟାଇବାକୁ ଏବଂ ସେମାନଙ୍କ ସ୍କ୍ରିନ ନାମରେ କ୍ରେଡିଟ୍ ଦେବାକୁ ବୋର୍ଡ ନିର୍ମାତାମାନଙ୍କୁ ନିର୍ଦ୍ଦେଶ ଦେଇଛି।ଏହା ସହିତ ବୋର୍ଡ ଭିଲେନଙ୍କ ଦ୍ୱାରା କୁହାଯାଇଥିବା କିଛି ଅପମାନଜନକ ଶବ୍ଦକୁ ମ୍ୟୁଟ୍ କରିବାକୁ କହିଛନ୍ତି । ଏହି ପରିବର୍ତ୍ତନଗୁଡିକ କାର୍ଯ୍ୟକାରୀ କରାଯାଇଛି ଏବଂ ଅନ୍ତିମ କପି ଲକ୍ ହୋଇଛି । ରାମ ଚରଣଙ୍କ 'ଗେମ୍ ଚେଞ୍ଜର'ର ସମୟ ହେଉଛି ୨ ଘଣ୍ଟା ୪୫ ମିନିଟ୍ । ଗେମ୍ ଚେଞ୍ଜର ୧୦ ଜାନୁଆରୀରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରରେ ରାମ ଚରଣ ଜଣେ ଆଇଏଏସ୍ ଅଧିକାରୀଙ୍କ ଭୂମିକାରେ ନଜର ଆସିବେ, ଯିଏ ନିର୍ବାଚନରେ ଦୁର୍ନୀତି ଏବଂ ଚୋରୀକୁ ରୋକିବେ। ତେବେ ନିର୍ଦ୍ଦେଶକ ଶଙ୍କର ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଏଥିରେ ରାମଚରଣଙ୍କ ସହିତ କିଆରା ଆଡଭାନୀ ଓ ନାସରଙ୍କୁ  ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମଟି  ମକର ସଂକ୍ରାନ୍ତି ଅବସରରେ ଜାନୁୟାରୀ ୧୦, ୨୦୨୫ରେ ରିଲିଜ ହେବ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.