ନୂଆଦିଲ୍ଲୀ,୦୩/୦୧: ଚାଲିଛି ବିବାହ ଋତୁ । ବିବାହ ବନ୍ଧନରେ ବାନ୍ଧି ହୋଉଛନ୍ତି ଅନେକ ସେଲିବ୍ରିଟି । ଏହାରି ଭିତରେ ବଲିଉଡର ଲୋକପ୍ରିୟ ଗାୟକ ଅରମାନ ମଲିକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଗର୍ଲଫ୍ରେଣ୍ଡ ଆଶନା ଶ୍ରଫଙ୍କ ସହ ଅରମାନଙ୍କ ହାତଗଣ୍ଠି ପଡିଛି । ଦୀର୍ଘ ୭ ବର୍ଷର ପ୍ରେମକୁ ବିବାହର ରୂପ ଦେଇଛନ୍ତି ଅରମାନ ଓ ଆଶନା ବିବାହ କରିଛନ୍ତି । ପରିବାର ଲୋକ ଓ ଘନିଷ୍ଠ ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ସମ୍ପର୍ଣ୍ଣ ହୋଇଛି । ସୋସିଆଲ ମିଡିଆରେ ବିବାହ ବେଳର ଫଟୋ ସାମ୍ନାକୁ ଆସିଛି । ଫ୍ୟାନ୍ସ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୭ ବର୍ଷ ହେବ ଅରମାନ ଓ ଆଶନା ଡେଟ୍ କରୁଥିଲେ । ଏବେ ସାତଜନ୍ମରେ ସାଥୀ ହୋଇଛନ୍ତି । ଆଶନା ଜଣେ ଇନଫ୍ଲୁଏନସର । ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଗହଣରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହେଁ ବିବାହର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଅରମାନ ପିଙ୍କ ରଙ୍ଗର ଶେରୱାନୀ ପିନ୍ଧିଥିବା ସବ ଆଶନା ଅରେଞ୍ଜ ଲେହେଙ୍ଗା ସହ ପିଙ୍ଗ୍ ଓଢଣୀ ପକାଇଥିବା ଦେଖିବାକୁ ମିଳିଛି । ପ୍ୟାନ୍ସ ବିବାହ ନେଇ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଯାତ୍ରାର ଆରମ୍ଭ କରିଥିବା ଏହି ନବଦମ୍ପତ୍ତି ବେଶ ଖୁସି ଥିବା ଫଟୋରେ ଦେଖିବାକୁ ମିଳିଛି । ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି 'ତୁ ହି ମୋରା ଘର' ।
ଅରମାନ ଓ ଆଶନା ୨୦୨୩ରେ ନିର୍ବନ୍ଧ କରିଥିଲେ । ୨୦୧୭ରୁ ଦୁହେଁ ଡେଟ୍ କରୁଥିଲେ । ୧୯୯୩ରେ ମୁମ୍ବାଇରେ ଜନ୍ମିତ ଆଶନା ଜଣେ ଫ୍ୟାଶନ ଇନଫ୍ଲୁଏନ୍ସର, ବ୍ଲଗର ଜଣେ ୟୁଟ୍ୟୁବର । ଆଶନାଙ୍କୁ କସ୍ମୋପୋଲିଟନ ଲଗ୍ଜରୀ ଫ୍ୟାଶନ ଅଫ୍ ଅଫ୍ ଦ ଇୟର ୨୦୨୩ ଭାବେ ପୁରସ୍କାର ମିଳିଥିଲା । ଇନଫ୍ଲୁଏନ୍ସର ପୂର୍ବରୁ ଆଶନା ଶିକ୍ଷକତା କରୁଥିଲେ ।