ମୁମ୍ବାଇ,୦୫/୦୧: ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ବଲିଉଡ଼ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟ। କିଛି ଦିନ ପୂର୍ବରୁ ସେ ଏକ ସାକ୍ଷାତକାରରେ ମହାତ୍ମା ଗାନ୍ଧୀକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ଜଣେ ଓକିଲ ତାଙ୍କୁ ଆଇନଗତ ନୋଟିସ୍ ବା ଲିଗାଲ୍ ନୋଟିସ୍ ପଠାଇଛନ୍ତି ।
ତେବେ ବଲିଉଡ଼ ଗାୟକ କ ଅଭିଜିତ୍ ଭଟ୍ଟାଚାର୍ଯ୍ୟ ଅନେକ ଫିଲ୍ମ ପାଇଁ ନିଜର କଣ୍ଠଦାନ କରିଛନ୍ତି । ସେ ଗାଇଥିବା ଗୀତକୁ ଦର୍ଶକ ଖୁବ୍ ପସନ୍ଦ କରନ୍ତି । ନିଜ କଣ୍ଠ ପାଇଁ ପ୍ରସିଦ୍ଧ ଅଭିଜିତ୍ ଅନେକ ଥର ନିଜର ମନ୍ତବ୍ୟକୁ ନେଇ ବିବାଦକୁ ଆସିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ନେଇ କହିଥିଲେ ଯେ, 'ସେ ପାକିସ୍ତାନର ରାଷ୍ଟ୍ରପିତା ଥିଲେ' । ଯାହାକୁ ନେଇ ବର୍ତ୍ତମାନ ପୁନେର ଜଣେ ଓକିଲ ତାଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଓକିଲ ଅସୀମ ସରୋଦେଙ୍କ କହିବା ମୁତାବକ, ଯଦି ଅଭିଜିତ୍ ନିଜ ମନ୍ତବ୍ୟ ପାଇଁ ଲିଖିତ ଆକାରରେ କ୍ଷମା ନ ମାଗନ୍ତି । ତେବେ ତାଙ୍କ ତାଙ୍କ ବିରୋଧରେ ଅପରାଧିକ ମକଦମା କରାଯିବ । ନୋଟିସରେ କୁହାଯାଇଛି ଯେ, ଗାୟକ ଏଭଳି ଟିପଣୀ ଦେଇ ନିଜର ସୀମା ପାର୍ କରୁଛନ୍ତି । ପ୍ରକାଶ ଥାଉକି, ଗାୟକ ଅଭିଜିତ୍ ଶୁଭଙ୍କର ମିଶ୍ରଙ୍କ ଏକ ପୋଡ଼କାଷ୍ଟରେ କହିଥିଲେ ଯେ, ''ମହାତ୍ମା ଗାନ୍ଧୀ ରାଷ୍ଟ୍ରପିତା ଭାରତ ପାଇଁ ନୁହେଁ ପାକିସ୍ତାନ ପାଇଁ ଥିଲେ । ଭାରତ ପୂର୍ବରୁ ହିଁ ଭାରତ ଥିଲା । କିନ୍ତୁ ପାକିସ୍ତାନକୁ ବନାଯାଇଛି। ଭୁଲ ବଶତଃ ମହାତ୍ମା ଗାନ୍ଧୀଙ୍କୁ ଭାରତର ରାଷ୍ଟ୍ରପିତା କୁହାଯାଉଛି। କାରଣ ଜନ୍ମଦାତା, ପିତା, ନାନା...ସବୁକିଛି ସେ ହିଁ ଥିଲେ । '