ମୁମ୍ୱାଇ : ସଲମାନ ଖାନଙ୍କୁ ଲଗାତାର ମିଳୁଥିବା ଧମକ ଓ ବାବା ସିଦ୍ଦିକିଙ୍କ ମୃତ୍ୟୁ ପରେ ଅଭିନେତାଙ୍କ ଘରର ସୁରକ୍ଷା ବଢାଇ ଦିଆ ଯାଇଛି। ଆଜି ସକାଳୁ ବାନ୍ଦ୍ରାସ୍ଥିତ ତାଙ୍କର ଘରର କନଷ୍ଟ୍ରକ୍ସନ ଜାରି ହୋଇଛି। କୁହାଯାଉଛି ଯେ, ଅଭିନେତା ଓ ତାଙ୍କ ପରିବାରର ସୁରକ୍ଷାକୁ ଧ୍ୟାନରେ ରଖି ଘରର ଝରକାକୁ ବଦଳା ଯାଉଛି। ଏହାସହ ସେହି ବାଲକୋନୀର ମଧ୍ୟ କାମ କରାଯାଉଛି, ଯେଉଁଠି ଅନେକ ସମୟରେ ଦବଙ୍ଗ ଖାନ ନିଜର ପ୍ରଶଂସକଙ୍କୁ ଭେଟିବାକୁ ଆସୁ ଥିଲେ। ଅଭିନେତାଙ୍କ ଘର ବାହାରର ସୁରକ୍ଷାକର୍ମୀଙ୍କ ସଂଖ୍ୟାକୁ ବଢାଇ ଦିଆଯାଇଛି। ପୁଲିସ ସହ ପ୍ରାଇଭେଟ୍ ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ କରାଯାଇଛି। ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଅନେକ ସିସିଟିଭି କ୍ୟାମେରା ଲଗାଯାଇଛି। କୌଣସି ବି ଅପ୍ରିୟ ଘଟଣାର ସୁରକ୍ଷା ପାଇଁ ପ୍ରତି ଆଗନ୍ତୁକଙ୍କ ଉପରେ କଡ଼ା ନଜର ରଖାଯାଉଛି।
ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ତାର ଗ୍ୟାଙ୍ଗ ଦ୍ୱାରା ମାରି ଦେବାକୁ ଧମକ ମିଳି ସାରିଛି। ଗତ ବର୍ଷ ମେ ମାସରେ ଅଭିନେତାଙ୍କ ଘର ବାହାରେ ଦୁଇ ଦୁର୍ବୃତ୍ତ ଫାୟାରିଂ ମଧ୍ୟ କରିଥିଲେ, ଯେଉଁଥିରେ ଅଭିନେତାଙ୍କ ସୁରକ୍ଷାକୁ ବୃଦ୍ଧି କରାଯାଇଛି। ଅନେକ ଧମକ ପରେ ସଲମାନଙ୍କ ନିକଟତମ ବନ୍ଧୁ ତଥା ନେତା ବାବା ସିଦ୍ଦିକିଙ୍କ ମଧ୍ୟ ଗୁଳି କରି ହତ୍ୟା କରାଯାଇ ଥିଲା, ଯାହା ପରେ ଘରେ ଭୟର ମାହୋଲ ସୃଷ୍ଟି ହୋଇଛି। ଏଥିରେ ଅଭିନେତାଙ୍କ ଘର ବାହାରେ ସୁରକ୍ଷାର ଦୃଢ ବନ୍ଦୋବସ୍ତ କରାଯାଇଛି।
ୱାର୍କଫ୍ରଣ୍ଟର କଥା ଯଦି କହିବା ତ, ସଲମାନ ଖାନ ବର୍ତ୍ତମାନ ବିଗ୍ବସ୍ -୧୮ର ହୋଷ୍ଟ କରୁଛନ୍ତି। କିନ୍ତୁ ଚଳିତ ବର୍ଷ ଏହି ଅଭିନେତାଙ୍କ ପାଇଁ ସ୍ୱତନ୍ତ୍ର ହେବାକୁ ଯାଉଛି। ତାଙ୍କୁ ଏ ଆର୍ ମୁରୁଗଦାସଙ୍କ ଡାଇରେକ୍ସନରେ ନିର୍ମିତ ଫିଲ୍ମ ସିକନ୍ଦରରେ ଦେଖିବାକୁ ମିଳିବ। ଏହି ଫିଲ୍ମ ଏହି ବର୍ଷ ଇଦ୍ ଅବସରରେ ପରଦାକୁ ଆସିବ। ନିକଟରେ ଫିଲ୍ମର ପ୍ରଥମ ଟିଜର ସାମ୍ନାକୁ ଆସି ଥିଲା , ଯେଉଁଥିରେ ଦବଙ୍ଗ ଖାନଙ୍କୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳିବ।