ମୁମ୍ୱାଇ : ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ଦୀର୍ଘ ଦିନ ଧରି ତାଙ୍କର କାମ ସମ୍ଭାଳି ଥିଲେ। ସେ ତାଙ୍କର ମ୍ୟାନେଜର ଥିଲେ। ସେ ନିକଟରେ କହିଛନ୍ତି ଯେ, ଗୋବିନ୍ଦାଙ୍କ ସହ କାମ କରି ସେ ଦେଖିଲେ କି ଲୋକେ କେମିତି ତାଙ୍କର ଭୁଲ୍ ଫାଇଦା ଉଠାଉ ଥିଲେ। ଶୋ ଅର୍ଗାନାଇଜ୍ କରୁଥିବା ଲୋକେ ବାହାନା କରି ଗୋବିନ୍ଦାଙ୍କ ଟଙ୍କା ହଡ଼ପ କରି ନେଉଥିଲେ। ସୁନୀତା Hauterryflyକୁ ଇଣ୍ଟରଭ୍ୟୁ ଦେଇଥିଲେ। ସେଠାରେ ତାଙ୍କୁ ପଚରାଯାଇ ଥିଲା ଯେ, ଆପଣଙ୍କର ପର୍ସନାଲଟି ବୋଲ୍ଡ୍ ଏବଂ ଲାଇଡ୍ । ଏଥିରେ କଣ ଲୋକେ ଡ଼ରୁଥିଲେ ନା ଶଙ୍କିତ ହେଉଥିଲେ।
ଏହାକୁ ନେଇ ସୁନୀତା କହିଛନ୍ତି –ଆପଣଙ୍କ ଜୀବନରେ ଏମିତି ଅନେକ ସୁଯୋଗ ଆସେ , ଯେଉଁଠି ଆପଣଙ୍କୁ ଷ୍ଟ୍ରିକ୍ଟ ହେବାକୁ ପଡ଼ିଥାଏ, କାରଣ ମୁଁ ଗୋବିନ୍ଦାଙ୍କ କାମ ମଧ୍ୟ ସମ୍ଭାଳୁ ଥିଲି। ତାଙ୍କର କାମ ସମ୍ଭାଳିବା ବେଳେ ମୁଁ ଦେଖିଛି କି, ଲୋକେ ପଇସା ଦିଅନ୍ତି ନାହିଁ । ଗୋବିନ୍ଦା ବହୁତ ଇମୋସନାଲ । ତାଙ୍କୁ କହୁଥିଲେ ତି ଚିଚି ଭାଇ ଆମର ଟିକେଟ୍ ତ ବିକ୍ରି ହୋଇନି , ମୁଁ ଆପଣଙ୍କ ୨୦-୨୫ଲକ୍ଷ ପରେ ଦେଇ ଦେବି। ସେ ବୋକା ବନାଉ ଥିଲେ । ମୁଁ ଦେଖିଛି ତାଙ୍କର ଶୋ ହାଉସଫୁଲ୍ ଥିଲା।
ସୁନୀତା ନିଜର ଇଣ୍ଟରଭ୍ୟୁରେ ସବୁ ଜିନିଷକୁ ନେଇ କୁହନ୍ତି । ତାଙ୍କର ଇଣ୍ଟରଭ୍ୟୁ ଦେଖି ଲୋକେ କୁହନ୍ତି କି ସେ କିଛି ଲୁଚାନ୍ତି ନାହିଁ । କାହାର ମତାମତକୁ ଭୃକ୍ଷେପ ନକରି ସେ ନିଜ କଥା କହିଥାନ୍ତି। କିଛି ମାସ ପୂର୍ବେ ଏକ ଇଣ୍ଟରଭ୍ୟୁରେ ତାଙ୍କୁ ଗୋବିନ୍ଦା ଓ ଡେଭିଡ୍ ଧୱନଙ୍କ ପାର୍ଟନରସିପ୍ ବିଷୟରେ ପଚରାଯାଇ ଥିଲା। ଆକ୍ଟର-ଡାଇରେକ୍ଟରଙ୍କ ଯୋଡ଼ି ଏକାଠି ଆଇକନିକ ଫିଲ୍ମ ଦେଇଛନ୍ତି। କିନ୍ତୁ ଗୋଟେ ସମୟ ପରେ ଉଭୟଙ୍କ ସଂପର୍କ ତୁଟି ଗଲା।