ମୁମ୍ବାଇ,୦୧/୦୧: ବିଦାୟ ନେଲା ୨୦୨୪ । ଅନେକ ଆଶା, ଉତ୍ସାହ ସହ ଆରମ୍ଭ ହୋଇଛି ୨୦୨୫ । ନୂଆବର୍ଷକୁ ସ୍ବାଗତ କରିଛନ୍ତି ବିଶ୍ବବାସୀ । ସେହିପରି ୨୦୨୪ ଅନେକ ଲୋକଙ୍କ ପାଇଁ ଭଲ ଏବଂ ଖରାପ ଥିବା ବେଳେ ସେଲିବ୍ରିଟିଙ୍କ ପାଇଁ ମଧ୍ୟ ସମାନ ଥିଲା । କାହାର ଫିଲ୍ମ ବକ୍ସ ଅଫିସରେ ବହୁତ ଟଙ୍କା ରୋଜଗାର କରିଥିବାବେଳେ କାହାର ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗି ଯାଇଥିଲା। ତେବେ ସମସ୍ତେ ବିଦାୟୀ ବର୍ଷକୁ ଅଲବିଦା କହିବା ସହ ନିଜ ନିଜ ଶୈଳୀରେ ୨୦୨୫ କୁ ସ୍ୱାଗତ କରିଛନ୍ତି । ଅମିତାଭ ବଚ୍ଚନ, କାର୍ତ୍ତିକ ଆର୍ଯ୍ୟନ, ମଲାଇକା ଏବଂ ଅଜୟ ଦେବଗନଙ୍କ ପରି ଅନେକ ତାରକା ୨୦୨୪କୁ ବିଦାୟ ଦେଇ ନୂତନ ବର୍ଷ ପାଳନ କରିଛନ୍ତି।
ଏନେଇ ବିଗ୍ ବି ତଥା ଅମିତାଭ ବଚ୍ଚନ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, "୨୦୨୫ଜିନ୍ଦାବାଦ" । ଏହି ପୋଷ୍ଟ ମାଧ୍ୟମରେ ସେ ନୂଆ ବର୍ଷରେ ତାଙ୍କ ପ୍ରଶଂସକଙ୍କୁ ଆଗକୁ ବଢିବାକୁ ମେସେଜ ଦେଇଛନ୍ତି । କାର୍ତ୍ତିକ ଆର୍ଯ୍ୟନ ଚନ୍ଦୁ ଚାମ୍ପିଅନ୍ ଏବଂ ଭୁଲ୍ ଭୁଲ୍ୟା ୩ ସମ୍ବନ୍ଧୀୟ ଫଟୋ ପୋଷ୍ଟ କରି ୨୦୨୪କୁ ଧନ୍ୟବାଦ ଦେଇଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, "ଐତିହାସିକ 2024 ପାଇଁ ଧନ୍ୟବାଦ । ଗୋଟିଏ ବର୍ଷ ଯାହା ମୋ ଜୀବନକୁ ବଦଳାଇଲା, ମୁଁ ଏହାକୁ ସର୍ବଦା ମନେ ରଖିବି । ସେହିପରି ପ୍ରୀତି ଜିଣ୍ଟା ମଧ୍ୟ ତାଙ୍କର ବିଶେଷ ମୁହୂର୍ତ୍ତର ଭିଡିଓ ସେୟାର କରିଛନ୍ତି ।ଅନ୍ୟପଟେ ବିବାହ ପରେ ଅଷ୍ଟ୍ରେଲିଆର ସିଡନୀରେ ୨୦୨୫ ମସିହାରେ ତାଙ୍କ ସ୍ୱାମୀଙ୍କ ସହ ନୂତନ ବର୍ଷକୁ ସ୍ୱାଗତ କରିଛନ୍ତି ସୋନାକ୍ଷୀ ।