ପ୍ରମୂଖ ଖବର
  • ଗୁଜୁରାଟରେ କୋଷ୍ଟଗାର୍ଡର ଆଡ୍‌ଭାନ୍ସ ହେଲିକପ୍ଟର ଦୁର୍ଘଟଣାଗସ୍ତ, ୩ ମୃତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ
  • ||
  • କଟକ : ଭୁଶୁଡ଼ିଲା ନିର୍ମାଣଧୀନ ବକ୍ସ ଡ୍ରେନ ସ୍ଲାବ୍, ଜଣେ ଆହତ
  • ||
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବାକୁ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା, ନିଆଯିବ ଆଇନଗତ କଠୋର କାର୍ଯ୍ୟାନୁଷ୍ଠାନ
  • ||
  • କଟକ ମାତୃଭବନ ନିକଟ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସଡ୍ରେନ୍ ପାଚେରୀ
  • ||
  • ପାଟଣା : ହାତୀଠାରୁ ବଞ୍ଚିବା ବେଳେ ନିଆଁରେ ପଡ଼ିଗଲେ ମହିଳା, ଚାଲିଗଲା ଜୀବନ
  • ||
  • ବର୍ଡର-ଗାଭାସ୍କର ଟ୍ରଫି ; ଭାରତର WTC ଆଶା ଧୂଳିସାତ୍ , ୩-୧ରେ ସିରିଜ ସିଲ କଲା ଅଷ୍ଟ୍ରେଲିଆ
  • ||
  • ଛତିଶଗଡ଼ରେ ବଡ଼ ଏନକାଉଣ୍ଟର: ଟଳିଲେ ୪ ନକ୍ସଲ, ଜଣେ କନଷ୍ଟେବଳ ସହିଦ
  • ||
  • ଆଫଗାନିସ୍ତାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୩ ରେକର୍ଡ
  • ||
  • ଆଜି ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜନଜାତି ଶିକ୍ଷାର୍ଥୀଙ୍କ ଖାତାକୁ ଯିବ ୫ ହଜାର ଟଙ୍କା
  • ||
  • ପିକିନିକ ସାରି ଫେରୁଥିଲେ ; ଅଟୋକୁ ଧକ୍କା ଦେଲା ଟ୍ରକ୍ , ଚାଲିଗଲା ୪ ଜୀବନ
  • ||
  • ଆଜିଠୁ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା: ଖୋଲିବ ୧୪୭ ଷ୍ଟଲ୍‌
  • ||
  • ବରଗଡ଼ ଧନୁଯାତ୍ରା ଦ୍ୱିତୀୟ ଦିବସ: କାରାଗାରରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଲେ ଶ୍ରୀକୃଷ୍ଣ
  • ||
  • ବଲାଙ୍ଗୀର : ବାଇକ୍‌କୁ ପିଟିଲା ଟ୍ରକ୍‌: ଜଣେ ମୃତ, ଦୁଇ ଗୁରୁତର
  • ||
  • ଶ୍ରୀମନ୍ଦିର ଉପରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
  • ||
  • ଦୁଲୁକିଲା ମାଷ୍ଟରକ୍ୟାଣ୍ଟିନରୁ ରାମମନ୍ଦିର, ଶୀତୁଆ ସକାଳରେ ପଥୋତ୍ସବର ମଜା ନେଲେ ରାଜଧାନୀବାସୀ
  • ||

‘ଆପ୍‌’କୁ ବିପର୍ଯ୍ୟୟ ବୋଲି କହିଲେ ମୋଦୀ, ପାଲଟା ଜବାବ ଦେଲେ କେଜ୍ରିଓ୍ବାଲ

Published By : Tapas Panda | January 3, 2025 5:39 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦାମୀ ପାର୍ଟିକୁ ଜୋରଦାର ଟାର୍ଗେଟ କରିଛନ୍ତି । ପିଏମ୍ ମୋଦୀ ଆମ୍ ଆଦମୀ ପାର୍ଟିକୁ 'ଆପଦା' (ବିପର୍ଯ୍ୟୟ) ବୋଲି କହିଛନ୍ତି । ଏହାସହ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ କଟ୍ଟର ବେଇମାନ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ମଦ ଦୋକାନରୁ ଆରମ୍ଭ କରି ବରିଷ୍ଠଙ୍କ ଚିକିତ୍ସା ଯାଏ ସବୁଥିରେ ଦୁର୍ନୀତି କରିଛନ୍ତି । ଏପରିକି ପିଲାଙ୍କ ଶିକ୍ଷା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଯେଉଁ ଟଙ୍କା ମିଳିଛି, ସେଥିରୁ ଅଧା ବି ଶିକ୍ଷାରେ ଖର୍ଚ୍ଚ କରିନାହାନ୍ତି । 

ଆପ୍‌ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ସଙ୍ଗୀନ ଅଭିଯୋଗ ଆଣିବା ପରେ ଦଳ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପାଲଟା ଜବାବ ମଧ୍ୟ ଦେଇଛନ୍ତି । ଦିଲ୍ଲୀରେ ବିପର୍ଯ୍ୟୟ ଆସିନାହିଁ ବିଜେପିରେ ଆସିଛି ବୋଲି ସେ କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀ ପାଇଁ କିଛି କରିନାହାନ୍ତି । କେଜ୍ରିଓ୍ବାଲ କହିଛନ୍ତି, ଦିଲ୍ଲୀ ଲାଗି ବିଜେପି ପାଖରେ କେହି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି । ଅନ୍ୟ ଏକ ବିପଦ ହେଉଛି, ବିଜେପି ପାଖରେ ନିର୍ବାଚନ ଲଢ଼ିବାକୁ କୌଣସି ନେରେଟିଭ୍‌ ନାହିଁ । ଦିଲ୍ଲୀରେ ଯେଉଁ ଆପ୍‌ଦା ଆସିଛି ତାହା ଦିଲ୍ଲୀବାସୀଙ୍କ ସୁରକ୍ଷା ପାଇଁ ବୋଲି ସେ କହିଛନ୍ତି । 

ସେହିଭଳି ଆପ୍‌ ନେତା ସୌରଭ ଭରଦ୍ବାଜ ମଧ୍ୟ ମୋଦୀଙ୍କ ମନ୍ତବ୍ୟ ବିରୋଧରେ ଜବାବ ରଖିଛନ୍ତି ।  ସେ କହିଛନ୍ତି, ଦିଲ୍ଲୀର ଅଧାରୁ ଅଧିକ ଅଂଶ କେନ୍ଦ୍ର ପାଖରେ ରହିଛି । ସେମାନେ କରିଛନ୍ତି କଣ ?  ଦିଲ୍ଲୀର ସ୍ଥିତି ଏବେ ଖରାପ ହୋଇପଡ଼ିଛି ଏବଂ ଏଥିପାଇଁ କେନ୍ଦ୍ରର ବିଜେପି ସରକାର ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି । 

ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଦିଲ୍ଲୀକୁ ୪୫୦୦ କୋଟି ଟଙ୍କା ଭେଟି ଦେଇଛନ୍ତି । ଏହି ଅବସରରେ ସେ କେନ୍ଦ୍ରଶାସିତ ପ୍ରଦେଶରେ କ୍ଷମତାରେ ଥିବା ଆମ୍ ଆଦାମୀ ପାର୍ଟି ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି, ‘ଏମାନେ (ଆପ୍‌) ଖୋଲାଖାଲି ଦୁର୍ନୀତି କରୁଛନ୍ତି ଏବଂ ପରେ ଏହାର ମହିମାମଣ୍ଡନ ବି କରୁଛନ୍ତି । ଚୋରି ଉପରେ ସିନାଜୋରି । ଦିଲ୍ଲୀବାସୀ ଏବେ ଏହି ଆପ୍-ଦା ବିରୋଧରେ ଲଢେଇ କରିବା ଆରମ୍ଭ କରିଛନ୍ତି । ଦିଲ୍ଲୀର ଭୋଟର, ଦିଲ୍ଲୀକୁ ଆପ୍-ଦା ମୁକ୍ତ କରିବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି ।' ସେପଟେ ମୋଦୀଙ୍କ ଏହି ଆକ୍ରମଣ ପରେ ଆପ୍‌ ନେତାମାନେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । 

  • Narendra Modi
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.