ପ୍ରମୂଖ ଖବର
  • ନରସିଂହପୁର ଉପରକଟା ପୁରୁଣାପାଣି ଜଙ୍ଗଲରୁ ହାତୀ ମୃତଦେହ ଉଦ୍ଧାର
  • ||
  • ବାଜିଲା ନିର୍ବାଚନୀ ବିଗୁଲ, ଆସନ୍ତା ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ; ୮ରେ ଗଣତି
  • ||
  • ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ,ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ପହଞ୍ଚିବା ପରେ ପର୍ବ ପାଳିତ
  • ||
  • ନେପାଳରେ ୭.୧ ତ୍ରୀବତାର ଭୂକମ୍ପ, ଥରିଲା ଉତ୍ତର ଭାରତ
  • ||
  • ବରଗଡ଼ ଧନୁଯାତ୍ରା ଚତୁର୍ଥ ଦିବସ: ଗୋପ କୃଷ୍ଣମୟ, ମଥୁରାରେ କଂସ ଭୟ
  • ||
  • ବୁଧବାରଠୁ ପ୍ରବାସୀ ଭାରତୀୟ ଦିବସ ମହାକୁମ୍ଭ, ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ସହରରେ ଟ୍ରାଫିକ୍ କଟକଣା
  • ||

ମୁମ୍ବାଇରେ ଆଉ ଗଡ଼ିବନି ଐତିହାସିକ ‘ଡବଲ୍‌-ଡେକର’ ଟ୍ରେନ୍‌, ଦୁଇ ଦଶନ୍ଧୀ ପରେ ନେଲା ବିଦାୟ

Published By : Tapas Panda | January 5, 2025 9:06 PM

Image Courtesy: Social Media

ମୁମ୍ବାଇ: ୨୦ ବର୍ଷରୁ ଅଧିକ ସମୟ ଧରି ସେବା ଦେଇଆସିଥିବା ଏସି ବିହୀନ ଡବଲ- ଡେକର ଟ୍ରେନ ବିଦାୟ ନେଇଛି । ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆଉ ଦେଖିବାକୁ ମିଳିବନି ଡବଲ୍‌ ଡେକର ଟ୍ରେନ୍‌ । ପଶ୍ଚିମ ରେଳର ଏହି ଟ୍ରେନ ୪ ଜାନୁଆରୀରେ ଶେଷ ଯାତ୍ରା କରିଥିଲା । ଏହା ସହିତ ଭାରତୀୟ ରେଳରେ ଡବଲ ଡେକର ଟ୍ରେନର ଯୁଗର ସମାପ୍ତ ହୋଇଛି । ପଶ୍ଚିମ ରେଳବାଇର ଅଧିକାରୀଙ୍କ ଅନୁସାରେ, ଜାନୁଆରୀ ୪, ୨୦୨୫ ପର୍ଯ୍ୟନ୍ତ ନିଜର ନିୟମିତ ସମୟ ଅନୁସାରେ ଏହି ଟ୍ରେନ ସେବା ଦେଇ ଯାତ୍ରା ସମାପ୍ତ କରିଛି। 

ଏହି ଟ୍ରେନର ସ୍ଥାନ ନେଇଛି ୨୨ଟି କୋଚ୍‌ ଥିବା ଏକ ପାରମ୍ପରିକ ଆଇସିଏଫ ଟ୍ରେନ୍‌ ।  ଶନିବାର ଶେଷ ଥର ସେବା ଦେଇଥିବା ଡବଲ ଡେକର ଟ୍ରେନର ରିଟାୟାରମେଣ୍ଟ ଦିନ ସମସ୍ତ ରେଳ କର୍ମଚାରୀ ଉପସ୍ଥିତ ଥିଲେ ଓ ଏହି ଟ୍ରେନକୁ ଶେଷ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଜନୈକ ଅଧିକାରୀଙ୍କ ଅନୁସାରେ ନୂଆ ଆଇସିଏଫ ରାକରେ ସିଟିଂ ବ୍ୟବସ୍ଥା ସହିତ ଉପର ବର୍ଥ ସୁବିଧା ମଧ୍ୟ ରହିବ । ଖାସ କଥା ହେଉଛି ଆଇସିଏଫ ରାକ୍ ଡବଲ ଡେକର ଟ୍ରେନ ଭଳି ସମାନ ସୁବିଧା ପ୍ରଦାନ କରିବ । 

ଡବଲ ଡେକର କୋଚ୍‌ରେ ୧୩୬ ଜଣ ଯାତ୍ରୀଙ୍କ ବସିବା ସୁବିଧା ଥିଲା। ଏହା ସହିତ କରିଡର ଓ ଟ୍ରେନର ଦ୍ବାର ପାଖକୁ ମିଶାଇ ଏଥିରେ ୨୫୦ରୁ ୨୬୦ ଯାତ୍ରୀ ଯାତ୍ରା କରିପାରୁଥିଲେ। ନୂଆ ଆଇସିଏଫ ଜେନେରାଲ କୋଚରେ ବସିବା ପାଇଁ ୧୦୦ ସିଟ୍ ରହିଛି ଉପର ବର୍ଥ ମିସାଇଲେ ଆଉ ୬୦ ଯାତ୍ରୀଙ୍କ ପାଇଁ ସ୍ଥାନ ହୋଇଯାଉଛି । ଏଥିରେ ଛିଡା ହୋଇ ଯାତ୍ରା କରୁଥିବା ଯାତ୍ରୀଙ୍କ ସଂଖ୍ୟା ମିଶାଇଲେ ପାଖାପାଖି ୨୫୦ ଯାତ୍ରୀ ଯାତ୍ରା କରିପାରୁଛନ୍ତି। ଟ୍ରେନରେ ଯେପରି ଯାତ୍ରା କରିବାକୁ ଅସୁବିଧା ନ ହୁଏ ସେଥି ପାଇଁ ରେଳବାଇ ଅତିରିକ୍ତ ୪ଟି କୋଚ୍ ଯୋଡିବାକୁ ଯୋଜନା କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.