ପ୍ରମୂଖ ଖବର
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ନେପାଳରେ ୭.୧ ତୀବ୍ରତା ଭୂକମ୍ପ, ଥରିଲା ଉତ୍ତର ଭାରତ

Published By : Ankita S | January 7, 2025 8:19 AM

ନୂଆଦିଲ୍ଲୀ,୦୭/୦୧: ଭୂକମ୍ପ ଝଟକାରେ ଥରିଲା ଉତ୍ତର ଭାରତ। ନେପାଳରେ ଭୂକମ୍ପ ଥରିଲା ଭାରତ । ନେପାଳ ସମେତ ଭାରତର କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି । ନେପାଳରେ ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୭.୧ ତୀବ୍ରତା ରେକର୍ଡ ହୋଇଛି । ବିହାର, ଆସାମ, ଦିଲ୍ଲୀ ଏନସିଆର ସମେତ କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଆଜି (ମଙ୍ଗଳବାର) ସକାଳୁ ସକାଳୁ ନେପାଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୭.୧ ରେକର୍ଡ ହୋଇଛି । ନେପାଳ ଲୋବୁଚେ ଭୂକମ୍ପର କେନ୍ଦ୍ରସ୍ଥଳ । ଭୂକମ୍ପର ଗଭୀରତା ୯୩ କିମି ରହିଛି । ଭୂକମ୍ପ ସମୟରେ ଘର ଦୋହଲିବାକୁ ଲାଗିଥିଲା । ଆବାସ ପତ୍ର ଖସି ପଡିଥିଲା । ଏହିସମୟର ଭିଡିଓ ସାମ୍ନାକୁ ଆସିଛି । ତେବେ ଭୂକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଭୂକମ୍ପ ସମୟରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଦୌଡି ଚାଲି ଆସିଥିଲେ । ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

କାଠମାଣ୍ଡୁର ଜଣେ ବାସିନ୍ଦା ମୀରା ଅଧିକାରୀ କହିଛନ୍ତି, ଭୂକମ୍ପ ସମୟରେ ମୁଁ ଶୋଇଥିଲି । ଖଟ ଦୋହଲି ବାକୁ ଲାଗିଥିଲା । ମୁଁ ଭାବିଲି ମୋ ପିଲା ଖଟକୁ ଠେଲୁଛନ୍ତି । ମୁଁ ଏତେ ଗୁରୁତ୍ବ ଦେଇନଥିଲି । ମାତ୍ର ଝରକା କବାଟ ଦୋହଲିବାକୁ ଲାଗିଥିଲା । ଏହା ଦେଖିବା ପରେ  ଭୂକମ୍ପ ବୋଲି ଜାଣିଥିଲି । ଏହାପରେ ପିଲାଙ୍କୁ ନେଇ ମୁଁ ଘର ବାହାରକୁ ଚାଲିଯାଇଥିଲି । ଖୋଲା ସ୍ଥାନକୁ ଚାଲି ଆସିଥିଲି ।

ନେପାଳରେ ହୋଇଥିବା ଭୂକମ୍ପ ପ୍ରଭାବ ଉତ୍ତରଭାରତରେ ପଡିଛି । ଦେଶର ବଭିନ୍ନ ରାଜ୍ୟରେ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ନେପାଳ ବର୍ଡର ନିକଟ ତିବତ କୁହାଯାଉଛି । ବିହାର, ଆସାମ ଓ ଦିଲ୍ଲୀ ଏନସିଆରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଭୂକମ୍ପ ହୋଇଛି । ବିହାରର ପାଟନା ସମେତ ଅନେକ ଜିଲ୍ଲାରେ ଭୂକମ୍ପରେ ଥରି ଉଠିଥିଲା । ତୀବ୍ରତା ୫.୧ ରେକର୍ଡ ହୋଇଛି । ପଶ୍ଚିମ ବଙ୍ଗରେ ୧୫ ସେକେଣ୍ଡ ଯାଏ ଭୂକମ୍ପ ହୋଇଥିଲା । ପୃଥିବୀ ସାତଟି ଟେକ୍ନକିନ ପ୍ଲେଟରୁ ତିଆରି ହୋଇଛି । ଏହି ପ୍ଲେଟ ଲଗାତାର ତାର ସ୍ଥାନରେ ଘୁରି ରହିଥାଏ । କେବେ ପ୍ଲେଟ ମଝିରେ ଘର୍ଷଣ ହୋଇଥାଏ ଫଳରେ ଭୂକମ୍ପ ଅନୁଭୂତ ହୋଇଥାଏ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.