ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

୧୬ କୋଟି ୬୦ ଲକ୍ଷ ବର୍ଷ ତଳର ୨୦୦ ଡାଇନୋସରଙ୍କ ପାଦଚିହ୍ନ ଠାବ, ଦୀର୍ଘତମ ମାର୍ଗର ଲମ୍ବ ୧୫୦ ମିଟରରୁ ଅଧିକ

Published By : Prameya | January 7, 2025 5:31 PM

ନୂଆଦିଲ୍ଲୀ, ୭।୧: ବ୍ରିଟିଶ ଗବେଷକଙ୍କୁ ମିଳିଲା ଡାଇନୋସରଙ୍କ ପାଦଚିହ୍ନ । ପାଖାପାଖି ୨୦୦ ଡାଇନୋସରଙ୍କ ପାଦଚିହ୍ନ ମିଳିଥିବା ବେଳେ ଏହା ୧୬୬ ମିଲିୟନ ବର୍ଷ ତଳର ବୋଲି ଜଣାପଡ଼ିଛି । ଏହାକୁ ସେମାନେ ବ୍ରିଟେନର ସବୁଠୁ ବଡ଼ ଡାଇନୋସର ବିଚରଣ ସ୍ଥଳୀ ବୋଲି କହିଛନ୍ତି । ଅକ୍ସଫୋର୍ଡ ଓ ବର୍ମିଂଘମ୍‌ ବିଶ୍ୱବିଦ୍ୟାଳୟର ଗବେଷକ ଟିମ୍‌ କେନ୍ଦ୍ରୀୟ ଇଂଲଣ୍ଡର ଅକ୍ସଫୋର୍ଡଶାୟର ସ୍ଥିତ ଏକ ଖଣିରେ ଏହି ଚମତ୍କାର କ୍ଷେତ୍ର ଆବିଷ୍କାର କରିଛନ୍ତି । ସେଠାରେ ଖଣିର ଜଣେ କର୍ମୀ ଏକ ଖନନ ମେସିନ୍‌ରେ ମାଟି ହଟାଇବା ସମୟରେ ଅନେକ ଅସାଧାରଣ କୁଦ ସଂସ୍ପର୍ଶରେ ଆସିଥିଲେ । ତା’ପରେ ଏହି ରହସ୍ୟ ଜଣାପଡ଼ିଥିଲା । ଏଥିମଧ୍ୟରୁ ଦୀର୍ଘତମ ମାର୍ଗର ଲମ୍ବ ୧୫୦ ମିଟରରୁ ଅଧିକ । ୫ଟି ମାର୍ଗରୁ ୪ଟି ଲମ୍ବାବେକଯୁକ୍ତ ତୃଣଭୋଜୀ ଡାଇନୋସରଙ୍କ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି । ଏମାନେ ସେଟିଓସରସ୍‌ ଥିଲେ ବୋଲି ଅନୁମାନ କରାଯାଉଛି । 

ବର୍ମିଂଘମ୍‌ ବିଶ୍ୱବିଦ୍ୟାଳୟ ଅନୁସାରେ, ୫ମ ମାର୍ଗର ଲମ୍ବ ୯ ମିଟର । ଏହି ରାସ୍ତାକୁ ମାଂସାଶୀ ମେଗାଲୋସରସ୍‌ ଡାଇନୋସର ପ୍ରସ୍ତୁତ କରିଥାଇପାରନ୍ତି । ୩ ଆଙ୍ଗୁଳିଯୁକ୍ତ ପାଦ ଓ ପଞ୍ଝା ପାଇଁ ଏହି ପ୍ରଜାତି ସ୍ୱତନ୍ତ୍ର । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ମ୍ୟୁଜିୟମ୍‌ ଅଫ୍‌ ନାଚୁରାଲ ହିଷ୍ଟ୍ରୀର ଏମ୍ମା ନିକୋଲ୍‌ସ କହିଛନ୍ତି, ଗୋଟିଏ ସ୍ଥାନରେ ଅସଂଖ୍ୟ ଡାଇନୋସର ପଦଚିହ୍ନ ମିଳିବା ବିରଳ ଘଟଣା । ଏଭଳି ବିସ୍ତୃତ ମାର୍ଗ ମିଳିବା ମଧ୍ୟ ଅତ୍ୟନ୍ତ ବିରଳ । ଏହି କ୍ଷେତ୍ର ବିଶ୍ୱର ଅନ୍ୟତମ ସବୁଠୁ ବଡ଼ ଡାଇନୋସର ବିଚରଣ ମାର୍ଗ ହୋଇପାରେ ବୋଲି ସେ କହିଛନ୍ତି । ଆସନ୍ତା ୮ ତାରିଖରେ ଏହି ଆବିଷ୍କାର ବିବିସି ଟେଲିଭିଜନ୍‌ ଡକ୍ୟୁମେଣ୍ଟାରୀ ‘ଡିଗିଂ ଫର୍‌ ବ୍ରିଟେନ’ରେ ପ୍ରସାରିତ ହେବ । ଗତ ଜୁନ୍‌ ମାସରେ ଅକ୍ସଫୋର୍ଡ ଓ ବର୍ମିଂଘମ୍‌ ବିଶ୍ୱବିଦ୍ୟାଳୟର ୧୦୦ ଜଣିଆ ଏକ ଟିମ୍‌ ଏହି ଡାଇନୋସର ମାର୍ଗଗୁଡ଼ିକୁ ଖନନ କରିଥିଲେ । ଏହି ଆବିଷ୍କାର ପୂର୍ବରୁ ୧୯୯୭ ମସିହାରେ ଉକ୍ତ ସ୍ଥାନରେ ଚୂନପଥର ଖଣି ଖନନ ବେଳେ ୪୦ ଯୋଡ଼ା ପଦଚିହ୍ନ ଆବିଷ୍କୃତ ହୋଇଥିଲା । ଏଥିସହ ଡାଇନୋସରଙ୍କ ମାର୍ଗ ମଧ୍ୟ ମିଳିଥିଲା । କିଛି ମାର୍ଗ ୧୮୦ ମିଟର ପର୍ଯ୍ୟନ୍ତ ଲମ୍ବିଥିଲା । 

କହିରଖୁ କି, ଗବେଷକମାନେ ଏହି ପଦଚିହ୍ନଗୁଡ଼ିକର ୨୦ ହଜାର ଫଟୋ ଉଠାଇଥିଲେ । ଆକାଶରୁ ଡ୍ରୋନ୍‌ ଫଟୋଗ୍ରାଫି ଜରିଆରେ ଉକ୍ତ କ୍ଷେତ୍ରର ଏକ ସବିଶେଷ ୩ଡି ମଡେଲ ପ୍ରସ୍ତୁତ କରିଥିଲେ । ଡାଇନୋସର କେମିତି ପରସ୍ପର ମଧ୍ୟରେ ସମ୍ପର୍କ ରଖୁଥିଲେ, ଏହି ଆବିଷ୍କାର ତା’ର ସଙ୍କେତ ପ୍ରଦାନ କରିବ । ସେମାନଙ୍କ ଆକାର ଓ ବେଗ ବିଷୟରେ ମଧ୍ୟ ଜଣାପଡ଼ିବ ବୋଲି ବୈଜ୍ଞାନିକମାନେ ଆଶାବାଦୀ । ବର୍ମିଂଘମ୍‌ ବିଶ୍ୱବିଦ୍ୟାଳୟର ଜୀବାଶ୍ମବିଜ୍ଞାନୀ ରିଚାର୍ଡ ବଟଲରଙ୍କ ଅନୁସାରେ, ପାଣିପାଗ ଏକ କାରଣ ହୋଇପାରେ, ଯାହା ପାଇଁ ଡାଇନୋସରଙ୍କ ମାର୍ଗ ଏତେ ଭଲଭାବେ ସଂରକ୍ଷିତ ରହିଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.