ପ୍ରମୂଖ ଖବର
  • ମାଲକାନଗିରିରେ ବଡ଼ ଧରଣର ଚୋରି, କାନ୍ଥ ଭାଙ୍ଗି ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋବାଇଲ୍‌ ନେଇଗଲେ ଲୁଟେରା
  • ||
  • ରାଜଧାନୀରେ ହତ୍ୟା ଘଟଣା: ୩ ଜଣଙ୍କୁ ଅଟକ ରଖି ଜେରା କରୁଛି ପୋଲିସ
  • ||
  • ରାଜଧାନୀରେ ହତ୍ୟା ଘଟଣା: ଦୋଷୀଙ୍କୁ ନିଶ୍ଚିତ ଧରାଯିବ ବୋଲି କହିଲେ ଆଇନ୍‌ମନ୍ତ୍ରୀ
  • ||
  • ବୈପାରିଗୁଡ଼ା : ଆମଟିଗୁଡା ହତ୍ୟା ମାମଲା, ୫ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ରାଜଧାନୀରେ ଚାଞ୍ଚଲ୍ୟ: ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ, ଏସ୍ ସୋମନାଥଙ୍କ ସ୍ଥାନରେ ନିଯୁକ୍ତି
  • ||
  • ଆଗକୁ ବଢିବ ରାତି ତାପମାତ୍ରା, ଆହୁରି କମିବ ଶୀତ
  • ||
  • ରାଜ୍ୟରେ ବାର୍ଡ-ଫ୍ଲୁ ଭୟ, ଜନସ୍ୱାସ୍ଥ୍ୟ ବିଭାଗର ସ୍ଥିତି ସମୀକ୍ଷା
  • ||

ଅଳ୍ପକେ ଟଳିଲା ଆଉ ଏକ ବିମାନ ଦୁର୍ଘଟଣା; ଉଜବେକିସ୍ତାନ ଯାଉଥିବା ଋଷିୟ ବିମାନ କଲା ଜରୁରି ଅବତରଣ

Published By : Bijay Swain | January 7, 2025 9:41 PM

Image courtesy: indiatoday

ନୂଆଦିଲ୍ଲୀ: ଋଷିୟ ଏୟାରଲାଇନ୍ସ ସଂସ୍ଥା ଉତଏୟାରର ଏକ ବିମାନ ମଙ୍ଗଳବାର ମସ୍କୋର ଭ୍ନୁକୋଭୋ ଏୟାରପୋର୍ଟରେ ଜରୁରି ଅବତରଣ କରିଛି। ଏନେଇ ଋଷିଆର ଖବର ସରବରାହ ସଂସ୍ଥା ଆରଆଇଏ ଖବର ପ୍ରକାଶ କରିଛି। 

ସୁଚନା ମୁତାବକ, ଏକ ବୋଇଂ ୭୩୭ ବିମାନ ମୋଟ ୧୭୩ ଜଣ ଯାତ୍ରୀଙ୍କୁ ନେଇ ସେଣ୍ଟ ପିଟର୍ସବର୍ଗରୁ ଉଜବେକିସ୍ତାନର ସମରକନ୍ଦ ଅଭିମୁଖେ ଯାତ୍ରା କରୁଥିଲା। ବିମାନଟି ଆକାଶପଥରେ ଉଡୁଥିବା ସମୟରେ ବିମାନର ଷ୍ଟାବିଲାଇଜରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ତେଣୁ ବିମାନଟିକୁ ନିକଟରେ ଥିବା ଭ୍ନୁକୋଭୋ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଜରୁରି ଅବତରଣ କରାଯାଇଥିଲା ବୋଲି ଆରଆଇଏ ଖବର ପ୍ରକାଶ କରିଛି। 

ଏହି ଦୁର୍ଘଟଣାରେ ବିମାନର ସମସ୍ତ ଯାତ୍ରୀଙ୍କ ସମେତ ସମସ୍ତ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। 

ବିମାନ ଯାତ୍ରା ଚାହିଦା ପୂରଣ କରିବା ପାଇଁ ଋଷ ପାଖରେ ବର୍ତ୍ତମାନ ପର୍ଯ୍ୟାପ୍ତ ବିମାନ ନାହିଁ । ଋଷ ୟୁକ୍ରେନ ଯୁଦ୍ଧ ପାଇଁ ପାଶ୍ଚାତ୍ୟ ଦେଶ ଗୁଡିକ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଯାତ୍ରୀ ମାନଙ୍କୁ ଉପଯୁକ୍ତ ବିମାନ ସେବା ଯୋଗାଇ ପାରୁନାହିଁ ଋଷ। ଏଣୁ ବାଧ୍ୟ ହେଇ ଋଷିଆ ଗୋଟିଏ ଗୋଟିଏ ବିମାନକୁ ଏକାଧିକ ଗନ୍ତବ୍ୟସ୍ଥଳକୁ ପଠାଉଛି। ଏହି ପରିପ୍ରେକ୍ଷିରେ ଏହି ବିମାନରେ ରକ୍ଷଣାବେକ୍ଷଣ ଅଭାବରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି ବୋଲି ଆରଆଇଏ ପ୍ରକାଶ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.