ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଭାରତରେ ରହିବେ ଶେଖ୍‌ ହାସିନା; ପ୍ରତ୍ୟର୍ପଣ ଦାବି ଭିତରେ ଭାରତ ସରକାରଙ୍କର ବଡ଼ ନିଷ୍ପତ୍ତି

Published By : Prameya | January 8, 2025 2:04 PM

ନୂଆଦିଲ୍ଲୀ,୦୮/୦୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ। ଭାରତ ସରକାରଙ୍କ ବାଂଲାଦେଶ ସରକାରଙ୍କୁ ଏକ ପରୋକ୍ଷ ବାର୍ତ୍ତାରେ ଏହି ପ୍ରସଙ୍ଗରେ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପାସପୋର୍ଟ ବାତିଲ ହେବା ସତ୍ତ୍ୱେ ଭାରତ ସରକାର ବି ଶେଖ ହସିନାଙ୍କ ଭିସା ବୃଦ୍ଧି କରିଛନ୍ତି। ଶେଖ ହସିନାଙ୍କୁ ଭାରତରେ ରହିବା ପାଇଁ ଗୃହ ମନ୍ତ୍ରଣାଳୟ ଭିସା ଅବଧି ବୃଦ୍ଧି କରିଛି।

ଶିଖ ହାସିନା ଅଗଷ୍ଟ ୫ ତାରିଖରେ ଢାକା ଛାଡିଥିଲେ। ତେବେ ତାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ସରକାର ଦାବି ରଖୁଥିବା ବେଳେ ଭାରତ ସରକାର ବାଂଲାଦେଶ ସରକାରଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ହାସିନାଙ୍କ ଭିସା ଅବଧି ବୃଦ୍ଧି କରିଥିଲେ। ଏଭଳି ପରିସ୍ଥିତିରେ ଭାରତ ନେଇଥିବା ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ମହମ୍ମଦ ୟୁନୁସଙ୍କ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାସପୋର୍ଟକୁ ବାତିଲ କରି ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ବାଂଲାଦେଶକୁ ଭାରତ ସରକାରଙ୍କ କଡ଼ା ଜବାବ: 

ପ୍ରତ୍ୟର୍ପଣ ଦାବି ମଧ୍ୟରେ ଭାରତ ଶେଖ ହାସିନାଙ୍କ ଭିସା ଅବଧୀ ବଢ଼ାଇ ବାଂଲାଦେଶ ସରକାରଙ୍କୁ ଉଚିତ ଜବାବ ଦେଇଛି ଏବଂ ବର୍ତ୍ତମାନ ତାଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବାଂଲାଦେଶ ସରକାର ଡିସେମ୍ବର ମାସରେ ଭାରତକୁ ଏକ ନୋଟ୍ ପଠାଇ ବାଂଲାଦେଶକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରିଥିଲେ। ଭାରତର ଏହି ନିଷ୍ପତ୍ତି ପରେ ବାଂଲାଦେଶ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନେବାକୁ ଯାଉଛି ଏବେ ତାହା ଉପରେ ନଜର।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.