ପ୍ରମୂଖ ଖବର
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଶତାଧିକ ଆହତ

Published By : Prameya | January 9, 2025 8:42 AM

ୱାଶିଂଟନ,୦୯/୦୧: ଆମେରିକାର କାଲିଫର୍ଣ୍ଣିଆ  ପ୍ରଦେଶରେ ଲସ୍‌ ଏଞ୍ଜେଲ୍‌ସ ନିକଟସ୍ଥ ୩ଟି ଜଙ୍ଗଲରେ  ଭୟଙ୍କର ନିଆଁ ଲାଗିଛି । ଏହା କ୍ରମେ ଦ୍ରୁତ ଗତିରେ  ସହର ଅଭିମୁଖେ ବ୍ୟାପିବାରେ ଲାଗିଛି । ୪୮ ଘଣ୍ଟାରେ  ଜଙ୍ଗଲ ନିଆଁ ଯୋଗୁ ୫ ଜଣ ପ୍ରାଣ ହରାଇଥିବା  ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ନିଆଁ  କବଳକୁ ହଜାର ହଜାର ଘର ଆସିବାରୁ ପ୍ରାୟ ଲକ୍ଷେ ଲୋକ ଘର ଛାଡ଼ିଛନ୍ତି । ଲସ୍‌ ଏଞ୍ଜେଲ୍‌ସର ପ୍ୟାସିଫିକ ପ୍ୟାଲିସେଡ୍‌ସ ଅଞ୍ଚଳରେ ଅନେକ ଘର  ଆଖି ପିଛୁଳାକେ ପୋଡ଼ି ପାଉଁଶ ହୋଇଯାଇଛି । ଅନେକ  ଯାନବାହନ ପୋଡ଼ିଯାଇଛି । ଅଚାନକ ଟ୍ରାଫିକ ଜାମ୍‌ ସ୍ଥିତି  ଉପୁଜିବାରୁ ଲୋକେ ନିଜ ଗାଡ଼ି ଛାଡ଼ି ଜୀବନ ବିକଳରେ  ଦୌଡ଼ି ପଳାଉଛନ୍ତି । ବୃହତ ସଂଖ୍ୟାରେ ଲୋକମାନେ ଏକାବେଳକେ ଘର ଛାଡ଼ିବା ଯୋଗୁ ଟ୍ରାଫିକ ସମସ୍ୟା  ଦେଖାଦେଇଛି । ୩ ହଜାର ଏକରରେ ନିଆଁ ବ୍ୟାପିଛି ।  ପ୍ରତି ୫ ମିନିଟ୍‌ରେ ଗୋଟିଏ ଫୁଟବଲ ପଡ଼ିଆ ଆକୃତିର  ଅଞ୍ଚଳ ଜଳିଯାଉଛି । ଜଙ୍ଗଲ ନିଆକୁ ଆୟତ୍ତ କରିବାକୁ ଉଦ୍ଧାରକାରୀ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଆକାଶ ମାର୍ଗରୁ ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି। ବଡ଼ ବଡ଼ ହେଲିକପ୍ଟରେ ପାଣି ପକାଯାଉଛି। 

 ୱାଶିଂଟନ ପୋଷ୍ଟର ଜଣେ ବରିଷ୍ଠ  ସାମ୍ବାଦିକ କହିଛନ୍ତି, ମୁଁ ୨୦୧୭ରୁ ବାରମ୍ବାର ଜଙ୍ଗଲରେ  ନିଆଁ ଲାଗୁଥିବା ନେଇ ରିପୋର୍ଟ କରୁଛି । କିନ୍ତୁ ଏଭଳି  ଭୟାବହ ଅଗ୍ନିକାଣ୍ଡ ଦେଖି ନ ଥିଲି । ଏହା ଅଟକିବା ନାଁ  ଧରୁନାହିଁ । ପ୍ୟାସିଫିକ ପ୍ୟାଲିସେଡ୍‌ସରେ ଲାଗିଥିବା  ନିଆଁ ସବୁଠୁ ଭୟଙ୍କର ରୂପ ନେଇଛି । କେତେକ  ସ୍ଥାନରେ ଲୋକମାନେ ଘରଦ୍ୱାର ଛାଡ଼ି ସମୁଦ୍ର କୂଳକୁ  ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି  କାଲିଫର୍ଣ୍ଣିଆ ଗଭର୍ନର ଗେଭିନ୍‌ ନ୍ୟୁସମ ଜରୁରି  ପରିସ୍ଥିତି ଘୋଷଣା କରିଛନ୍ତି।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.