ପ୍ରମୂଖ ଖବର
  • ଜୁନାଗଡ଼ ; ଟାୟାର ଫାଟି ଜଳିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଟ୍ରମ୍ପଙ୍କୁ ମେକ୍ସିକାନ୍ ଲେଡି ପ୍ରେସିଡେଣ୍ଟ୍‌ଙ୍କ ମୁହଁତୋଡ଼ ଜବାବ, ମେକ୍ସିକାନ୍ ଆମେରିକା ମ୍ୟାପ୍ ଦେଖାଇ କଲେ କଟାକ୍ଷ

Published By : Prameya | January 9, 2025 9:35 AM

ନୂଆଦିଲ୍ଲୀ, ୦୯/୦୧ : ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ବିସ୍ତାରବାଦୀ ନୀତିକୁ ଓହ୍ଲାଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ କେତେବେଳେ ଆମେରିକା ସହ କାନାଡ଼ାର ବିଲୟ କଥା କହୁଛନ୍ତି ତ ଆଉ କେତେବେଳେ ପାନାମା ଓ ଗ୍ରୀନଲ୍ୟାଣ୍ଡକୁ କବ୍‌ଜା କରିବା କଥା କହୁଛନ୍ତି। ନିକଟରେ ସେ ଗଲ୍ଫ ଅଫ୍ ମେକ୍ସିକୋକୁ ଗଲ୍ଫ ଅଫ୍ ଆମେରିକା କହି ବିବାଦ ଘେରକୁ ଆସିଛନ୍ତି। ଏବେ ମେକ୍ସିକୋର ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାଷାରେ ତାଙ୍କୁ ଜବାବ ଦେଇଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ ଅଫ୍ ଆମେରିକାକୁ ମେକ୍ସିକାନ୍ ଆମେରିକା କୁହାଯିବା ଉଚିତ୍ ବୋଲି ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କଟାକ୍ଷ କରିଛନ୍ତି। 

କ୍ଲାଉଡିଆ ପ୍ରେସ୍ କନଫରେନ୍ସରେ ଏକ ଗ୍ଲୋବାଲ୍ ମ୍ୟାପ୍ ଜାରି କରିଛନ୍ତି। ଏହି ମ୍ୟାପ୍‌ରେ ଆମେରିକାକୁ ମେକ୍ସିକାନ୍ ଆମେରିକା ରୂପରେ ଦର୍ଶାଯାଇଛି। କ୍ଲାଉଡିଆ କହିଛନ୍ତି ଯେ, ଟ୍ରମ୍ପ ମେକ୍ସିକୋକୁ ଗଲ୍ଫ ଅଫ୍ ଆମେରିକା ବୋଲି ଦାବି କରୁଛନ୍ତି। ଆମେ ଆମେରିକାକୁ ମେକ୍ସିକାନ୍ ଆମେରିକା କାହିଁକି କହିପାରିବା ନାହିଁ ? ୧୬୦୭ରେ Apatzingánର ସମ୍ଵିଧାନରେ ଏହା ମେକ୍ସିନ୍ ଆମେରିକା ଥିଲା। ତେଣୁ ଆମେରିକାକୁ ଆମେ ମେକ୍ସିନ୍ ଆମେରିକା କହିବା। 

ପ୍ରକାଶ ଥାଉକି, ଜାନୁଆରୀ ୨୦ରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ମାର-ଏ-ଲାଗୋରେ ଏକ ପ୍ରେସ୍‌ମିଟ୍ କରିଥିଲେ। ଏହି ସମୟରେ ସେ ଗଲ୍ଫ ଅଫ୍ ମେକ୍ସିକୋ ନାମ ପରିବର୍ତ୍ତନ କରି ଗଲ୍ଫ ଅଫ୍ ଆମେରିକା ବୋଲି କହିଥିଲେ। ସେ କହିଥିଲେ ଯେ, ଗଲ୍ଫ ଅଫ୍ ଆମେରିକା କେତେ ସୁନ୍ଦର ନାମ। ମେକ୍ସିକୋକୁ କାର୍ଟେଲ୍ ଚଳାଉଛନ୍ତି। ତାହା ଏବେ ବିପଦପୂର୍ଣ୍ଣ ସ୍ଥାନ ହୋଇଗଲାଣି। ଆମେରିକା ମେକ୍ସିକୋରେ ଖୁବ୍ ନିବେଶ କରିଛି। ତେଣୁ ଏବେ ମେକ୍ସିକୋକୁ ନିଜ ଅକ୍ତିଆରକୁ ଆଣି ଏହାକୁ ସୁଧାରିବାକୁ ପଡ଼ିବ। 

କ'ଣ ଟ୍ରମ୍ପଙ୍କ ପାଖରେ ଅଛି ନାମ ପରିବର୍ତ୍ତନ କ୍ଷମତା ? 

ଆମେରିକା ଏବଂ ମେକ୍ସିକୋ ଇଣ୍ଟରନ୍ୟାସନାଲ୍ ହାଇଡ୍ରୋଗ୍ରାଫିକ୍ ଅର୍ଗାନାଇଜେସନ୍‌ (IHO)ର ସଦସ୍ୟ। ଏହି ଏଜେନ୍ସି ଦୁନିଆର ସବୁ ସମୁଦ୍ର ଏବଂ ମହାସାଗରର ସର୍ଭେ କରେ। IHO ନିକଟରେ ନାମ ପରିବର୍ତ୍ତନ କରିବାର କ୍ଷମତା ରହିଛି। ହେଲେ ଏଥିପାଇଁ ଉକ୍ତ ଦୁଇ ସ୍ଥାନର ସହମତି ନିହାତି ଜରୁରୀ। ତେବେ ଟ୍ରମ୍ପ ଚାହିଁଲେ କେବଳ ନିଜ ଦେଶରେ ଗଲ୍ଫ ଅଫ୍ ମେକ୍ସିକୋକୁ ଗଲ୍ଫ ଅଫ୍ ଆମେରିକା ନାମ ଦେଇପାରିବେ। ହେଲେ ବୈଶ୍ଵିକ ସ୍ତରରେ ଏହାକୁ ଲାଗୁ କରିପାରିବେ ନାହିଁ।  


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.