ପ୍ରମୂଖ ଖବର
  • ଫେବ୍ରୁଆରୀ ୧୧ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
  • ||
  • ଭୋଗରାଇ : ଚଢାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ ଘଟଣା: ୨ ଗିରଫ
  • ||
  • ମର୍ସିଡିଜ୍‌କୁ ପଛରୁ ପିଟିଲା 'ମୋ ବସ୍‌', ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • ବାରିପଦା : ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଅନୁଗୁଳ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • କୁମ୍ଭୀର ଗଣନା ପାଇଁ ଜାନୁଆରୀ ୧୪ରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଶିମିଳିପାଳରେ ଶୀତ ଲହରି ଜାରି, ଘନ କୁହୁଡ଼ି ପାଇଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ
  • ||
  • ରାୟଗଡା : ଏସ୍‌କେ ମାର୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା
  • ||
  • ମିରଟ ସୋହେଲ ଗାର୍ଡେନ ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା, ବକ୍ସ ଖଟ ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ରଣପୁର : ପିକ୍‌ନିକ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ୩୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦୁଇ ଦିନ ପରେ କମିବ ଶୀତ, ଶନିବାର ୩ ଜିଲ୍ଲାରେ ଘନ କୁହୁଡି ନେଇ ଆଲର୍ଟ: ସବୁଠୁ ଥଣ୍ଡା ଜି.ଉଦୟଗିରି
  • ||

ଜୋସେଫ ଆଉନ୍‌ କିଏ ? ଆମେରିକା ସମର୍ଥିତ ରାଷ୍ଟ୍ରପତିଙ୍କ ହାତରେ ଲେବାନନ୍‌ର ଭାଗ୍ୟ

Published By : Tapas Panda | January 9, 2025 10:47 PM

Image Courtesy: wionews

ନୂଆଦିଲ୍ଲୀ: ଲେବାନନ୍‌ର ସଂସଦରେ ଗୁରୁବାର ସ୍ଥଳ ସେନା ମୁଖ୍ୟ ଜୋସେଫ ଆଉନଙ୍କୁ ରାଷ୍ଟ୍ରପତି ଭାବରେ ଚୟନ କରାଯାଇଛି । ଲେବନନ୍‌ର ସାଂସଦମାନେ ଜୋସେଫଙ୍କୁ ରାଷ୍ଟ୍ର ମୁଖ୍ୟ ଭାବେ ନିଯୁକ୍ତ କରାଇବାକୁ ମତଦାନ କରିଛନ୍ତି । ଦୁଇ ବର୍ଷ ଧରି ଖାଲି ପଡ଼ିଥିବା ରାଷ୍ଟ୍ରପତି ଆସନରେ ବସିବେ ଜୋସେଫ ଆଉନ । ଆର୍ମି ମୁଖିଆଙ୍କ ସପକ୍ଷରେ ୧୨୮ ସାଂସଦଙ୍କ ମଧ୍ୟରୁ ୯୯ ଜଣ ଭୋଟ ଦେଇଛନ୍ତି । ରାଷ୍ଟ୍ରପତି ହେବା ଲାଗି ୮୬ ଟି ଭୋଟ ଆବଶ୍ୟକ ଥିବା ବେଳେ ଆଉନଙ୍କୁ ଏହାଠୁ ଅଧିକ ମିଳିଛି । 

ସେପଟେ ବହୁମତ ମିଳିବା ପରେ ଜୋସେଫ ଆଉନ୍‌ ନିଜର ସେନା ମୁଖିଆ ପଦବୀ ଛାଡ଼ି ଶପଥ ଗ୍ରହଣ କରିବାକୁ ସଂସଦରେ ପହଞ୍ଚିଥିଲେ । ହିଜବୁଲ୍ଲା ସମର୍ଥିତ ମିଚେଲ୍‌ ଆଉନ୍‌ଙ୍କ କାର୍ଯ୍ୟକାଳ ଅକ୍ଟୋବର ୨୦୨୨ରେ ଶେଷ ହେବା ପରେ ଲେବାନନ୍‌ରେ କେହି ରାଷ୍ଟ୍ରପତି ନଥିଲେ । ଗୁରୁବାର ମତଦାନ ପୂର୍ବରୁ ଦୀର୍ଘ ୨ ବର୍ଷ ହେଲା ଲେବାନନ୍‌ର ସଂସଦ ଜଣେ ରାଷ୍ଟ୍ରପତିଙ୍କୁ ଚୟନ କରିବା ଲାଗି ୧୨ ଥର ଅକୃତକାର୍ଯ୍ୟ ରହିଥିଲା । 

ଜୋସେଫ ଆଉନ କିଏ ?

୬୦ ବର୍ଷୀୟ ଜୋସେଫ ଆଉନ୍‌ ଜଣେ ସୈନିକ ଭାବରେ ଦେଶରେ ସେବା ଯୋଗଉଥିଲେ । ଆଉ ଏବେ ପଞ୍ଚମ ଆର୍ମି କମାଣ୍ଡର ଭାବରେ ଦେଶର ରାଷ୍ଟ୍ରପତି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ବେରୁଟ୍‌ ନିକଟ ସିନ-ଏଲ ଫିଲରେ ଜନ୍ମିତ ଆଉନ ୧୯୮୩ରେ ହୋଇଥିବା ଗୃହ ଯୁଦ୍ଧ ସମୟରେ ସେନାରେ ସାମିଲ ହୋଇଥିଲେ । ୩ ଦଶନ୍ଧୀ ଧରି ସେନାରେ ବିଭିନ୍ନ ଗରୁତ୍ବପୂର୍ଣ୍ଣ ପଦପଦବୀରେ ରହିବା ପରେ ୨୦୧୭ରେ ଏହାର ମୁଖ୍ୟ ହୋଇପାରିଥିଲେ । 

ତାଙ୍କର ଦୁଇଟି ପିଲା  ଅଛନ୍ତି । ଜୋସେଫ ଆଉନ୍‌ ଦେଶର ଗୁରୁତର ଆର୍ଥିକ ମାନ୍ଦାବସ୍ଥା ସମୟରେ ସେନାକୁ ଶାନ୍ତିପୂର୍ଣ୍ଣ ଉପୟାରେ ନିୟନ୍ତ୍ରଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ସାଉଦି ଆରବ ଏବଂ ଆମେରିକାର ସହଯୋଗୀ ଭାବେ ସେ ଜଣାଯାଆନ୍ତି । ସେ ଏବେ ସୁଦ୍ଧା ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଜାରି ଯୁଦ୍ଧରେ ସେନାକୁ ପ୍ରବେଶ କରାଇବାକୁ ଦେଇନାହାନ୍ତି । ନଭେମ୍ବରରେ ଓ୍ବାଶିଂଟନ ଏବଂ ପ୍ୟାରିସ୍‌ ମଧ୍ୟସ୍ଥତାରେ ହୋଇଥିବା ୬୦ ଦିନିଆ ଯୁଦ୍ଧ ବିରାମକୁ କାଏମ ରଖିବାରେ ତାଙ୍କର ଭୂମିକା ରହିଛି । 

ଏହା ଜରିଆରେ ଲେବାନନ୍‌ ସେନା ଦକ୍ଷିଣ ଲେବାନନ୍‌ରେ ମୁତୟନ ହୋଇଥିଲା । ସେଠାରୁ ଇସ୍ରାଏଲ ଏବଂ ହିଜବୁଲ୍ଲା ହଟି ଯାଇଥିଲେ । ୨୦୧୭ରେ ହିଜବୁଲ୍ଲା ସମର୍ଥିତ ଖବର କାଗଜ ଅଲ୍‌-ଅଖବାରକୁ ଦେଇଥିବା ସାକ୍ଷାତକାରରେ ଆଉନ ପ୍ରତିଶ୍ରୁତି ଦେଇଥିଲେ ଯେ, ସେନାରେ ରାଜନୈତିକ ହସ୍ତକ୍ଷେପକୁ ହ୍ରାସ କରିବେ । କିନ୍ତୁ ସେତେବେଳେ ରାଷ୍ଟ୍ରପତି ହେବାକୁ ନେଇ ନିଜର ଆଭିମୁଖ୍ୟ ସଂପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । 

  • America
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.