ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇସକ୍ରିମ ଦୋକାନରେ କୋଲ୍ଡ କଫି ବନାଇଲେ ରାହୁଲ ଗାନ୍ଧୀ, ‘ଏକ୍ସ’ରେ ଭିଡିଓ ସେୟାର ପରେ ଭାଇରାଲ..

Published By : Prameya | January 10, 2025 10:49 AM

ନୂଆଦିଲ୍ଲୀ,୧୦/୦୧: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର ପଟେଲ ନଗରରେ ଏକ ଆଇସକ୍ରିମ ଦୋକାନକୁ ଯାଇଥିଲେ । ସେଠାରେ ଦୋକାନୀ ମାଲିକଙ୍କ ସହ କଥା ହୋଇ ଭଲମନ୍ଦ ବୁଝିଥିଲେ । ଏହାପରେ ନିଜେ କାଭେଣ୍ଟର୍ସ ବ୍ରାଣ୍ଡ୍‌ର ଉକ୍ତ  ଆଉଟଲେଟରେ କୋଲ୍ଡ କଫି ବନାଇଥିଲେ । ରାହୁଲ ଏହାର ଭିଡିଓକୁ ସୋସିଆଲ  ମିଡିଆରେ ସେୟାର କରିବା ପରେ ଏହା ଭାଇରାଲ ହୋଇଛି । 

ରାହୁଲ ‘ଏକ୍ସ’ରେ  ଲେଖିଛନ୍ତି, ଆପଣ ନୂଆ ପିଢ଼ି ଓ ନୂଆ ବଜାର ପାଇଁ ଲିଗାସି ବ୍ରାଣ୍ଡ୍‌କୁ କେମିତି ବଦଳାଇ ପାରିବେ । ଏହି କ୍ୟାଭେଣ୍ଟର୍ସର ଯୁବା ପ୍ରତିଷ୍ଠାତାମାନେ ମୋତେ ତାହା ବତାଇଛନ୍ତି ।  କ୍ୟାଭେଣ୍ଟର୍ସ ଭଳି ନିରପେକ୍ଷ ବ୍ୟବସାୟ ପିଢ଼ି ପିଢ଼ି ଧରି ଆମ ଆର୍ଥିକ ଅଭିବୃଦ୍ଧିକୁ  ଗତି ଦେଇଛନ୍ତି । ତେଣୁ ସେମାନଙ୍କର ସମର୍ଥନ କରିବା ପାଇଁ ଉଦ୍ୟମ ହେବା  ଆବଶ୍ୟକ । ରାହୁଲ ପଟେଲ ନଗରରେ ଥିବା କ୍ୟାଭେଣ୍ଟର୍ସ ବ୍ରାଣ୍ଡ୍‌ର ଆଇସକ୍ରିମ ଫ୍ୟାକ୍ଟ୍ରି  ବି ବୁଲି ଦେଖିଥିଲେ । 




ସଂସ୍ଥାର ମାଲିକ ଅମନ୍‌ ଓ ଅଗସ୍ତ୍ୟ ରାହୁଲଙ୍କୁ ତାଙ୍କ ଭବିଷ୍ୟତ  ନିବେଶ ବାବଦରେ ପଚାରିବାରୁ ସେ କହିଥିଲେ, ମୁଁ କ୍ୟାଭେଣ୍ଟର୍ସକୁ ଦେଖିଲା ପରେ  ଏଥିରେ ନିବେଶ ପାଇଁ ଉଦ୍ୟମ କରୁଛି । ଏହି ଆଲୋଚନା ବେଳେ ପୂର୍ବରୁ ରାହୁଲ  ୟୁପିର ସୁଲତାନପୁରରେ ଭେଟିଥିବା ମୋଚି ରାମଚୈତଙ୍କ ସମ୍ପର୍କରେ କହିଥିଲେ ।  ସେ କହିଥିଲେ, ଆମ ଦେଶରେ ବ୍ୟାଙ୍କଗୁଡ଼ିକ ବଡ଼ ବ୍ୟବସାୟୀଙ୍କୁ ସହଜରେ ଋଣ  ଦେଉଛନ୍ତି । କିନ୍ତୁ ଛୋଟ କାମ କରୁଥିବା ଲୋକମାନଙ୍କୁ ଋଣ ଦେଉନାହାନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.