ପ୍ରମୂଖ ଖବର
  • ସମ୍ୱଲପୁର : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍‌: ଆଖି ବୁଜିଲା ୫ ବର୍ଷର ଶିଶୁ, ବାପା ମାଆ ଗୁରୁତର
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ, ପୁଞ୍ଜି ନିବେଶ ପାଇଁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ
  • ||
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ୟୁକ୍ରେନ ଉପରେ ଋଷ୍‌ର ମିସାଇଲ୍ ଆଟାକ୍; ୧୩ ମୃତ, ଏକାଧିକ ଆହତ

Published By : Anindita | January 9, 2025 8:53 AM

ନୂଆଦିଲ୍ଲୀ,୦୯/୦୧:ଋଷ-ୟୁକ୍ରେନ  ମଧ୍ୟରେ ଯୁଦ୍ଧ ଜାରି ରହିଛି  । ଆଉ ଏହାରି ଭିତରେ ଋଷ ଗତକାଲି ଦକ୍ଷିଣ ୟୁକ୍ରେନର ଜାପୋରୋଜିଆ ସହରରେ ମିଶାଇଲ ଆଟାକ କରିଛି। ଋଷର ଏହି ଆଟାକରେ ଅତି କମରେ ୧୩ ଜଣ  ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ଏନେଇ ଜଣେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। 

ସେପଟେ ୟୁକ୍ରେନ ରାଷ୍ଟ୍ରପତି  ଜେଲେନସ୍କି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ତାଙ୍କ ଟେଲିଗ୍ରାମ ଚ୍ୟାନେଲରେ ଘଟଣାର ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଆବର୍ଜନା ଗଦା ମଧ୍ୟରେ ଲୋକଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି। ସେହିପରି ଆହତମାନଙ୍କ ଜରୁରୀକାଳୀନ ଚିକିତ୍ସା କରାଯାଉଥିଲା। ଆଞ୍ଚଳିକ ଗଭର୍ଣ୍ଣର ଇଭାନ ଫେଡୋରୋଭ କହିଛନ୍ତି ଯେ, ଏହି ଆକ୍ରମଣରେ ଅତି କମରେ ୧୩ ଜଣ ନାଗରିକ ପ୍ରାଣ ହରାଇଛନ୍ତି। ଆକ୍ରମଣର କିଛି ମିନିଟ୍ ପୂର୍ବରୁ ସେ ଜାପୋରୋଜିୟା ଅଞ୍ଚଳରେ 'ହାଇ ସ୍ପିଡ୍ ମିସାଇଲ' ଏବଂ 'ଗ୍ଲାଇଡ୍ ବୋମା' ଫିଙ୍ଗିବାର ବିପଦ ସମ୍ପର୍କରେ ଚେତାବନୀ ଦେଇଥିଲେ। 

ଏହି ସମୟରେ ୟୁକ୍ରେନ ସୈନିକ ବୁଧବାର ଦିନ ଋଷ ଭିତରେ ଥିବା ଏକ ଇନ୍ଧନ ସଂରକ୍ଷଣ ଡିପୋ ଉପରେ ଆକ୍ରମଣ କରି ଡିପୋରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା କହିଛି। ଏହି ଇନ୍ଧନ ସଂରକ୍ଷଣ ଡିପୋ ଋଷର ବାୟୁସେନାର ଏକ ଗୁରୁତ୍ୱପୂର୍ଣ୍ଣ ଆଧାର ଯୋଗାଇଥାଏ। ଋଷର ଅଧିକାରୀମାନେ ଏହି ଅଞ୍ଚଳରେ ବଡ଼ ଧରଣର ଆଟାକ କରିଥିବା  ସ୍ୱୀକାର କରିଛନ୍ତି ଏବଂ ନିଆଁକୁ ଆୟତ୍ତ କରିବା ପାଇଁ କର୍ତ୍ତୃପକ୍ଷ ଜରୁରୀକାଳୀନ ନିର୍ଦ୍ଦେଶ କେନ୍ଦ୍ର ସ୍ଥାପନ କରିଥିବା କହିଛନ୍ତି। 


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.