ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଟ୍ରୁଡୋଙ୍କ ଇସ୍ତଫା ପରେ ଟ୍ରମ୍ଫଙ୍କ ବଡ଼ ବୟାନ, କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବୁ

Published By : Prameya | January 8, 2025 4:49 PM

ନୂଆଦିଲ୍ଲୀ, ୮।୧: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିକଟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯାହା ପରେ କାନାଡ଼ାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ । କହିଲେ କାନାଡ଼ାକୁ ଆମେରିକାର ୫୧ତମ ରାଜ୍ୟ କରିବାକୁ ଆମେ ସ୍ଥିର କରିଛୁ । ଏଭଳି ହେଲେ ଆମେରିକା ଓ କାନାଡ଼ା ଦୁଇ ଦେଶ ମିଶି ଏକ ମହାନ ଦେଶରେ ପରିଣତ ହେବେ । ଟ୍ରମ୍ଫଙ୍କ ଏଭଳି ବୟାନରେ ପରେ ଟ୍ରୁଡୋରାଗିଯାଇଛନ୍ତି । 

କାନାଡ଼ା ପ୍ରଧାନମନ୍ତ୍ରୀ ପଦରୁ ଜଷ୍ଟିନ୍ ଟ୍ରୁଡୋ ଇସ୍ତଫା ଦେବା ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନୂଆ ମିଶନ ଆରମ୍ଭ କରିଛନ୍ତି । ହ୍ୱାଇଟ୍ ହାଉସକୁ ପ୍ରବେଶ ପୂର୍ବରୁ ସେ ଏକ ବୟାନ ଦେଇ କହିଛନ୍ତି, କାନାଡ଼ା ଏକ ସ୍ୱତନ୍ତ୍ର ଦେଶ ନହୋଇ ଆମେରିକାର ଅଂଶ ହେବା ଦରକାର । ବର୍ତ୍ତମାନ ସେ କାନାଡ଼ାକୁ ଆମେରିକାର ୫୧ ତମ ରାଜ୍ୟ କରିବାକୁ ସ୍ଥିର କରିଛନ୍ତି । ଏହାକୁ ନେଇ ସେ ଇଟି ମାନଚିତ୍ର ମଧ୍ୟ ସେୟାର କରିଛନ୍ତି । ମଙ୍ଗଳବାର ଟ୍ରମ୍ପ ତାଙ୍କ ଟ୍ରୁଥ୍ ମିଡିଆରେ ଆମେରିକାର ଦୁଇଟି ମାନଚିତ୍ର ସେୟାର କରିଛନ୍ତି ଯେଉଁଥିରୁ ଗୋଟିଏରେ ସେ କାନାଡାକୁ ଆମେରିକାର ଅଂଶ ଭାବରେ ଦର୍ଶାଇଛନ୍ତି । ଆଉ ଏକ ମାନଚିତ୍ରରେ କାନାଡ଼ାକୁ ନେଇ ସେ ତାଙ୍କର ଉଦ୍ଦେଶ୍ୟ କ'ଣ ତାହା ପ୍ରକାଶ କରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଛି ବିବାଦ । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଦୁଇଟି ମାନଚିତ୍ର ସେୟାର କରିଛନ୍ତି । ଏହି ମାନଚିତ୍ରଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ଆମେରିକାରେ କାନାଡ଼ା ଦେଖାଇଥିବାବେଳେ ଅନ୍ୟ ମାନଚିତ୍ରରେ ସେ କାନାଡ଼ା ସମ୍ବନ୍ଧରେ ନିଜର ଉଦ୍ଦେଶ୍ୟ ପ୍ରକାଶ କରିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ବିବାଦ ଆରମ୍ଭ ହୋଇଛି ଏବଂ କାନାଡ଼ାର ନେତାମାନେ ଟ୍ରମ୍ପଙ୍କୁ ଉତ୍ତର ଦେବା ଆରମ୍ଭ କରି ଦେଇଛନ୍ତି । 

ଏହାର ଦୃଢ଼ ଜବାବରେ ଟ୍ରୁଡୋ କହିଛନ୍ତି, କାନାଡା କେବେବି ସଂଯୁକ୍ତ ରାଷ୍ଟ୍ର ଅମେରିକାରେ ଅଂଶ ହେବ ନାହିଁ । କାନାଡା ହେଉଛି ଏକ ମଜଭୁତ ଦେଶ । ଏହାର ଅର୍ଥବ୍ୟବସ୍ଥା ଓ ଏଠାକାର ଲୋକମାନେ ବେଶ୍‌ ମଜଭୁତ । ଅନ୍ୟପକ୍ଷରେ କେବଳ କାନାଡ଼ା ନୁହେଁ ଟ୍ରମ୍ପ ପାନାମା କେନାଲକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି । ସେ ଏହା ହାସଲ କରିବା ପାଇଁ ସାମରିକ ଅପରେସନକୁ ମଧ୍ୟ ମନା କରି ନାହାଁନ୍ତି । ଏଭଳି ହେଲେ ତେବେ କ୍ଷେତ୍ର ଦୃଷ୍ଟିରୁ ଆମେରିକା ବିଶ୍ୱର ସବୁଠାରୁ ବଡ଼ ଦେଶ ହେବ ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.