ପ୍ରମୂଖ ଖବର
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ବାଂଲାଦେଶ ୟୁନୁସ୍ ସରକାରଙ୍କ ବଡ଼ ପଦକ୍ଷେପ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ

Published By : Prameya | January 8, 2025 1:31 PM

ନୂଆଦିଲ୍ଲୀ, ୮।୧: ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଅନ୍ୟ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ କରିଛନ୍ତି । ଲୋକଙ୍କୁ ଗାଏବ କରିବା ଓ ଜୁଲାଇରେ ଆନ୍ଦୋଳନ ସମୟରେ ମୃତ୍ୟୁ ଏବଂ ଦେଶ ଛାଡିବା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହାବ୍ୟତୀତ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଆଇସିଟି ଗିରଫ ପରୱାନା ଜାରି କରିଛନ୍ତି । ହସିନାଙ୍କ ସମେତ ଅନେୟ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଓ ହାଜର କରିବା ପାଇଁ ଟ୍ରିବ୍ୟୁନାଲ ଫେବ୍ରୁଆରୀ ୧୨ ତାରିଖ ସମୟ ସୀମା ଧାର୍ଯ୍ୟ କରିଛନ୍ତି । 

କହିରଖୁ କି, ଦୁଇ ଦିନ ତଳେ ଶେଖ୍ ହସିନାଙ୍କ ବିରୋଧରେ ଦ୍ୱିତୀୟ ଥର ପାଇଁ ଗିରଫ ପରୱାନା ଜାରି ହୋଇଥିଲା ଏଥିସହ ଶେଖ୍ ହସିନାକୁ ପ୍ରତ୍ୟର୍ପଣ କରିବାକୁ ବାଂଲାଦେଶ ସରକାର ଭାରତ ସରକାରଙ୍କୁ ଦାବି କରିଥିଲା । ଆଇସିଟିର ଅଧ୍ୟକ୍ଷ ଜଷ୍ଟିସ ମହମ୍ମଦ ଗୋଲମ ମୁର୍ତୁଜା ମୋଜୁମଦାର ଏକ ୱାରେଣ୍ଟ ଜାରି କରି ଏହାର ତଦନ୍ତ ଉପରେ ଗୁରୁତ୍ୱରୋପ କରିଛନ୍ତି । ଅଭିଯୁକ୍ତମାନଙ୍କୁ ଗିରଫ କରି ଟ୍ରିବ୍ୟୁନାଲରେ ହାଜର କରିବା ପାଇଁ ପୁଲିସ ମହାନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଛି । ଅଗଷ୍ଟ ୨୦୨୪ରେ ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ପତନ ପରେ ହସିନା ସରକାର ବିରୋଧୀ ଆନ୍ଦୋଳନ ମଧ୍ୟରେ ଭାରତ ପଳାଇ ଆସିଥିଲେ, ଜୁଲାଇ ଓ ଅଗଷ୍ଟମାସରେ ହୋଇଥିବା ଆନ୍ଦୋଳନ ସମୟରେ ଗଣହତ୍ୟା ଓ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ତାଙ୍କ ବିରୋଧରେ ଆଇନଗତ ତଦନ୍ତକୁ ଜୋରଦାର କରିଛି ବାଂଲାଦେଶର ଅନ୍ତରୀଣ ସରକାର । ତେବେ ଶେଖ୍ ହସିନା ଦୀର୍ଘ ୭୭ ବର୍ଷ ଧରି ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରେ ଥିଲେ ।  ଗତ ବର୍ଷ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ପାଇଁ ତାଙ୍କୁ ବାଂଲାଦେଶ ଛାଡ଼ିବାକୁ ପଡ଼ିଥିଲା । ଯାହା ପରଠୁ ସେ ଭାରତରେ ଆଶ୍ରୟ ନେଇଛନ୍ତି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.