ପ୍ରମୂଖ ଖବର
  • ହଂସିକା ଏବଂ ଅନିଲ ଦିନିକିଆ ରିମାଣ୍ଡରେ ନେଲା ସ୍ପେଶାଲ କ୍ରାଇମ ୟୁନିଟ
  • ||
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଲସ୍ ଆଞ୍ଜେଲସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ: ପୋଡି ପାଉଁଶ ହେଲା ଶତାଧିକ ଘର ଓ ଗାଡ଼ି, ୩୦ ହଜାର ଲୋକଙ୍କୁ ସ୍ଥାନାନ୍ତର

Published By : Prameya | January 8, 2025 7:39 PM

ନୂଆଦିଲ୍ଲୀ,୮।୧: ଆମେରିକୀୟ ଦେଶ କାର୍ଲିଫର୍ଣ୍ଣିଆରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁରେ ପ୍ରଭାବିତ ହୋଇଛି ଆବାସିକ ଅଞ୍ଚଳ। ଶତାଧିକ ଘର ପୋଡି ହୋଇଯାଇଛି ପାଉଁଶ। ଆବାସିକ ଅଞ୍ଚଳ ଓ ଆଖପାଖରେ ଲାଗିଥିବା ଭୀଷଣ ନିଆଁରୁ ବଞ୍ଚିବା ପାଇଁ ହଜାର ହଜାହର ଲୋକ ନିଜ ଘର ଛାଡି ପଳାୟନ କରୁଛନ୍ତି।  ଲସ୍ ଆଞ୍ଜେଲସ୍‌ର ପାସିଫିକ୍ ପୋଲିସେଡସ୍ ଅଞ୍ଚଳର ବହୁ ଘର ମାତ୍ର କିଛି ମିନିଟ୍ ଭିତରେ ପୋଡି ପାଉଁଶ ହୋଇଯାଇଛି। ତାଙ୍କ ଆଗରେ ରଖାଯାଇଥିବା ଶତାଧିକ ଗାଡି ମଧ୍ୟ କିଛି କ୍ଷଣରେ ପୋଡି ଯାଇଥିଲା। 

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ନିଆଁର କରାଳ ରୂପ ଦେଖି ଲୋକେ ଭୟଭୀତ ହୋଇ ପଳାୟନ କରିଥିଲେ। ହଠାତ ଘଟିଥିବା ଏହି ଅଗ୍ନିକାଣ୍ଡରେ ପ୍ରବଳ ଟ୍ରାଫିକ୍ ଜାମ୍‌ ଲାଗି ଯାଇଥିଲା, କାରଣ ବହୁ ସଂଖ୍ୟାରେ ଲୋକେ ନିଜ ଘର ଖାଲି କରିବାକୁ ଚେଷ୍ଟା କରିଥିଲେ। ଫଳରେ ସ୍ଥିତି ଖୁବ୍ ଖରାପ ହୋଇଯାଇଥିଲା। ବର୍ତ୍ତମାନ କାର୍ଲିଫର୍ଣ୍ଣିଆରେ ତିନୋଟି ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି। ଏଥିରେ ପାସିଫିକ୍ ପୋଲିସେଣ୍ଡସ୍‌ର ନିଆଁ ଖୁବ୍ ବିପଦଜନକ ରହିଛି। ସିଏନ୍ଏନ୍‌ର ରିପୋର୍ଟ ଅନୁସାରେ ସଡକରେ ନିଆଁର ପ୍ରଭାବ ଥିବାରୁ ଲୋକମାନେ ସମୁଦ୍ର କୂଳରେ ଶରଣ ନେବାକୁ ବାଧ୍ୟ ହୋଇଛନ୍ତି। 

କାର୍ଲିଫର୍ଣ୍ଣିଆର ଗର୍ଭନର ଗୋଭିନ୍ ନ୍ୟୁସମ୍‌ ଦକ୍ଷିଣ କାର୍ଲିଫର୍ଣ୍ଣିଆର ଜଙ୍ଗଲରେ ଲାଗିଥିବା ନିଆଁ ଭିତରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ଅଗ୍ନିକାଣ୍ଡ ସ୍ଥିତିକୁ ଦେଖି ଗର୍ଭନର  ତୁରନ୍ତ ୩୦ ହଜାର ଲୋକଙ୍କୁ ସେଠାରୁ ସ୍ଥାନାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରୁ ଜଙ୍ଗଲରେ ନିଆଁ ଲାଗିବା ପରେ ଏବେ ତାହା ଚାରିଆଡକୁ ବ୍ୟାପି ଯାଇଛି। ପବନ ଜୋରରେ ବୋହରୁ ଥିବାରୁ ତାହା  ଆହୁରି ବ୍ୟାପିବାର ଆଶଙ୍କା ବଢିଯାଇଛି। ସୋସିଆଲ ମିଡିଆରେ ଭୟଙ୍କର ଅଗ୍ନିକାଣ୍ଡର ଫଟୋ ଓ ଭିଡିଓ ଭାଇରାଳ ହେଉଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.