ପ୍ରମୂଖ ଖବର
  • ବୌଦ୍ଧ : ଟ୍ରକ୍‌କୁ ପଛପଟୁ ପିଟିଲା କୋର୍ଟ ଭ୍ୟାନ୍‌, ୨ ପୋଲିସ ଆହତ
  • ||
  • ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ, "ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ଵାଗତ"
  • ||
  • ଶାମ୍ବ ଦଶମୀରେ କୋଣାର୍କରୁ ଚନ୍ଦ୍ରଭାଗା ଗଡ଼ିଲା ସୂର୍ଯ୍ୟ ରଥ
  • ||
  • ଗଞ୍ଜାମ : ଡ୍ରେନ୍‌ରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଆମେରିକାର କାଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୭୦ ହଜାର ଲୋକ ସ୍ଥାନାନ୍ତର
  • ||
  • ୟୁକ୍ରେନ୍ ଜପୋରିଝିଆରେ ରୁଷିଆର ବୋମାମାଡ଼, ବ୍ୟାପକ କ୍ଷତି ସୂଚନା, ୧୩ ମୃତ, ୩୦ରୁ ଅଧିକ ଆହତ
  • ||
  • ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ
  • ||
  • ରବିବାରଠୁ କମିବ ଶୀତ, ଆହୁରି ୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ୨ ଜିଲ୍ଲାକୁ କୁହୁଡ଼ି ନେଇ ଆଲର୍ଟ
  • ||

ଅନନ୍ତ ଅମ୍ବନୀଙ୍କ ପରି ସମାନ ଘଣ୍ଟା ପିନ୍ଧିଲେ ମାର୍କ ଜୁକରବର୍ଗ, ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

Published By : Bijay Swain | January 8, 2025 7:47 PM

Image courtesy: livehindustan

ନୂଆଦିଲ୍ଲୀ: ମେଟା ମାଲିକ ମାର୍କ ଜୁକରବର୍ଗ ମେଟାରେ ହେବାକୁ ଥିବା ନୀତିପରିବର୍ତ୍ତନ ପାଇଁ ନିକଟରେ ଏକ ଭିଡିଓ ପୋଷ୍ଟ କରିଥିଲ। ଏବେ ଏହି ଭିଡିଓ ଭାଇରାଲ ହେବାକୁ ଲାଗିଛି କାରଣ ସେ ପୋଷ୍ଟ କରିଥିବା ଭିଡିଓରେ ତାଙ୍କ ହାତରେ ଏକ ମହଙ୍ଗା ଘଣ୍ଟା ପିନ୍ଧିଥିବାର ଦେଖାଯାଉଛି। ଯାହାର ମୂଲ୍ୟ ୯ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୭.୭ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ଏହି ଘଣ୍ଟା ବିଷୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ମନ୍ତବ୍ୟ ଆସୁଛି। ଜଣେ ଉଦ୍ୟୋଗପତି ଟୁଇଟ୍ କରି କହିଛନ୍ତି, “ଜୁକରବର୍ଗ ଫେସବୁକର କମ୍ୟୁନିଟି ନୋଟ୍ସ ଘୋଷଣା ଭିଡିଓରେ ଏହି ମିଲିୟନ୍ ଡଲାରର ଘଡି ପିନ୍ଧିଥିଲେ। ଅଧିକାଂଶ ଲୋକଙ୍କ ଘର ଅପେକ୍ଷା ଏହି ଘଡି ମହଙ୍ଗା ଅଟେ” ବୋଲି ସେ କହିଛନ୍ତି। 

“ଅନନ୍ତ ଅମ୍ବାନିଙ୍କ ବାହଘର ସମୟରେ ଜୁକରବର୍ଗ ଅନନ୍ତ ପିନ୍ଧିଥିବା ଘଡିକୁ ପ୍ରଶଂସା କରିଥିବା କଥା କ’ଣ ଆପଣମାନଙ୍କର ମନେ ଅଛି” ବୋଲି ଆଉଜଣେ ୟୁଜର ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି।

ଆପଣଙ୍କୁ ଜଣାଇରଖୁ କି, ଅନନ୍ତ ଅମ୍ବାନି ଓ ରାଧିକା ମର୍ଚ୍ଚାଣ୍ଡଙ୍କ ବିବାହରେ ଯୋଗ ଦେବାକୁ ମାର୍କ ଜୁକରବର୍ଗ ଓ ତାଙ୍କ ପତ୍ନୀ ପ୍ରିସିଲା ଚାନ ଭାରତରେ ଆସି ପହଞ୍ଚିଥିଲେ। ଏକ ବାଇରାଲ ଭିଡିଓରେ ଉଭୟ ଜୁକରବର୍ଗ ଓ ତାଙ୍କ ପତ୍ନୀ ଅନନ୍ତ ଅମ୍ବାନି ପିନ୍ଧିଥିବା ଘଡ଼ିର ପ୍ରଶଂସା କରୁଥିବା ଦେଖାଯାଇଥିଲା। 

ବ୍ଲୁମବର୍ଗର ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜୁକରବର୍ଗ ପିନ୍ଧିଥିବା ଘଣ୍ଟାଟି ଏକ ଗ୍ରୁଏବେଲ ଫୋର୍ସେ 'ହ୍ୟାଣ୍ଡ ମେଡ୍ ୧' ଘଡ଼ି ଥିଲା। ଏହି ଘଡ଼ିଟି ଅତ୍ୟନ୍ତ ବିରଳ ଏବଂ ମହଙ୍ଗା ଘଡ଼ି ଅଟେ। ଗୋଟିଏ ବର୍ଷରେ କେବଳ ଦୁଇ ବା ତିନୋଟି ଘଡ଼ିର ପ୍ରସ୍ତୁତି କରିଥାଏ ଗ୍ରୁଏବେଲ ଫୋର୍ସେ।ଏହାପୂର୍ବରୁ ଜୁକରବର୍ଗ ପଟେକ ଫିଲିପେ ଏବଂ ଏଫପି ଜର୍ନି ପରି ବିଳାସପୂର୍ଣ୍ଣ ବ୍ରାଣ୍ଡରୁ ଘଣ୍ଟା ପିନ୍ଧିଥିବାର ନଜର ଆସିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.